୧୫୪ତମ ଗାନ୍ଧୀଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

REPORT BY SANJAYA KUMAR SAHOO

କାମାକ୍ଷାନଗର:03.10.23(B.N.O)REPORT BY SANJAYA KUMAR SAHOO:- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ସ୍ଥିତ ବାପୁ ମନ୍ଦିର ନ୍ୟାସ ଓ ପୂଜ୍ୟପୂଜା ସଂଗଠନ ତରଫରୁ କାମାକ୍ଷାନଗର ବ୍ଲକ୍ ବଡ଼ ସୁଆଁଳୋ ପଞ୍ଚାୟତ ଗୋଡ଼ିପୋଖରି ଗାଁ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ସହିତ ଲଉଡ଼ି ବାଡ଼ି ଖେଳ ଏବଂ ପାରମ୍ପରିକ ଆଦିବାସୀ ଲୋକନୃତ୍ୟର ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା l ଗାଁ ଦାଣ୍ଡରେ ପ୍ରତ୍ୟେକ ଘର ସମ୍ମୁଖରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କୁ ବନ୍ଦାପନା କରାଯାଇଥିଲା l
ଏହାପରେ ଅନୁଷ୍ଠାନର ସ୍ଥାୟୀ ସଭାପତି ଅରବିନ୍ଦକାନ୍ତ ରାୟଙ୍କ ସଭାପିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ, ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର, ଡକ୍ଟର ରବିନ୍ଦ୍ର ମୋହନ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ତଥା ସମାଜସେବୀ ଯଶୋଧରା ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ପ୍ରଧାନ, ଓଡ଼ିଶା ଗାନ୍ଧିବାଦୀ ଫୋରମ୍ ର କନଭେନର ଲୋକସେବକ ଜ୍ଞାନରଞ୍ଜନ ସାମନ୍ତରାୟ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଙ୍କ ସମ୍ପର୍କିତ ଅନେକ ଅଜଣା ତଥ୍ୟ ପ୍ରଦାନ କରିବା ସହିତ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାସ ପାଣ୍ଡିଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରିଥଲେ । ଅନୁଷ୍ଠାନର ସମ୍ପାଦକ ମାୟାଧର ପାଣି, ସହ ସମ୍ପାଦକ ନିରଞ୍ଜନ ସାହୁ, କୋଷାଧ୍ୟକ୍ଷ ଶ୍ରୀରାମ ରାଉତ, ଆଜୀବନ ସଦସ୍ୟ ଶ୍ୟାମ ଘନ ସାହୁ, ବାସୁଦେବ ସାହୁ, ପଣ୍ଡିତ ଉପେନ୍ଦ୍ର ନାଥ ପଣ୍ଡା, ଅମଜାଦ ଖାନ, ବାଳକୃଷ୍ଣ ନାୟକ, ବିଜୟ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବଡସୁଆଁଳୋ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଏବଂ ଉଦଯାପନୀ ସଂଗୀତ ଗାନ କରିଥିଲେ l ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଦିଗମ୍ବର ସାହୁଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ କରାଯାଇଥିଲା । କାମାକ୍ଷାନରର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ୱରେ ମାନସ ସାହୁ, ସମିତିସଭ୍ୟା ପାପୀନା ସାହୁ, ମହେଶ ବେହେରା, ଅଶୋକ ପଧାନ, ନରହରି ପଧାନ, ମାନସ ନନ୍ଦ, ତାରିଣୀ ପ୍ରସାଦ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ପରିଶେଷରେ ମଠକରଗୋଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦସ ଧନ୍ୟବାଦ୍ ଅର୍ପଣ କରିଥିଲେ,l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *