ହିନ୍ଦୋଳ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ।
ହିନ୍ଦୋଳ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା
- ଛାତିରେ ବାଜିଛି ୬ଟି ଗୁଳି ।
- ବିହାରୀ ଶିକାରୀଙ୍କ ଗୁଳିରେ ହତ୍ୟା ହୋଇଥିବା ସନ୍ଦେହ ।
ଢେଙ୍କାନାଳ୨୪-୦୫-୨୦୨୫(ବି.ଏନ .ଓ ) :(ଅକ୍ଷୟ କୁମାର ନନ୍ଦ) ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ହିନ୍ଦୋଳ ରେଞ୍ଜ ରେ ଘଟିଛି ଅଘଟଣ । ଶିକାରୀ ଗୁଳିରେ ଫରେଷ୍ଟର ମୃତ । ବିଳମ୍ବିତ ପ୍ରହରରେ ଛାତିରେ ବାଜିଲା ୬ ଗୁଳି ।ହିନ୍ଦୋଳ ରେଞ୍ଜ ରାଜମୋହନପୁର ଗାଁ ନିକଟରେ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ(ମାନସ)ଙ୍କୁ ଗୁଳି କରି ହତ୍ୟା କଲେ ଶିକାରୀ । ମାନସଙ୍କ ଘର କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ହୋଇଥିବା ସୂଚନା। ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ ମାନସ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ରାତି ୧୧ଟା ୪ ମିନିଟ ସମୟରେ ରାଜମୋହନପୁର ଗାଁକୁ ଡ୍ୟୁଟିରେ ଯାଇଥିବା ବେଳେ ହତ୍ୟା କରାଯାଇଥିବା ସୂଚନା।


