ସ୍ପାଇସ୍ ମନି ପକ୍ଷରୁ ଆପ୍ ଓ ପୋର୍ଟାଲ୍‌ରେ ଭଏସ୍ ଆଲର୍ଟ ସେବାର ଶୁଭାରମ୍ଭ

ସ୍ପାଇସ୍ ମନି ପକ୍ଷରୁ ଆପ୍ ଓ ପୋର୍ଟାଲ୍‌ରେ ଭଏସ୍ ଆଲର୍ଟ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଗ୍ରାମୀଣ ଫିନଟେକ୍ ସଂସ୍ଥା ସ୍ପାଇସ୍ ମନି ପକ୍ଷରୁ ଏହାର ସ୍ପାଇସ୍ ମନି ଆପ୍ଲିକେସନ୍ ଓ ୱେବ୍ ପୋର୍ଟାଲ୍‌ରେ ଭଏସ୍‌ ଆଲର୍ଟ ସୁବିଧାର ଶୁଭାରମ୍ଭ କରାଯାଇଛି । ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ପାଇଁ ଉତମ ସ୍ୱଚ୍ଛତାକୁ ନିଶ୍ଚିତ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ । ଗ୍ରାମୀଣ ନାଗରିକମାନେ ସ୍ପାଇସ୍ ମନି ଅଧିକାରୀ (ବ୍ୟବସାୟୀ/ ଅଣୁ ଉଦ୍ୟୋଗୀ)ଙ୍କ ସହ କିଛି କାରବାର କଲେ ଏହି ଭଏସ୍ ଆଲର୍ଟ ଜରିଆରେ କାରବାରର ଘୋଷଣା ହେବ । ଏହା ଦ୍ୱାରା କାରବାର ସଫଳ ହୋଇଥିବା
ବ୍ୟବହାରକାରୀ ଜାଣିପାରିବେ, ଫଳରେ ସୁରକ୍ଷିତ ଓ ସ୍ୱଚ୍ଛ ଡିଜିଟାଲ୍ କାରବାରହୋଇପାରିବ ।
ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟଅନୁଯାୟୀ, ଏଇପିଏସ୍ ଜରିଆରେ ୨୦୨୧ ଏପ୍ରିଲ୍‌ରୁ ୨୦୨୨ ମାର୍ଚ୍ଚମଧ୍ୟରେ ୩,୦୦,୩୮ କୋଟି ଟଙ୍କା ମୂଲ୍ୟର ୨୩୦ କୋଟି କାରବାର ହୋଇଛି ।୨୦୨୨ ମାର୍ଚରେ ୨୮,୫୨୨ କୋଟି ଟଙ୍କାର ୨୨୫ ନିୟୁତ କାରବାର ହୋଇଛି । ଭଏସ୍ ଆଲର୍ଟ ସେବା ଶୁଭାରମ୍ଭର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତରେ
ଡିଜିଟାଲ୍ ଆର୍ଥିକ ସମାଧାନ ପାଇଁ ବିଶ୍ୱାସ ସୃଷ୍ଟି କରିବା । ଏହା ଦ୍ୱାରା ଗ୍ରାମୀଣ ନାଗରିକମାନେ ସୁରକ୍ଷିତ ଭାବେ କାରବାର କରିପାରିବେ ଏବଂ କାରବାର ହୋଇଥିବା ରାଶିର ସୂଚନା ଭଏସ୍ ଆଲର୍ଟରୁ ପାଇପାରିବେ ଯାହା ମାନସିକ ଶାନ୍ତି ପ୍ରଦାନ କରିବ ଏବଂ ଏକ ବିଶ୍ୱାସର ଭାବ ଜାଗ୍ରତ କରିବ । ସ୍ୱୟଂକ୍ରିୟ ଭାବେ ସୃଷ୍ଟି ହେଉଥିବା ଏହି ଭଏସ୍ ଆଲର୍ଟ ଯୋଗୁ ଡିଜିଟାଲ୍ କାରବାର ଉପରେ ବିଶ୍ୱାସ ବୃଦ୍ଧି ପାଇବ, ଫଳରେ ବ୍ୟବସାୟୀଙ୍କ ଷ୍ଟୋରକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିବ । ସ୍ପାଇସ୍ ମନିର ସହ ପ୍ରତିଷ୍ଠାତା ଓ ସିଇଓ ସଂଜୀବ କୁମାର କହିଛନ୍ତି ଯେ, “ଏକ ନିୟୁୂତ ଅଧିକାରୀଙ୍କ ଏକ ଦୃଢ଼ ନେଟ୍‌ୱର୍କ ଜରିଆରେ ଦେଶର
କୋଣ ଅନୁକୋଣରେ ୧୮,୫୦୦ ପିନ୍ କୋଡ୍‌ରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ ବିପ୍ଳବର ଅଗ୍ରଦୂତ ସାଜିଛି ସ୍ପାଇସ୍ ମନି । ଡିଜିଟାଲ୍ ବ୍ୟବସ୍ଥାରେ ଉପେକ୍ଷୀତ ଗ୍ରାମୀଣ ଲୋକମାନଙ୍କୁ ସାମିଲ କରିବା ଲାଗି ବିଶ୍ୱାସ ଏବଂ ସ୍ୱଚ୍ଛତାର ଏକ ପରିବେଶ ସୃଷ୍ଟି କରିବା ନିମନ୍ତେ ଆମେ ସର୍ବଦା ପ୍ରତିବଦ୍ଧ  ରହିଛୁ । ଏହି ମର୍ମରେ ଆମେ ଉପସ୍ଥାପନ କରିଥିବା ଭଏସ୍ ଆଲର୍ଟ ସେବା ସମସ୍ତ କାରବାରର ଅନ୍‌-ସ୍ପଟ୍ ଭଏସ୍ ନୋଟିଫିକେସନ୍ ଜରିଆରେ ଉଭୟ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ଲାଗି ଶ୍ରେଷ୍ଠ ସ୍ପଷ୍ଟତା ସୃଷ୍ଟି କରିବ । ମୋର ବିଶ୍ୱାସ ରହିଛି ଯେ ଏହା ବିଶ୍ୱାସର ପରିବେଶରେ ଉନ୍ନତି ଆଣିବ ଏବଂ ଡିଜିଟାଲ୍ କାରବାର କରିବା ଲାଗି ଅଧିକ ଲୋକଙ୍କୁ ଉତ୍ସାହିତ କରିବ ।’’ ଏହି ଭଏସ୍ ଆଲର୍ଟ ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ସ୍ପାଇସ୍ ମନି ପକ୍ଷରୁ ଏକ ବ୍ରାଣ୍ଡ୍ ସିନେମାର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ସ୍ଥାନୀୟ କିରାନା ଷ୍ଟୋର୍‌ରେ ହେଉଥିବା ଡିଜିଟାଲ୍‌ କାରବାରରେ ଏକାଧିକ ଗ୍ରାମୀଣ ଗ୍ରାହକମାନେ କିଭଳି ଭଏସ୍ ଆଲର୍ଟ ପାଉଛନ୍ତି ତାହା ପ୍ରଦର୍ଶିତ କରାଯାଇଛି । ସ୍ପାଇସ୍ ମନି ଆପ୍ ଓ ପୋର୍ଟାଲ୍‌ରେ ଭଏସ୍ ଆଲର୍ଟ ସୁବିଧା କିଭଳି ଲୋକମାନଙ୍କ ଭିତରେବିଶ୍ୱାସ ଓ ସଚେତନତା ଗଠନ କରୁଛି ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଛି ତାହା ପ୍ରଦର୍ଶିତ କରାଯାଇଛି । ଟ୍ରାଞ୍ଜାକ୍ସନ୍ ଅବ୍‌ ବୋଲେଙ୍ଗେ ସହ ସିନେମାଟି ଶେଷ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *