୩ ବର୍ଷ ପାଇଁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇଲେ ୬ ଜଣ

୩ ବର୍ଷ ପାଇଁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇଲେ ୬ ଜଣ…

ଗତ ୩ ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକା ସଙ୍ଗେ ସଙ୍ଗୀତ, ଲୋକକଳା, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଶବ୍ଦ ନୃତ୍ୟ ଆଦିକୁ ମିଳିଛି ଏକାଡେମୀର ସର୍ବୋଚ୍ଚ ସ୍ବୀକୃତି।

News By Bijay kumar panda

ଭୁବନେଶ୍ୱର ୨୭-୧୧-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା ) ତ ୩ ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକା ସଙ୍ଗେ ସଙ୍ଗୀତ, ଲୋକକଳା, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଶବ୍ଦ ନୃତ୍ୟ ଆଦିକୁ ମିଳିଛି ଏକାଡେମୀର ସର୍ବୋଚ୍ଚ ସ୍ବୀକୃତି। ୨୦୨୩ ମସିହା ପାଇଁ ବର୍ଷିୟାନ୍‌ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ମୋଗଲ ତାମସାର ପ୍ରଖ୍ୟାତ ଗୁରୁ ବାଦଲ ଶିକ୍‌ଦାରଙ୍କୁ ପ୍ରଦାନ କରାଯାଇଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’। ସେହିଭଳି ୨୦୨୪ ମସିହା ପାଇଁ ବିଶିଷ୍ଟ ବଂଶୀ ବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଗୁରୁ ସୁଧାକର ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୨୫ ମସିହା ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଛି।

ପ୍ରଣବ ପଟ୍ଟନାୟକ, ବାଦଲ ଶିକ୍‌ଦାର, ମୋହିନୀ ମୋହନ ପଟ୍ଟନାୟକ, ସୁଧାକର ସାହୁ, ଘନଶ୍ୟାମ ପଣ୍ଡା ଓ ଭାଗବତ ପ୍ରଧାନ ସମ୍ମାନିତ

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ୬ ଜଣ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ବିଜେତାଙ୍କ ସମେତ ୩ ବର୍ଷ ପାଇଁ ସମୁଦାୟ ୧୩୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଆମ କଳା ଜଗତର ସାରସ୍ୱତ ପ୍ରତିଭାମାନେ ଜୀବନବ୍ୟାପୀ ସାଧନା କରି ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ନିଜର ଯୋଗଦାନ ଦେଇଛନ୍ତି। ସେମାନେ ଆମ ପାଇଁ ଚିର ନମସ୍ୟ। ଓଡ଼ିଶାର କଳାକୁ ବିଶ୍ୱବିଦିତ କରିବା ଦିଗରେ ଆପଣମାନେ ସର୍ବଦା ନିଜର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ମୋର ବିଶ୍ୱାସ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଲୋକକଳାର ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରିବା ସହ ସଂସ୍କୃତି ବିଭାଗ ସହ ମିଶି ଲୋକକଳା, ଲୋକସଙ୍ଗୀତ ଓ ଲୋକନୃତ୍ୟର ଗବେଷଣା, ସଂରକ୍ଷଣ ଓ ଅଧିକରୁ ଅଧିକ ପରିବେଷଣ କିଭଳି ହୋଇପାରିବ ସେ ନେଇ କାର୍ଯ୍ୟ ଜାରି ରହିଥିବା କହିଥିଲେ। ଅନ୍ୟତମ ଅତିଥି ବିଧାୟକ ଆକାଶ ଦାସ ନାୟକ କହିଥିଲେ, ପ୍ରେମ, ବିରହ, ଭକ୍ତିଠାରୁ ଆରମ୍ଭ କରି ବିଭିନ୍ନ ଦିନ ଉପରେ କଳାର ସ୍ରଷ୍ଟାମାନେ ବହୁତ କିଛି ସୃଷ୍ଟି କରି ଯାଇଛନ୍ତି। ଏବେ ପରିବେଶ ସଚେତନତାକୁ ନେଇ କଳାକାରମାନେ କିଛି ସୃଷ୍ଟି କରିବା ସମୟର ଆହ୍ବାନ ବୋଲି ସେ କହିଥିଲେ। ବିଧାୟକ ବାବୁ ସିଂ ଓଡ଼ିଆ ଅସ୍ମିତା ଉପରେ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ଓ ସ୍ବତନ୍ତ୍ର ସଚିବ ଦେବପ୍ରଦାସ ଦାଶ ଏକାଡେମୀର କାର୍ଯ୍ୟକଳାପ ଓ ପୁରସ୍କାର ଉପରେ ଆଲୋଚନା କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଜଣାଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *