୧୦ରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ

BBSR 08.10.23 (B.N.O.)ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ କରିବ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଚାଲିବ ବୋଲି ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍‌ ଗୁଡ଼ିକ ସାମିଲ୍‌ ହେବ। ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ୧୦ ତାରିଖରୁ ଗଡ଼ିବନାହିଁ। ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସିଥିଲା। ବୈଠକରେ ସାରା ରାଜ୍ୟରେ ସବୁ ବସ୍‌ ମାଲିକ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡ଼ୁଥିବା ବସ୍‌ ଭିତରେ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ସାମିଲ କରିବା ଓ ମୋ ବସ୍‌ ଅର୍ବାନ ଏରିଆ ଛଡ଼ା ଅନ୍ୟ କୌଣସି ଅଞ୍ଚଳକୁ ନଚଲାଇବା ପାଇଁ ଦାବି ହୋଇଥିଲା। ଏହାଛଡ଼ା ଅନେକ ଗୁଡ଼ିଏ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜିପର୍ଯ୍ୟନ୍ତ ପରିବହନ କମିଶନର କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହାକୁ ନେଇ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *