ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ହରିୟାଣା ସରକାରଙ୍କ ସହଯୋଗରେ କର୍ଣ୍ଣାଲ୍‌ରେ ପ୍ରଥମ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ଆଇଡିଟିଆର୍‌) ଉଦ୍‌ଘାଟିତ

ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ହରିୟାଣା ସରକାରଙ୍କ ସହଯୋଗରେ କର୍ଣ୍ଣାଲ୍‌ରେ ପ୍ରଥମ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ଆଇଡିଟିଆର୍‌) ଉଦ୍‌ଘାଟିତ

ଭୁବନେଶ୍ୱର: ଏକ ଦୁର୍ଘଟଣାମୁକ୍ତ ସମାଜ ଗଠନ କରିବା ଏବଂ କାର୍ବନ୍‌ ନିଉଟ୍ରାଲ୍ ପ୍ର୍ରତି ରହିଥିବା ପ୍ରତିବଦ୍ଧତା ସ୍ୱରୂପ ହୋଣ୍ଡା ଇଣ୍ଡିଆ
ଫାଉଣ୍ଡେସନ୍ (ଏଚ୍‌ଆଇଏଫ୍‌) ପକ୍ଷରୁ ହରିୟାଣା ସରକାରଙ୍କ ସହଯୋଗରେ କର୍ଣ୍ଣାଲ୍ ଠାରେ ଏକ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଆଇଡିଟିଆର୍ ଓ ଏକ କମ୍ୟୁନିଟି ପାର୍କକୁ ଉଦ୍‌ଘାଟନ କରାଯାଇଛି । ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର୍ ଲାଲ୍ ଖଟର ଏହି ତାଲିମ ପ୍ରତିଷ୍ଠାନ ଓ କମ୍ୟୁନିଟି ପାର୍କକୁ ଉଦ୍‌ଘାଟନ କରିଥିବା ବେଳେ ପରିବହନ ମନ୍ତ୍ରୀ ଶ୍ରୀ ମୋଲଚାନ୍ଦ୍ ଶର୍ମା, ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀ ଆତସୁସି ଓଗାତା, ଟ୍ରଷ୍ଟି ଶ୍ରୀ ବିନୟ ଢିଙ୍ଗରେ, ଟ୍ରଷ୍ଟି ଶ୍ରୀ କାଟ୍‌ସୁୟୁକି ଓକାୱା, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ସିଏସ୍‌ଆର୍ କମିଟି ସଦସ୍ୟ ଭି ଶ୍ରୀଧର୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ସାମଜ ଯେଭଳି ଚାହୁଁଛି ସେଭଳି ଏକ କଂପାନିରେ ପରିଣତ ହେବା ଲାଗି ଆମ ଦୀର୍ଘମିଆଦୀ ଲକ୍ଷ୍ୟରେ ସଡ଼କ ସୁରକ୍ଷା ଓ ପରିବେଶ ପ୍ରମୁଖ ସ୍ତମ୍ଭ ହୋଇ ରହିଅଛି । ନାଗରିକମାନଙ୍କୁ ଦାୟିତ୍ୱବାନ ଚାଳକରେ ପରିଣତ କରିବା ଦିଗରେ କର୍ଣ୍ଣାଲ୍‌ରେ ଆଜି ଉଦ୍‌ଘାଟନ କରାଯାଇଥିବା ଟ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଆଉ ଏକ ପଦକ୍ଷେପ । ପୁନଶ୍ଚ, ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ କାର୍ବନ୍ ଫୁଟପ୍ରିଂଟ୍‌ରେ ଉଲ୍ଲେଖନୀୟ ହ୍ରାସ କରିବାକୁ ଆମେ ଚାହିଁରହିଛୁ । କର୍ଣ୍ଣାଲ୍‌ର କମ୍ୟୁନିଟି ପାର୍କ ଉଦ୍‌ଘାଟନ ସହିତ ଆମେ ସିଓ୨ ନିଗର୍ମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା
ଏବଂ ଆମର ପିଲାମାନଙ୍କ ଲାଗି ଏକ ସବୁଜ ଭବିଷ୍ୟତ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ । ଆମ ସହିତ ସହଯୋଗିତା ପାଇଁ ଏବଂ ୨୦୫୦ ସୁଦ୍ଧା ଶୂନ ଟ୍ରାଫିକ ଦୁର୍ଘଟଣା ଏବଂ କାର୍ବନ୍ ନ୍ୟୁଟ୍ରାଲିଟି ଲାଗି ଆମର ରହିଥିବା ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆଉ କିଛି ଇଂଚ ଆଗକୁ ବଢ଼ିବାରେ ସହଯୋଗ ପ୍ରଦାନ କରିଥିବାରୁ ମୁଁ ହରିୟାଣା ସରକାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’’
କର୍ଣ୍ଣାଲର ବଲ୍‌ଡି ବାଇପାସ୍‌ର ଇନ୍ଦ୍ରୀ ରୋଡ୍ ନିକଟ ନୂଆ ବସ୍‌ଷ୍ଟାଣ୍ଡ୍‌ ପାଖରେ ୯.୨୫ ଏକର ଜମିରେ ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯାଇଛି ଯେଉଁଥିରେ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ରିଫ୍ରେସର୍ ଓ ଲର୍ଣ୍ଣର୍ କୋର୍ସ ପ୍ରଦାନ କରାଯିବ । ଏଥିରେ ଅଟୋମେଟେଡ୍‌ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ମଧ୍ୟ ରହିଛି । ଏଠାରେ କର୍ପୋରେଟ୍ ଓ ଫ୍ଲିଟ୍ ମାଲିକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । କର୍ଣ୍ଣାଲ୍‌ର ସେକ୍ଟର ୭ରେ ସୌର ଶକ୍ତି ଚାଳିତ କମ୍ୟୁନିଟି ପାର୍କ ସ୍ଥାନ କରାଯାଇଛି ଯେଉଁଥିରେ ଖୋଲା ଜିମ୍‌, ରନିଂ ଟ୍ରାକ୍ ଆଦି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *