୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାତାଙ୍କ ସଂକଳ୍ପ ପାଠ

୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାତାଙ୍କ ସଂକଳ୍ପ ପାଠ

news by sashibhusan chaini

କଟକ, ୨୨-୦୧-୨୦୨୬(ବି.ଏନ .ଓ ) : ସନ୍ତା ୨୫ ଜାନୁୟାରୀ ରେ ହେବାକୁ ଥିବା ଜାତୀୟ ମତଦାତା ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା କକ୍ଷଠାରେ ମତଦାତାଙ୍କ ସଂକଳ୍ପ ପାଠ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ୍ ଦାସ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସଂକଳ୍ପ ପାଠ କରାଇଥିଲେ । ସଂକଳ୍ପରେ “ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ” ବୋଲି ମତଦାତାମାନେ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଆଜିର ଏହି ଗରିମାମୟ କାର୍ଯ୍ୟକ୍ରମ “ମୋ ଭାରତ, ମୋ ଭୋଟ” ଧାରଣା କୁ ନେଇ ଆୟୋଜନ କରାଯାଇଥିଲା । ଏହି ଅବସରରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ଅମ୍ଳାନ ଅପରାଜିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସଂକଳ୍ପ ପାଠ ରେ ଅଂଶଗ୍ରହଣ କରିଥିଲେ । ଗଣତନ୍ତ୍ରର ମୂଳ ଆଧାର ଭାବେ ମତଦାନର ଗୁରୁତ୍ୱ ଓ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *