ସ୍ୱିଗି ପକ୍ଷରୁ ଓଡ଼ିଶା ସହରରେ ସହଭାଗୀତାରେ ରେଷ୍ଟୁରାଂଟ

ସ୍ୱିଗି ପକ୍ଷରୁ ଓଡ଼ିଶା ସହରରେ ସହଭାଗୀତାରେ ରେଷ୍ଟୁରାଂଟ
ଭୁବନେଶ୍ୱର : ଆଜି ଛୋଟ ଛୋଟ ସହରଗୁଡ଼ିକ ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବାର ଧାରା ସହିତ ମେଟ୍ରୋ ସହରଗୁଡ଼ିକ ସହିତ ଯୋଗ ଦେଇଛନ୍ତି । ସ୍ୱିଗି ମାଧ୍ୟମରେ ସ୍ଥାନୀୟ ରେଷ୍ଟୁରାଂଟମାନଙ୍କୁ ଲୋକଙ୍କ ନିକଟରେ ପହଁଚାଇବା ସୁଯୋଗ ତଥା କ୍ଷତିରେ ଚାଲୁଥିବା ବ୍ୟବସାୟକୁ ସମୃଦ୍ଧ କରିବାରେ ସାହାଯ୍ୟ ମିଳିଛି । ଭୁବନେଶ୍ୱରରେ ଗରମ ମସଲା ନାମକ ଏକ ରେଷ୍ଟୁରାଂଟ ଏକ
ଆଇଟି କ୍ୟାମ୍ପସରେ ସ୍ଥାପିତ ହୋଇଛି । ୨୦୧୮ରେ ଏହା ବନ୍ଦ ହେବା ଭଳି ଅବସ୍ଥାକୁ ଆସିଯାଇଥିବା ଏହି ରେଷ୍ଟୁରାଂଟ ବର୍ତମାନ ସ୍ୱିଗି ମାଧ୍ୟମରେ ପ୍ରତିଦିନ ୪ଗୁଣା ଅର୍ଡର ପାଉଛି । ଏହା ସ୍ୱିଗିର ସହଯୋଗୀ ହେବା ପରେ ଏହାର ଯଥେଷ୍ଟ ଚାହିଦା ବୃଦ୍ଧି ପାଇଛି ।
ମାଲିକ ଦେବଜାନି ସାହୁ କହିଛନ୍ତି ଯେ ‘ ସ୍ୱିଗି ଆମକୁ ଛୋଟ ଛୋଟଅର୍ଡ଼ର ଦେବାରେ ସାହାଯ୍ୟ କଲା । ନିଶ୍ଚିତ କରିବା ଠାରୁ ମେନୁ  ମୂଲ୍ୟ ଓ ବିବରଣୀକୁ ଅପଡେଟ କରିବା ସହିତ ପରିବେଷିତ ଖାଦ୍ୟର ଫଟୋ ଚିତ୍ର ଆମକୁ ଅଧିକ ଲୋକପ୍ରିୟ କରିବାରେ ଲାଗିଲା । ବର୍ତମାନ ଆମ ବ୍ୟବସାୟ ବହୁତ ବଢିଯାଇଛି ଓ କାର୍ତିକ ମାସ ଶେଷ ହେବା ପରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଧାରାରେ ଇ-ବାଣିଜ୍ୟ ବୃଦ୍ଧି ହୋଇଛି ଓ ଅର୍ଡ଼ର ମଧ୍ୟ ସେହି ଅନୁସାରେ ମିଳୁଛି । ଅଫଲାଇନ ରେଷ୍ଟୁରାଂଟ
ଭାବେ ସ୍ୱିଗି ବର୍ତମାନ ଲୋକପ୍ରିୟ ହେବାରେ ଲାଗିଛି । ଏପରିକି ମହାମାରୀ ସମୟରେ ଯେତେବେଳେ ସମଗ୍ର ରେଷ୍ଟୁରାଂଟ ଉଦ୍ୟୋଗ ଅଚଳ ହେବାକୁ ବସିଥିଲା ସେତେବେଳେ ସ୍ୱିଗି ଗରମ ମସଲାକୁ ସହାୟତାର ହାତ ବଢାଇ ବ୍ୟବସାୟରେ ରହିବାକୁ ଉତ୍ସାହିତ କରିଥିଲା । ବର୍ତମାନର ସଫଳତା ଉପରେ ରେଷ୍ଟୁରାଂଟ ଗୁଡ଼ିକ ଅନଲାଇନ ବ୍ୟବସାୟ ଓ ଆଉଟଡୋର କାଟରିଂ ଉପରେ
ଗୁରୁତ୍ୱ ଦେଉଛନ୍ତି । ସ୍ୱିଗି ସହିତ ବର୍ତମାନ ଓଡ଼ିଶାରେ ୧୩୦୦ରୁ ଅଧିକ ସକ୍ରିୟ ରେଷ୍ଟୁରାଂଟ ସହଭାଗୀତା କରୁଛନ୍ତି । ସ୍ୱିଗି ଏମାନଙ୍କ ବ୍ୟବସାୟକୁ ଉଚ୍ଚତର ଶିଖରକୁ ନେବାକୁ ସାହାଯ୍ୟ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *