ହାତୀ ଦୋକାନଭାଙ୍ଗି ଖାଇଗଲେ ରାସନ ସାମଗ୍ରୀ,ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ,ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ ।

ହାତୀ ଦୋକାନଭାଙ୍ଗି ଖାଇଗଲେ ରାସନ ସାମଗ୍ରୀ,ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ,ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ ।

ପରଜଙ୍ଗ :30.08.23 BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧିନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ପିତିରି ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀପଲ୍ଲ ଆସି ଦୋକାନ ଘର ଭାଙ୍ଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି କରିଥିବା ବେଳେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀ । ଛକରେ ଆଜକୁ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗୋଲେଖ ବେହେରାଙ୍କ ପୁଅ ନିଶାକର ବେହେରା ( କୀର୍ତ୍ତନ) ଏକ ଭେରାଇଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି ରାତିରେ କୀର୍ତ୍ତନ ପାଖଦୋକାନରେ ଶୋଇଥିବା ବେଳେ ନିଜ ଦୋକାନର ଶବ୍ଦଶୁଣି ଉଠିପଡ଼ିଥିଲେ , ଦେଖିବା ବେଳକୁ ଦୋକାନଘର ୨ଟି ହାତୀ ଭାଙ୍ଗୁଥିବା ବେଳେ ପାଖରେ ଆଉ ୨ଟି ହାତୀ ଠିଆହୋଇଛନ୍ତି ।ଏପରି ସ୍ଥଳେ କୀର୍ତ୍ତନ ନିଜ ଜୀବନପ୍ରତି ଖାତିରି ନକରି ଚିତ୍କାର କରିଥିଲେ ।ଯାହାକି ଅନ୍ୟ ଦୋକାନୀ ମାନେ ପାଟି ଶୁଣି ଉଠିପଡ଼ିଥିଲେ ।ଲୋକଙ୍କ ହୋହାଲ୍ଲା ପାଟିଶୁଣି ହାତୀ ମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ । ଦୋକାନ ସମୂର୍ଣ୍ଣ ଭାଙ୍ଗି ଦେଇ ସୁଜି , ଚିନି,ବେସନ , ମଇଦା,ମଟର ଓ ଅନ୍ୟ ରାସନ ସାମଗ୍ରୀ ଖାଇ ଦେଇଥିବା ବେଳେ ୩/୪ ପେଟି ରିଫାଇନ ତେଲ ନଷ୍ଟ କରିଦେଇଛନ୍ତି ।ଦୋକାନରେ ଥିବା ଫ୍ରିଜ,ଫ୍ୟାନ ଓ ଅନ୍ୟାନ୍ୟ ସରଞ୍ଜାମ ଗୁଡ଼ିକ ନଷ୍ଟ ହୋଇଯାଇଛି ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ବ୍ୟବସାୟୀଙ୍କୁ କ୍ଷୟକ୍ଷତି ସମ୍ପର୍କିତ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଛକରେ ଥିବା ଚଗଲା ବିଳାସଙ୍କ ଦୋକାନର ଜିଆଇ କବାଟକୁ ଭାଙ୍ଗି ଦେଇଛନ୍ତି ।ଛକରେ ତୁରନ୍ତ ଲାଇଟ୍ ବ୍ୟବସ୍ଥା କରିବାକୁ ବ୍ୟବସାୟୀ ମାନେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *