ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍‌ ଇଣ୍ଡିଆର ନୂଆ ସାଇନ୍ ସେଲିବ୍ରେସନ୍‌ ଏଡିସନ୍‌

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍‌ ଇଣ୍ଡିଆର ନୂଆ ସାଇନ୍ ସେଲିବ୍ରେସନ୍‌ ଏଡିସନ୍‌

ଭୁବନେଶ୍ୱର: ଉନ୍ମୋଚନ ହେବା ପରଠାରୁ ନିଜର ଅତୁଳନୀୟ ମାନ ଓ ପ୍ରଦର୍ଶନ ପାଇଁ ୧୨୫ ସିସି ଏକ୍‌ଜିକ୍ୟୁଟିଭ୍ ବର୍ଗରେ ହୋଣ୍ଡା ସାଇନ୍‌ର ରାଜୁତି ବଜାୟ ରହିଛି । ନୂତନ ରୂପରେ ଗ୍ରାହକମାନଙ୍କୁ ଉଲ୍ଲସିତ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ସାଇନ୍ ସେଲିବ୍ରେସନ୍ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି । ଅନ୍ୟତମ ଆକର୍ଷଣୀୟ ଏକ୍‌ଜିକ୍ୟୁଟିଭ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଭାବେ ସାଇନ୍ ଭାରତୀୟ ମୋଟରସାଇକଲ୍ ବଜାରରେ ପ୍ରବେଶ କରିବା ପରଠାରୁ ଉଭୟ ସହରାଚଂଳ ଓ ଗ୍ରାମାଚଂଳରେ ଏହାର ଲୋକପ୍ରିୟତାରେ ଉଲ୍ଲେଖନୀୟ ବୃଦ୍ଧି ହାସଲକରିଛି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା ଏହି ନୂତନ ଉନ୍ମୋଚନ ବିଷୟରେ କହିଛନ୍ତି ଯେ, “ଦେଶ ଆଗାମୀ ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଚ୍‌ଏମ୍‌ଏସ୍‌ଆଇରେ ଆମେ ସବୁ ଅଂଚଳର ଗ୍ରାହକମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇବାକୁ ଚାହୁଁଛୁ । ସବୁଠୁ ଆକର୍ଷଣୀୟ ଏକ୍‌ଜିକ୍ୟୁଟିଭ୍ ମୋଟରସାଇକଲ୍ ଭାବେ ସବୁୁଠୁ ଲୋକପ୍ରିୟ ଥିବା ବ୍ରାଣ୍ଡ୍ ସାଇନ୍ ଦୁଇ ଚକ ଯାତ୍ରାରେ ନିୟୁତାଧିକ ଭାରତୀୟଙ୍କୁ ଉଲ୍ଲସିତ କରିବା ଜାରି ରଖିବ । ମୋର ବିଶ୍ୱାସ ରହିଛି ଯେ ସମ୍ପୂର୍ଣ୍ଣ ନୂଆ ସେଲିବ୍ରେସନ୍ ଏଡିସନ୍ ଆମ ଗ୍ରାହକଙ୍କ ପାଇଁ ନୂଆ ଉଲ୍ଲାସ ଆଣିଦେବ ।’’ ନୂଆ ହୋଣ୍ଡା ସାଇନ୍ ସେଲିବ୍ରେସନ୍ ଏଡିସନ୍‌ରେ ଉତ୍ସାହ ଜାଗ୍ରତକାରୀ ସୁବର୍ଣ୍ଣ ଥିମ୍ ରହିଛି । ସେଥିରେ ନୂଆ ଷ୍ଟ୍ରାଇପ୍‌, ସୁବର୍ଣ୍ଣ ୱିଙ୍ଗମାର୍କ ପ୍ରତୀକ ଓ ଟାଙ୍କିର ଶୀର୍ଷରେ ସେଲିବ୍ରେସନ୍ ଏଡିସନ୍ ଲୋଗୋ ରହିଛି । ବହୁ ନୂତନ ଆକର୍ଷଣୀୟ ମୂଲ୍ୟ ଯୋଗ ସହ ଏହି ନୂଆ ଏଡିସନ୍ ପ୍ରିମିୟମ୍‌ ଷ୍ଟାଇଲ୍‌କୁ ଆହୁରି ବଢ଼ାଇଛି । ନୂଆ ସାଡେଲ୍ ବ୍ରାଉନ୍ ସିଟ୍ ପ୍ରିମିୟମ୍ ସମୃଦ୍ଧିର ଭାବ ପ୍ରଦାନ କରୁଛି ଓ ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍ ମଫଲର୍ କଭର୍‌, ସାଇଡ୍ କଭରରେ ସୁବର୍ଣ୍ଣ ସ୍ପର୍ଶ ଓ ସାମ୍ନାରେ ସମ୍ପୂର୍ଣ୍ଣ ନୂଆ ସୁବର୍ଣ୍ଣ ଗାର୍ନିସ୍ ଉତ୍ସବ ଭାବକୁ ବଢ଼ାଇବ । ମ୍ୟାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍ ଓ ମ୍ୟାଟ୍ ସାଙ୍ଗ୍ରିଆ ରେଡ୍‌
ମେଟାଲିକ୍ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉଭୟ ଡ୍ରମ୍ ଓ ଡିସ୍କ ଭାରିଆଂଟ୍‌ରେ ୭୮,୮୭୮ ଟଙ୍କାର ଆକର୍ଷଣୀୟ ମୂଲ୍ୟ (ଏକ୍ସ ସୋ’ରୁମ୍‌, ନୂଆଦିଲ୍ଲୀ)ରେ ଉପଲବ୍ଧ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *