୨୪ ବର୍ଷ ନୁହେଁ ୨୪ମିନିଟରେ ସବୁ କରିଛୁ; ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

୨୪ ବର୍ଷ ନୁହେଁ ୨୪ମିନିଟରେ ସବୁ କରିଛୁ; ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୦-୦୬-୨୦୨୫( ବି.ଏନ .ଓ ) : ଦିନକ ପରେ ରାଜ୍ୟରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ କରିବେ । ଏହାପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଆଜି ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଦୀ ସରକାରଙ୍କ ୧୧ବର୍ଷ ପୁରିଥିବା ବେଳେ ୩ୟ ପାଳିର ପ୍ରଥମ ବର୍ଷ ଆସନ୍ତାକାଲି ପୁରିବ । ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ଏହା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ମୋଦୀ ସରକାର ୧୧ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସମ୍ଭବ ହୋଇଛି । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଭାରତ ସହ ପୂର୍ଣ୍ଣ ଭାବେ ଯୋଡିଛନ୍ତି । ଟ୍ରିପଲ ତଲାକ, ଏକକ ଜିଏସଟି, ଏନଇପି, ଜନଧନ ଯୋଜନାର ସୁଫଳ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଲୋକଙ୍କ ଆଶା ପୁରଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇଛି । ୬ବର୍ଷ ହେଲାଣି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉନଥିବା ବେଳେ ବର୍ତ୍ତମାନ ତାହା କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ଚାଷୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୃଦ୍ଧ କୃଷି ଯୋଜନାରେ ଆମେ ୩୭.୮୦୦କୋଟି ବଜେଟ୍‍ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ୍‍ କରିନଥିଲେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ୫ଟି ଜରିଆରେ ସ୍କୁଲରେ ରଙ୍ଗମାରି ରୂପାନ୍ତୀକରଣ ଭ୍ରମ ସୃଷ୍ଟି କରାଯାଇଥିଲା । ମାତ୍ର ଆମ ସରକାର ଫିଡର ସ୍କୁଲ ବିନା ଏହା ସମ୍ଭବ ନୁହେଁ ବୁଝିଲୁ । ଶିଶୁ ବାଟିକା ଶୁଭାମ୍ଭର ହୋଇଛି, ଆଗକୁ ଆଦର୍ଶ ବିଦ୍ୟାଳୟ ତିଆରି ହେବ । ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁ କରିବା ସହିତ ବୈପ୍ଳବିକ ପରିବର୍ତ୍ତନ ହେବ । ପିଲାଙ୍କୁ ସରକାରୀ ସ୍କୁଲକୁ ଫେରାଇ ଆଣିବାକୁ ପ୍ରୟାସ କରିବୁ ।

୨୪ ବର୍ଷ ନୁହେଁ ୨୪ମିନିଟରେ ସବୁ କରିଛୁ । ଇଚ୍ଛା ଥିଲେ ୨୪ମିନିଟରେ ସବୁ କିଛି କରିହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଲୋକ ଏବେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ୨୦୨୬ ଶେଷ ସୁଦ୍ଧା ୯୦ପ୍ରତିଶତଙ୍କୁ ପାନୀୟ ଜଳ ଯୋଗାଇ ଦେବୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *