ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

ଅନୁଗୁଳର ୩୦୦୦ରୁ ଅଧିକ ଶିଶୁ ଓ ବୟସ୍କ ଶିଖିଲେ କିଭଳି ସଡ଼କ ସୁରକ୍ଷିତ ରଖିହେବ

ଭୁବନେଶ୍ୱର/ ଅନୁଗୁଳ: ଏକ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମ୍‌ଏସ୍‌ଅଇ)ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଗୁଳରେ ପହଂଚିଛି । ଅନୁଗୁଳର ଆଦର୍ଶ କଲେଜ ଅଫ ଇଞ୍ଜିନିୟରିଂ ଓ ରଣେଶ୍ୱର ଇନଷ୍ଟିଚ୍ୟୁଟ୍‌
ଅଫ୍ ମ୍ୟାନେଜମେଂଟ୍ ଆଣ୍ଡ୍ ଇନଫରମେସନ ଟେକ୍ନୋଲୋଜି (ଆରଆଇଏମଆଇଟି)ରେ ଆୟୋଜିତ ତିନି ଦିନିଆ (୨୦୨୨ ସେପ୍ଟେମ୍ବର ୧୩-୧୫) ଶିିବିରରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଷ୍ଟାଫ୍ ସଦସ୍ୟମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେଉଁମାନେ ସୁରକ୍ଷିତ ଗାଡ଼ି ଚାଳନା ବିଷୟରେ ଶିଖିବା ଲାଗି ଆଗେଇ ଆସିଥିଲେ । ସମସ୍ତଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାର ଉନ୍ନତି ଆଣିବା ଲାଗି ଏଚଏମ୍‌ଏସ୍‌ଆଇର ସଡ଼କ ସୁରକ୍ଷା ପ୍ରଶିକ୍ଷକମାନେ ବୟସ ଉପଯୋଗୀ ସଡ଼କ ସୁରକ୍ଷା ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ । ସୁରକ୍ଷା ଉପରେ ଭାରତକୁ ସଚେତନ କରିବା ପ୍ରତି ହୋଣ୍ଡାର ରହିଥିବା ପ୍ରତିବଦ୍ଧତା ବିଷୟରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଅପରେଟିଂ ଅଫିସର-ବ୍ରାଣ୍ଡ୍ ଓ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ କହିଛନ୍ତି ଯେ, “ସଡ଼କ ସୁରକ୍ଷା ମାନସିକତା ବିକାଶ କରିବା ଲାଗି ସଡ଼କ ସୁରକ୍ଷା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ । ସଡ଼କରେ ଏକ ସୁରକ୍ଷିତ ଭାରତ ଗଠନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଜାରି ରଖି ଆମେ ଆମର କ୍ଷେତ୍ରଭିତିକ ସୁରକ୍ଷା ତାଲିମ-ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭଯାନକୁ ପୁନର୍ବାର ଚାଲୁ କରିଛୁ । ଏହି ଅଭିଯାନ ସହିତ ନୂଆ ଓ ଉଦୀୟମାନ ଚାଳକଙ୍କ ମଧ୍ୟରେ ସଠିକ୍ ସଡ଼କ ସୁରକ୍ଷା ଅଭ୍ୟାସ ଜାଗ୍ରତ କରିବା ତଥା ସଡ଼କକୁ ସୁରକ୍ଷିତ ଭାବେ ହୋଣ୍ଡାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ବୈଜ୍ଞାନିକ ଉପାୟରେ କୌତୁକ ଶିକ୍ଷା ପ୍ରଦାନ କରାଯାଉଛି:
୧. ବୈଜ୍ଞାନିକ ତତ୍ୱ ଶିକ୍ଷଣୀୟ ମଡ୍ୟୁଲ୍‌: ହୋଣ୍ଡାର ଦକ୍ଷ ତାଲିମଦାତାମାନେ
ସଡ଼କ ଚିହ୍ନ ଓ ସଙ୍କେତ, ସଡ଼କରେ ଚାଳକଙ୍କ ଭୂମିକା, ରାଇଡିଂ ଗିୟର ଓ
ବସିବାର ଢଙ୍ଗ ବର୍ଣ୍ଣନା ଓ ସୁରକ୍ଷିତ ଗାଡ଼ି ଚାଳନାର ବିଭିନ୍ନ ଉପରେ
ଥିଓରି ଅଧିବେଶନ ସହ ମୂଳଦୁଆ ପକାଉଛନ୍ତି ।
୨. ପ୍ରାକ୍ଟିକାଲ୍ ଶିକ୍ଷା: ବାସ୍ତବରେ ଗାଡ଼ି ଚଲାଇବା ପୂର୍ବରୁ ସଡ଼କରେ
୧୦୦ରୁ ଅଧିକ ସମ୍ଭାବ୍ୟ ବିପଦ ବିଷୟରେ ହୋଣ୍ଡାର ଭର୍ଚୁଆଲ ରାଇଡିଂ
ସିମୁଲେଟରରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
୩. ଆଲୋଚନା ଅଧିବେଶନ: ଅଂଶଗ୍ରହଣକାରୀମାନଙ୍କୁ କିକେନ୍‌
ୟୋସୋକୋ ତାଲିମ (କେୱାଇଟି) ନାମକ ବିପଦ ଆକଳନ ପ୍ରଶିକ୍ଷଣ
ଦିଆଯାଉଛି ଯାହା ଚାଳକ/ ଡ୍ରାଇଭରଙ୍କ ବିପଦ ଆକଳନ ଦକ୍ଷତା
ବଢ଼ାଉଛି ଏବଂ ସଡ଼କରେ ଗାଡ଼ି ଚଲାଇବାରେ ବେଳେ ସୁରକ୍ଷିତ
ଗାଡ଼ି ଚାଳନାକୁ ସୁନିଶ୍ଚିତ କରୁଛି ।
୪. ଗାଡ଼ି ଚଲାଇ ଶିଖିଥିବା ଡ୍ରାଇଭର୍‌ଙ୍କ ଦକ୍ଷତାରେ ଉନ୍ନତି:
ଛାତ୍ରଛାତ୍ରୀ ଓ ଷ୍ଟାଫ୍ ସଦସ୍ୟ ଯେଉଁମାନେ ଗାଡ଼ି ଚଲାଇବା ଶିଖିଛନ୍ତି
ସେମାନଙ୍କ ପରୀକ୍ଷା କରାଯାଉଛି ଓ ମନ୍ଥର ଗାଡ଼ି ଚାଳନା କାର୍ଯ୍ୟକଳାପ ଓ
ଅଣଓସାରିଆ ରାସ୍ତାରେ ଗାଡ଼ି ଚାଳନା ଜରିଆରେ ସେମାନଙ୍କ
ଗାଡ଼ି ଚାଳନା ଦକ୍ଷତାକୁ ଶାଣିତ କରାଯାଉଛି ।
୫. କୌତୁକ ଉପାୟରେ ଶିଖିବା: ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା
ବିଷୟରେ ଯେଭଳି ଅଧିକ ଜାଣିପାରିବେ ତାହାକୁ ସୁନିଶ୍ଚିତ କରିବା
ଲାଗି ହୋଣ୍ଡା ପକ୍ଷରୁ ଦୈନିକ ଭିତିରେ ସଡ଼କ ସୁରକ୍ଷା ଗେମ୍ ଓ କୁଇଜ୍‌
ଆଦିକୁ କୌତୁକିଆ ଶିକ୍ଷଣୀଞ କାର୍ଯ୍ୟକ୍ରମକୁ ଆୟୋଜନ
କରାଯାଉଛି ।
ସଡ଼କ ସୁରକ୍ଷା ପ୍ରତି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର
ସିଏସଆର୍ ପ୍ରତିବଦ୍ଧତା
ହୋଣ୍ଡା ପାଇଁ ବିଶ୍ୱସ୍ତରରେ ସଡ଼କ ସୁରକ୍ଷା ହେଉଛି ପ୍ରଥମ । ୨୦୨୧ ଏପ୍ରିଲ୍‌ରେ
ଘୋଷଣା କରାଯାଇଥିବା ଅନୁସାରେ ୨୦୫୦ ସୁଦ୍ଧା ହୋଣ୍ଡା ମୋଟରସାଇକଲ୍ ଓ
ଅଟୋମୋବାଇଲ୍‌କୁ ନେଇ ଜଡ଼ିତ ଥିବା ଶୂନ ଟ୍ରାଫିକ୍ ଦୁର୍ଘଟଣାକୁ
ବିଶ୍ୱସ୍ତରରେ ହାସଲ କରିବା ଲାଗି ହୋଣ୍ଡା ଉଦ୍ୟମ କରିବ । ନିଜର
କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)କୁ ପୂରଣ କରିବା  ଲାଗି ଏଚ୍‌ଏମ୍‌ଏସ୍‌ଆଇ ୨୦୦୧ରେ ଯାତ୍ରା ଆରମ୍ଭ କରିବା ପରଠାରୁଭାରତରେ ସଡ଼କ ସୁରକ୍ଷାର ପ୍ରସାର କରୁଛି । ଏହାର ଦକ୍ଷ ସୁରକ୍ଷା ପ୍ରଶିକ୍ଷକ ଏହାର ସାରା ଭାରତରେ ଥିବା ୧୦ଟି ପୋଷ୍ୟ ଟ୍ରାଫିକ୍‌ ପାର୍କ ଓ ୭ ସୁରକ୍ଷି ଗାଡ଼ିଚାଳନା ଶିକ୍ଷା କେନ୍ଦ୍ର (ଏସ୍‌ଡିଇସି)ରେ ଦୈନିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।
ଏହା ବ୍ୟତୀତ ସାରା ଭାରତରେ ଥିବା ହୋଣ୍ଡାର ୧୦୦୦ରୁ ଅଧିକ ଡିଲରସିପ୍‌ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛନ୍ତି । ଏଚଏମଏସଆଇର ନିଜସ୍ୱ ଭର୍ଚୁଆଲ ରାଇଡିଂ ସିମୁଲେଟର ଚାଳକଙ୍କ ବିପଦ ଆକଳନ ଦକ୍ଷତାକୁ ବଢ଼ାଉଥିବା ବେଳେ ଭାରତରେ ଥିବା ପ୍ରତି ଡିଲରସିପ୍‌ରେ ଗାଡ଼ିଚାଳନା ଆରମ୍ଭ କରିବା ପୂର୍ବରୁ ନୂଆ ଗ୍ରାହକମାନଙ୍କୁ ମଧ୍ୟ ଡେଲିଭରି ପୂର୍ବରୁ ସୁରକ୍ଷା ପରାମର୍ଶ (ପିଡିଏସ୍‌ଏ) ପ୍ରଦାନ କରାଯାଉଛି । ଏଥି ସହିତ ନୂତନ ସ୍ୱାଭାବିକ ସମୟରେ ଶିକ୍ଷାକୁ କେବେ ବନ୍ଦ ନକରିବାକୁ ନିଶ୍ଚିତ
କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ହୋଣ୍ଡା ସଡ଼କ ସୁରକ୍ଷା ଇ- ଗୁରୁକୂଳ ନାମକ ଡିଜିଟାଲ ସଡ଼କ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ୨୦୨୦ ମେ’ରେ ଆରମ୍ଭ ହେବା ପରଠାରୁ ଏହି ଅଭିଯାନରେ ୮ ଲକ୍ଷରୁ ଅଧିକ ଭାରତୀୟଙ୍କୁ ସଚେତନ ରହିବା ଓ ଦାୟିତ୍ୱବାନ ସଡ଼କ ବ୍ୟବହାରକାରୀରେ ପରିଣତ ହେବାର ଗୁରୁତ୍ୱ ବିଷୟରେ ସଚେତନ
କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *