୬୦ଏକର ଅଞ୍ଚଳରେ ୩୧୨କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
୬୦ଏକର ଅଞ୍ଚଳରେ ୩୧୨କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ୦୭-୧୨-୨୦୨୫(ବି.ଏନ .ଓ ) :(ବିଷ୍ଣୁ ନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ବହୁ ପ୍ରତିକ୍ଷିତ ଘଟଗାଁ ମା ତାରିଣୀ ମନ୍ଦିର ଉନ୍ନୟନ ପ୍ରକଳ୍ପର କଲେ ଶିଳାନ୍ୟାସ । ୬୦ ଏକର ଅଞ୍ଚଳକୁ ୩୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ତାରିଣୀ ମନ୍ଦିର ବିକାଶର ଯୋଜନା କରିଥିଲେ ମୁଖ୍ୟମନ୍ତ୍ରୀ । ଘଟଗାଁ ହେବାକୁ ଯାଉଛି ଓଡ଼ିଶାର ଏକ ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟର ଯୋଗେ ଘଟଗାଁ ପହଞ୍ଚି । ଘଟଗାଁ ମିନି ଷ୍ଟାଡିୟମ୍ ନିକଟରେ ଅସ୍ଥାୟୀ ହେଲିପ୍ୟାଡ ରେ ଉଲ୍ହାଇ ସେଠାରୁ ୨ କିଲୋମିଟର ରୋଡ ସୋ କରି ତାରିଣୀ ମନ୍ଦିରକୁ ଯାଇ ସେଠାରେ ମା ତାରିଣୀଙ୍କ ଦର୍ଶନ କରି ମନ୍ଦିର ପରିସରରେ ଭୂମି ପୂଜନ ପାଇଁ ଚାଲିଥିବା ଚଣ୍ଡୀପାଠ, ଗୀତା ଯଜ୍ଞରେ ପୂଜାରେ ପୂର୍ଣ୍ଣାହୁତି ଦେଲେ । ପୂର୍ଣ୍ଣାହୁତି ଦେବା ପରେ ମା ତାରିଣୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ । ଶିଳାନ୍ୟାସ କରିବା ପରେ ମିନି ଷ୍ଟାଡିୟମ୍ ପଡ଼ିଆରେ ଲୋକଙ୍କୁ ନେଇ ଏକ ବିଶାଳ ସାଧାରଣ ସଭା ଆୟୋଜନ ଯୋଗଦେଇ ନିଜର ଉଦବୋଧନ ରେ ରଖିଥିଲେ ଏକ ଆଧୁନିକତାର ସହିତ ବଡ ପରିକ୍ରମା ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଆଜି ମା’ଙ୍କ ପୀଠରେ ହେବାକୁ ଯାଉଛି, ଭକ୍ତ ମାନଙ୍କର ପାଇଁ ସମସ୍ତ ସୁବିଧା କରାଯିବ ଯଉଥିରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ମାନଙ୍କ ପାଇଁ ୨୧୬ସଜ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ସେଥିରେ ଜି ପ୍ଲସ ୨ ରହିବ,ତ୍ରୀଥଯାତ୍ରି କେନ୍ଦ୍ର,ବିକ୍ଷାନ କେନ୍ଦ୍ର, ଫୁଡ୍ ପ୍ଲାଜା, ୱାଚ ଟାୟୁର, ନଡ଼ିଆ ଗୋଦାମ,୫୦୦ଲୋକ ପାଇଁ ପ୍ରସାଦ ସେବନ ଗୃହ , ଟିକେଟ କାଉଁଟର,ତା ସହିତ ଆହୁରି ସୁବିଧା କରାଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନେ ଆସୁଥିବାରୁ ସେଥିପାଇଁ ସମସ୍ତ ପ୍ରକାରର ସୁବିଧା କରାଯିବ କେନ୍ଦୁଝର ଜିଲ୍ଲାର ବିକାଶ କରିବା ପାଇଁ ବହୁ ଯୋଜନା କରିଥିଲୁ, କେନ୍ଦୁଝର ଜିଲ୍ଲାରେ ମେଘା ଷ୍ଲିଲ ପ୍ଲାଟ,ଇନଭନସିଟି ହେବ, ଇଂଜିନିୟରିଂ କଲେଜ କୁ ନେସନାଲ ସ୍ତରକୁ ନିଆଯିବ ଏବଂ ଜିଲ୍ଲାର ସମସ୍ତ ରାସ୍ତା କୁ ୪ଲାଇନ ଠୁ ୮ଲାଇନ କରାଯିବ କେନ୍ଦୁଝର ଜିଲ୍ଲା କୁ ଏକ ବଡ଼ ସହର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଗାଁରୁ ବିଷ୍ଣୁ ନନ୍ଦ ବେହେରାଙ୍କ ରିପୋର୍ଟ ବ୍ରେକିଙ୍ଗ ନିୟୁଜ ଓଡ଼ିଆ

