ସ୍ମାଇଲ ଟୁଡେ ସଂକଳ୍ପ ଅଭିଯାନ ସଂଗଠନର ବୈଠକ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

                                  ସ୍ମାଇଲ ଟୁଡେ ସଂକଳ୍ପ ଅଭିଯାନ

ସଂଗଠନର ସମ୍ବର୍ଦ୍ଧନା ଉତ୍ସବ 

 ନିଆଳୀ/କଣ୍ଟାପଡା(BNO report by ଦ୍ୱିଜବର ମହାପାତ୍ର) ନିଆଳୀ ବ୍ଲକ ଦ୍ୱିପାଞ୍ଚଳରେ ସ୍ୱେଛାସେବୀ ସଂଗଠନ “ସ୍ମାଇଲ ଟୁଡେ ସଂକଳ୍ପ ଅଭିଯାନ”( ଏସ.ଟି.ଏସ.ଏ)ପକ୍ଷରୁ (ସ୍ମାଇଲ ଫର ଟୁଡେ)ସେବା ଗୌରବ ସମ୍ମାନ-୨୦୨୪ ଉତ୍ସବ ଆରମ୍ଭ ହେବା ପାଇଁ ଏକ ବୈଠକ ହୋଇଥିଲା |ଏହି ବୈଠକରେ ସଂକଳ୍ପ ଅଭିଯାନ ଅନୁଷ୍ଠାନର ପ୍ରତିଷ୍ଠାତା ସାମ୍ବାଦିକ ଦ୍ୱିଜବର ମହାପାତ୍ରଙ୍କ ସଭାପତିତ୍ୱରେ ସମସ୍ତ କର୍ମ କର୍ତ୍ତା ଯୋଗଦେଇଥିଲେ|ଏହି ସଂଗଠନର ଉପଦେଷ୍ଟା ବାଙ୍ଗାଲୋରରେ ଥିବା ଶିକ୍ଷାବିତ ଶ୍ରୀଯୁକ୍ତ ଶିଶିର ଦାସ ଦୂରାଭାଷ ଦ୍ୱାରା,ଉପଦେଷ୍ଟା ସମାଜସେବୀ ଯୋଗିନ୍ଦ୍ର ଦାସ,ମୁଖ୍ୟ ସଂପାଦକ ଶ୍ରୀମତୀ ସଂଘମିତ୍ରା ସ୍ୱାଇଁ,ସଂଯୋଜକ ଦିଲିପ ରଂଜନ ବେହେରା, ପର୍ଯ୍ୟବେକ୍ଷକ ତଥା ସଂଯୋଜକ ଆଶ୍ରିବାଦ ସ୍ୱାଇଁ(ଅଶୋକ),ସଂଯୋଜକ ଆଦିତ୍ୟ ମହାପାତ୍ର,ଜଗତସିଂହପୁର ଜିଲା ସଭାପତି ପ୍ରଦୋଷ କୁମାର ସ୍ୱାଇଁ, ସଂଯୋଜକ ସୁଶାନ୍ତ କୁମାର ମୁଦୁଲି ପ୍ରମୁଖ ମୁଖ୍ୟ କର୍ମକର୍ତ୍ତାଙ୍କ ସହମତିରେ ଆଗାମୀ ଦିନମାନଙ୍କରେ ବିଭିନ୍ନ ସେବା କ୍ଷେତ୍ରରେ ଜଡିତ ଥିବା ଉତ୍ସର୍ଗୀକୃତ ବ୍ୟକ୍ତିମାନଙ୍କ ପାଖରେ ଆମ ଅନୁଷ୍ଠାନ ପହଞ୍ଚି ସମ୍ବର୍ଦ୍ଧିତ କରିବାର ସ୍ଥିର ହୋଇଯାଇଛି|

ଏହି ଅବସରରେ ନିଆଳୀ ବ୍ଲକର ଦ୍ୱିପାଞ୍ଚଳରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି|ଅନୁଷ୍ଠାନର ମୁଖ୍ୟ ସାମ୍ବାଦିକ ଦ୍ୱିଜବର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବରେ ୧୦୮ ଆମ୍ବୁଲାନ୍ସ ସେବାର ଜୋନାଲ ହେଡ ଶ୍ରୀଯୁକ୍ତ ଜ୍ଞାନ ରଂଜନ ମହାପାତ୍ର ଭିଡିଓ କନଫେରନ୍ସରେ,ମୁଖ୍ୟ ଅତିଥି ୧୦୮ ଆମ୍ବୁଲାନ୍ସ ସେବାର ସି.ଏଲ. ଶ୍ରୀଯୁକ୍ତ ଅମିତ ରାୟ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ରହି ବିଭିନ୍ନ ବନ୍ୟା,ବାତ୍ୟା,ରାତି,ଦିନ,ଅସମୟରେ ନିଜ ଜୀବନକୁ ବାଜିଲଗାଇ ଅନ୍ୟମାନଙ୍କୁ ସେବାଦେଉଥିବା ମହାନବ୍ୟକ୍ତି ତଥା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ,ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀମାନଙ୍କୁ ଅନୁଷ୍ଠାନର ଏକ ଅବର୍ଣ୍ଣନୀୟ କାର୍ଯ୍ୟକ୍ରମ “ସେବା ଗୌରବ ସମ୍ମାନ-୨୦୨୪” ସମ୍ମାନରେ ସମ୍ମାନୀତ କରାଯାଇଛି|ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତି ଲକ୍ଷ୍ମୀପ୍ରିୟା ଦାସଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ସହିତ ସେବା ଗୌରବ ସମ୍ମାନ-୨୦୨୪, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତି ରାଜଶ୍ରୀ ଦଳାଇ,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଶ୍ରୀଯୁକ୍ତ ରବିନ୍ଦ୍ର ବେହେରା,ଆଶା କର୍ମୀମାନଙ୍କ ମଧ୍ୟରେ ସୁଁଆଲୋରୁ ପବିତ୍ରା ମଲିକ,କଟିକଟାରୁ କବିତା ଭୋଇ,ସିଠାଳୋରୁ ସୁଶାନ୍ତି ସ୍ୱାଇଁ,କରଞ୍ଜରୁ କମଳା ପରିଡା,ଶଗଡାଇଲୋରୁ ବନଲତା ରାଉତ,ବରଗୁଡିକୁଦରୁ ଚିନ୍ମୟୀ ସ୍ୱାଇଁ,ବରିଷଣରୁ ଜେମାମଣି ସ୍ୱାଇଁ,ବାସନ୍ତି ଭୋଇ,ଅଳତଳଙ୍ଗରୁ ଅନୁସୂୟା ମହାନ୍ତି,କବିତା ବାରିକ,ବଢିଆସାହିରୁ ସ୍ୱର୍ଣ୍ଣଲତା ମହାରଣା,କସର୍ଦାରୁ ଲକ୍ଷ୍ମୀପ୍ରିୟା ଭୋଇ ପ୍ରମୁଖଙ୍କୁ ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା.ସର୍ବଶେଷରେ ଦ୍ୱିଜବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *