ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଅନ୍ତେବାସୀଙ୍କୁ ଫଳ ବଣ୍ଟନ।

ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଅନ୍ତେବାସୀଙ୍କୁ ଫଳ ବଣ୍ଟନ।

ବ୍ରହ୍ମପୁର,୧୬/୮:(BREAKING NEWS ODIA) ସ୍ଥାନୀୟ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ସ୍ବାଧିନତା ଦିବସ ଅବସରରେ ଗୁରୁଜୀ ଶ୍ରୀ ଶ୍ରୀ କୃଷ୍ଣା ଭାୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିକିତ୍ସାଧୂନ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପ୍ରଥମେ ସ୍ଥାନୀୟ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ଃ ବିଶ୍ବମ୍ବର ବେହେରାଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ପରେ ଆମ୍ବପୁଆ ସ୍ଥିତ ରେଡ଼କ୍ରସ ଅନ୍ଧ ସ୍କୁଲ, ଅରଫାନ ହୋମ୍, କୁଷ୍ଠ ରୋଗୀ କଲୋନୀ ଏବଂ ଆମ୍ବଗଡ ସ୍ଥିତ ଜରାଶ୍ରମର ଅନ୍ତେବାସୀଙ୍କୁ ସେବା ସଂସ୍ଥାନ ତରଫରୁ ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସେବା ସଂସ୍ଥାନର ଅଶୋକ ପାତ୍ର, ସନ୍ତୋଷ ମହାନ୍ତି, ଦ୍ବାରିକା ମହାନ୍ତି, ସମୀର ମହାନ୍ତି, ଗଣେଷ ପ୍ରଧାନ, ଶ୍ରୀହରି ଦାସ, ପ୍ରକାଶ ବେହେରା, ପୁଷ୍ପାଞ୍ଜଳି ପ୍ରଧାନ, ଗୀତା ମହାନ୍ତି, ସଙ୍ଗୀତା ମହାନ୍ତି, ଚନ୍ଦନ ଓ ସନ୍ଦୀପ ପାଣିଗ୍ରାହୀଙ୍କ ସମେତ ସମସ୍ତ ଗୁରୁ ଭାଇଭଉଣୀ ମାନେ ସକ୍ରିୟ ଅଂଶଗ୍ରହଣ କରି ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିବା ସହ ଗୁରୁଜୀଙ୍କ କୃପା ଲାଭ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *