ସ୍ୱର୍ଗତ ପ୍ରମୋଦ ସାହୁଙ୍କୁ ଅନ୍ତିମ ବିଦାୟ – ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ (IOF) ର ମାନବିକ ପ୍ରୟାସ

ସ୍ୱର୍ଗତ ପ୍ରମୋଦ ସାହୁଙ୍କୁ ଅନ୍ତିମ ବିଦାୟ – ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ (IOF) ର ମାନବିକ ପ୍ରୟାସ

ଭୁବନେଶ୍ୱର ୨୪-୦୨-୨୦୨୬ (ବି.ଏନ .ଓ ) : ସାଉଦି ଆରବରେ ହୃଦ୍ ରୋଗ ଆକ୍ରମଣରେ ଦୁର୍ଭାଗ୍ୟବଶତଃ ପରଲୋକଗମନ କରିଥିବା ୪୬ ବର୍ଷୀୟ ପ୍ରବାସୀ ଓଡ଼ିଆ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ପାର୍ଥିବ ଶରୀର କେତେକ ଦିନର ଜଟିଳ ଓ ଭାବବିହ୍ୱଳ ଅପେକ୍ଷା ପରେ ଓଡ଼ିଶାକୁ ଫେରାଇ ଆଣାଯାଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ସମୟରେ ପରିବାରର ଆଖିରୁ ଅଶ୍ରୁଧାରା, ସମଗ୍ର ପରିବେଶ ଦୁଃଖ ଓ ବେଦନାରେ ଭରି ହୋଇଯାଇଥିଲା।ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ (IOF) ଭାରତୀୟ ଦୂତାବାସ, ସଂସ୍ଥାର HR ବିଭାଗ, ସ୍ଥାନୀୟ ସାଂସଦ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁହୃଦ୍ଧବୃନ୍ଦଙ୍କ ସହଯୋଗରେ ଅନବରତ ପ୍ରୟାସ କରିଥିଲେ। ଆର୍ଥିକ ବାଧାବିଘ୍ନକୁ ଅଟକାଇ ଶେଷରେ ସ୍ୱର୍ଗତ ପ୍ରମୋଦ ସାହୁଙ୍କୁ ସମ୍ମାନସହିତ ତାଙ୍କ ଜନ୍ମଭୂମିକୁ ଫେରାଇ ଆଣାଯାଇଥିଲା। IOF ର ସମର୍ପିତ ସଦସ୍ୟମାନେ — ଶ୍ରୀଯୁକ୍ତ ରବି ଶଙ୍କର ଶର୍ମା, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ, ଶ୍ରୀଯୁକ୍ତ ପ୍ରତାପ କୁମାର ନାୟକ ଓ ଶ୍ରୀଯୁକ୍ତ ଟୁନା ସାହୁ — ଏହି ଦୁର୍ଦ୍ଦଶାର ସମୟରେ ଶୋକାକୁଳ ପରିବାର ପାଖରେ ଅତୁଟ ଭାବରେ ଜଗତ ର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଅପାର କୃପାରୁ କେବଳ ସହାୟତା ଦେଇନଥିଲେ, ବରଂ ଅସହାୟତାର ଅନ୍ଧକାର ମୁହୂର୍ତ୍ତରେ ଆଶା ଓ ମର୍ଯ୍ୟାଦାର ଆଲୋକ ଜ୍ୱାଳାଇଥିଲେ।

ପରିବାରର ଜଣେ ସଦସ୍ୟ ଭାବବିହ୍ୱଳ ହୋଇ କହିଥିଲେ —
“ଆମେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲୁ, ମାତ୍ର, ଜଗତ ର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଅପାର କୃପାରୁ ତାଙ୍କୁ ଘରକୁ ଫେରାଇ ଆଣିବା ରେ ସମ୍ଭବ ହେଲା। ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ, ଭାରତୀୟ ଦୂତାବାସ, ସ୍ଥାନୀୟ ସାଂସଦିୟ କାର୍ଯ୍ୟାଳୟ, କମ୍ପାନୀର HR ଓ ସମସ୍ତ ସୁମନ୍ତବ୍ୟକ୍ତିଙ୍କ ପ୍ରତି ଆମେ ଚିରକୃତଜ୍ଞ ରହିବୁ।”

ଫାଉଣ୍ଡେସନର ପ୍ରତିନିଧିମାନେ କହିଥିଲେ—“ଆଇନି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଓ ମାନସିକ ଭାବେ କ୍ଲାନ୍ତିକର ଥିଲା। କିନ୍ତୁ ଶେଷରେ ମାନବିକତାର ଜୟ ହୋଇଛି। ଏହି ପରିବାର ପାଖରେ ଆମର ଏକ ଛୋଟିଆ ମାନବ ସେବା ହୋଇ ରହିବା କେବଳ ଆମର କର୍ତ୍ତବ୍ୟ ନୁହେଁ — ଏହା ଆମର ପ୍ରବାସୀ ଓଡ଼ିଆ ଭାଇଙ୍କ ନୈତିକ ଦାୟିତ୍ୱ ମଧ୍ୟ ଥିଲା।” ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଶେଷ କ୍ରିୟା କଟକ ଜିଲ୍ଲାର କିଶୋରନଗର ବ୍ଲକ ଅଧୀନ ସାଲିପୁର ଅଞ୍ଚଳର କୁଳସାମିତଙ୍ଗା ଗ୍ରାମରେ ପରିବାରବର୍ଗ, ଗ୍ରାମବାସୀ ଓ ସୁହୃଦ୍ଧମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଅଶ୍ରୁଭିଜା ନୟନରେ ସମସ୍ତେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ସେ ତାଙ୍କ ପତ୍ନୀ ଓ ଅସହାୟ କନ୍ୟାଙ୍କୁ ଛାଡ଼ି ଯାଇଛନ୍ତି।

ସରକାର ଙ୍କୁ ବିନମ୍ର ଅନୁରୋଧ ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ ଓଡ଼ିଶା ସରକାର ଓ ଭାରତ ସରକାରଙ୍କୁ ନିମ୍ନଲିଖିତ ମାନବିକତା ସହାୟତା ପାଇଁ ଅନୁରୋଧ କରିଛି —

* ପ୍ରବାସୀ ଓଡ଼ିଆ ପରିବାରଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା।
* ତାଙ୍କ କନ୍ୟାଙ୍କ ଶିକ୍ଷା ପାଇଁ ସ୍ଟୁଡେଣ୍ଟ ସ୍କଲାରସିପ/ ବୃତ୍ତି ଓ ପ୍ରୟୋଜନ।

* ପତ୍ନୀଙ୍କ ପାଇଁ ସ୍ଥାୟୀ ଜୀବିକା ସହାୟତା।
* ବିଦେଶରେ କାମ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଦୃଢ଼ ସୁରକ୍ଷା ନୀତି।

ସ୍ୱର୍ଗତ ପ୍ରମୋଦ ସାହୁ, ସେହି ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଜଣେ, ଯେଉଁ ମାନେ ନିଜ ପରିବାରର ସ୍ୱପ୍ନ ପୂରଣ ପାଇଁ ଦେଶଛାଡ଼ି ଜନ୍ମଭୂମି ରୁ ସୁଦୂର କର୍ମଭୂମି କୁ ନିଜର ବୃତ୍ତି କରନ୍ତି। ତାଙ୍କ ତ୍ୟାଗ ନିରବତାରେ ମିଶିଯିବା ଉଚିତ୍ ନୁହେଁ। ତାଙ୍କ କନ୍ୟାଙ୍କ ଶିକ୍ଷା ଓ ସଫଳତା ହେବ ତାଙ୍କ ଅପୂର୍ଣ୍ଣ ସ୍ୱପ୍ନର ସତ୍ୟ ସ୍ମୃତିଞ୍ଜଳି। ୨୦୨୦ ମସିହାରୁ, ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନ, ୨୦ରୁ ଅଧିକ ଦେଶରେ ପ୍ରବାସୀ ଓଡ଼ିଆଙ୍କ ସେବାରେ ନିସ୍ଵାର୍ଥ ପୂର୍ଣ୍ଣ ଭାବରେ ମାନବିକତା ସେବା ରେ ଉତ୍ସର୍ଗ ଓ ଏକ ସେବକ ରୂପେ ନିଯୁକ୍କ୍ତ ଅଛନ୍ତି। ଆମ ପାଇଁ — “ମାନବ ସେବା ହେଉଛି ମାଧବ ସେବା।” ଶୋକାକୁଳ ପରିବାର ପାଖରେ, ଆମେ ସେବକ ହୋଇ ରହିବା କେବଳ ଦାୟିତ୍ୱ ନୁହେଁ — ଏହା ଆମର ନୈତିକ ଓ ଭାବନାତ୍ମକ ପ୍ରତିବଦ୍ଧତା। ଏହି ଦୁଃଖର ମୁହୂର୍ତ୍ତରେ ଆମେ ପ୍ରାର୍ଥନା, ସହାନୁଭୂତି ଓ ମାନବିକତାରେ ଏକତ୍ରିତ ହୋଇ ସେବା ହିଂ ମୂଳ ଲକ୍ଷ ।ତାଙ୍କ ଅକାଳ ବିୟୋଗରେ  ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ, ଶ୍ରୀଯୁକ୍ତ ରବି ଶଙ୍କର ଶର୍ମା, ଶ୍ରୀଯୁକ୍ତ ପ୍ରତାପ କୁମାର ନାୟକ ଶୋକପ୍ରକାଶ କରିଛନ୍ତି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *