୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି  : ଏନେଇ କଟକ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ

୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି  : ଏନେଇ କଟକ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର 13.07.23 (BREAKING NEWS ODIA): ଆସନ୍ତା ୨୬ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କଟକ ଓ ଭଦ୍ରକ ଜିଲ୍ଲାକୁ ଗସ୍ତକରିବାର କାର୍ଯ୍ୟକ୍ରମ ରହିଛି । କଟକରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଏଥିସହିତ କଟକର ୬ଟି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ପ୍ରଶାସନିକ ସୂତ୍ରରୁ ଜାଣିବାକୁ ମିଳିଛି । ମହାମହିମ ରାଷ୍ଟ୍ରପତି ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଐତିହାସିକ ଗୋରାକବର, ବିଶ୍ୱସ୍ତରୀୟ ଏସସିବି ମେଡିକାଲ, ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମ୍ୟାଡାମ ପ୍ରେସିଡେଣ୍ଟଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିଭଳି ୨୭ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗଦେବା ଲାଗି ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗ୍ରସ୍ତ ପାଇଁ କଟକ ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏନେଇ କଟକ ଓ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *