ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ନେଇ ଡିଜି ଗୋଲ୍ଡ ପାଇଁ ନୂଆ ଅଭିଯାନ ଆରମ୍ଭ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ନେଇ ଡିଜି ଗୋଲ୍ଡ ପାଇଁ ନୂଆ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ସଂଗଠିତ ଗହଣା ରିଟେଲର ସେନ୍‌କୋ
ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଏହାର ଅନ୍‌ଲାଇନ୍ ସୁନା କାରବାର
ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡ ପାଇଁ ସୌରଭ ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ
କରାଯାଇଥିବା ନୂଆ ଅଭିଯାନ ବିଷୟରେ ଘୋଷଣା କରାଯାଇଛି । ୨୦୧୫
ପରଠାରୁ ସେନ୍‌କୋର ବ୍ରାଣ୍ଡ୍ ଆମ୍ବାସାଡର ରହିଛନ୍ତି ସୌରଭ ଓ ଏହି
ଅଭିଯାନରେ ତାଙ୍କୁ ଡିଜି ଗୋଲ୍ଡର ପ୍ରଚାରରେ ଦେଖିବାକୁ ମିଳିବ ।
ଏହି ଅଭିଯାନରେ ସୌରଭଙ୍କ ଅଭିନୀତ ତିନିଟି କୌତୁକିଆ ସିନେମା
ପ୍ରସ୍ତୁତ କରାଯାଇଛି । ତାଙ୍କୁ ତିନିଟି ଚରିତ୍ରରେ ଦେଖିବାକୁ ମିଳିବ ।
ସୁନା ପାଇଁ ତାଙ୍କ ମୋହ ଓ ସେ ଶେଷରେ କିଭଳି ପରିସ୍ଥିତି ସାମ୍ନା କରୁଛନ୍ତି
ପ୍ରତିଟି ଫିଲ୍ମରେ ତାହା ପ୍ରଦର୍ଶିତ କରାଯାଇଛି । ପ୍ରତି ଫିଲ୍ମ ଶେଷରେ
ସୌରଭଙ୍କ ବାର୍ତା ରହିଛି ସୁନା ପାଇଁ ଏତେ ଦୂର ଯିବା କାହିଁକି,
ଯେତେବେଳେ ଆମେ ସହଜରେ ସେନ୍‌କୋ ଡିଜି ଗୋଲ୍ଡରୁ ସୁନା
କିଣିପାରିବା ।’
ଗୋଟିଏ ସିନେମାରେ ସୌରଭଙ୍କୁ ଅଲି ବାବା ଭୂମିକାରେ ଦେଖିବାକୁ
ମିଳିବ । ଆଉ ଏକ ଫିଲ୍ମକୁ ସୁନା ଅଣ୍ଡା ଦିଆ କୁକୁଡ଼ା କାହାଣୀ
ଉପରେ ପ୍ରସ୍ତୁତ କରାଯାଇଛି । ତୃତୀୟ ଫିଲ୍ମରେ ସ୍ପର୍ଶ ପଥର କାହାଣୀ ଉପରେ
ଆଧାରିତ ଯେଉଁଥିରେ ଯାହାକୁ ଛୁଇଁଲେ ତାହା ସୁନା ହୋଇଯିବ ।
ଏହି ଅବସରରେ ବିସିସିଆଇର ସଭାପତି ତଥା ସେନ୍‌କୋର ବ୍ରାଣ୍ଡ୍‌
ଆମ୍ବାସାଡର ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ଏହି ନୂଆ ଅଭିଯାନକୁ
ନେଇ ମୁଁ ବହୁତ ଉତ୍ସାହିତ ଯାହା ଅନ୍‌ଲାଇନ୍‌ରେ ସୁନା କାରବାର କରିବାକୁ
ଚାହୁଁଥିବା ଲୋକମାନଙ୍କ ପାଇଁ କୌତୁକିଆ ଓ ସୂଚନାଧର୍ମୀ । ମୁଁ ଏହି
ବ୍ରାଣ୍ଡ୍ ପାଇଁ ନୂଆ ନୁହେଁ, ୨୦୧୫ ପରଠାରୁ ମୁଁ ସେନ୍‌କୋ ଗୋଲ୍ଡ ସହିତ
ଯୋଡ଼ି ହୋଇରହିଛି । ସେନ୍‌କୋ ଗୋଲ୍ଡ ହେଉଛି ଏକ ବିଶ୍ୱାସଯୋଗ୍ୟ
ଗହଣା ବ୍ରାଣ୍ଡ୍ ଏବଂ ଏଭଳି ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍ ସହିତ
ଯୋଡ଼ିହୋଇରହିବା ମୋତେ ବହୁତ ଆନନ୍ଦିତ କରୁଛି ।’’
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌
କହିଛନ୍ତି ଯେ, “ଡିଜିଟାଲ୍ ପ୍ଲାଟ୍ ଫର୍ମରେ ଗ୍ରାହକମାନେ ସୁନା କିଣିବା,
ରିଡିମ୍ କରିବା ଏବଂ ବିକ୍ରି କରିବା ଲାଗି ବର୍ଷକ ପୂର୍ବେ
ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ ୱେବ୍‌ସାଇଟ୍ ଜରିଆରେ ଆମେ ଡିଜି ଗୋଲ୍ଡର

ଶୁଭାରମ୍ଭ କରିଥିଲୁ । କେବଳ ବିଭିନ୍ନ

ସଂପତି ବର୍ଗରେ ନିବେଶ ନୁହେଁ ବରଂ ଆଗୁଆ ସଂଚୟ ବିଷୟରେ ବହୁତ ଭଲ
ଭାବେ ଅବଗତ ଥିବା ନୂଆ ପିଢ଼ିର ଭାରତୀୟଙ୍କୁ ନଜରରେ ରଖି ଏହି
ନୂଆ ପିଢ଼ିର ଉତ୍ପାଦ ବିକଶିତ କରାଯାଇଥିଲା । ଏହି ଅଭିଯାନରେ
ଆମର ଜାତୀୟ ବ୍ରାଣ୍ଡ୍ ଆମ୍ବାସାଡର ସୌରଭ ଗାଙ୍ଗୁଲିଙ୍କୁ ଭିନ୍ନ
ଅବତାରରେ ଡିଜିଗୋଲ୍ଡର ତତ୍‌କାଳ ନିରବଚ୍ଛିନ୍ନ କାରବାର, ବିଶୁଦ୍ଧ ୨୪
କ୍ୟାରେଟ୍ ସୁନା, ସମ୍ପୂର୍ଣ୍ଣ ସୁରକ୍ଷା ଓ ବୀମା ଆଦିର ଲାଭ ଉପରେ
ଗୁୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିବ । ଆମର ବିଶ୍ୱାସ
ରହିଛି ଯେ ଗ୍ରାହକମାନେ ଏହି ଅଭିଯାନକୁ ପସନ୍ଦ କରିବେ ଏବଂ ଆମର ପସନ୍ଦର
ଦାଦାଙ୍କ କୌତୁକ ପାଶ୍ୱର୍କୁ ଦେଖି ସେମାନଙ୍କ ମୁହଁରେ ହସ ଫୁଟିବ । ଏଭଳି ଏକ
ସୁନ୍ଦର ବିଜ୍ଞାପନ ପାଇଁ ଆମର ବିଜ୍ଞାପନ ଏଜେନ୍ସି ବ୍ୟାଙ୍ଗ୍ ଅନ୍‌

ସହ ସହଯୋଗିତା ସ୍ଥାପନ କରିଥିବାରୁ ମୁଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌
ଡାଇମଣ୍ଡ୍‌ସର ନିର୍ଦେଶିକା ଯୋଇତା ସେନ୍ ଓ ସାରା ମାର୍କେଟିଂ ଟିମ୍‌କୁ
ଧନ୍ୟବାଦ ଜଣାଇବାକୁ ଚାହୁଁୁଛି । ଏହି ନୂଆ ପିଢ଼ିର ଉତ୍ପାଦ ବିକାଶ
ଲାଗି ଚିଫ୍ ଡିଜିଟାଲ୍ ଓ ଇନୋଭେସନ୍ ଅଫିସର ଶ୍ରୀ ଦିବ୍ୟେନ୍ଦୁ ବରାଳ ଓ
ଆମର ପ୍ରଯୁକ୍ତି ଟିମ୍‌କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁୁଛି ।’’
ବ୍ୟାଙ୍ଗ୍ ଅନ୍‌ର ନିର୍ଦେଶକ ଓ ସିନେମାଟୋଗ୍ରାଫର ପିୟାସ ଘୋଷ
କହିଛନ୍ତି ଯେ, “ ଏକ ଚିନ୍ତାଧାରା ପ୍ରସ୍ତୁତ କରି ଓ କ୍ୟାମେରାରେ ତାହାକୁ
ଜୀବନ୍ତ କରିବା ପର୍ଯ୍ୟନ୍ତ ଏହି ସିନେମାଗୁଡ଼ିକରେ କାମ କରିବାର
ଅନୁଭୂତି ବେଶ୍ ଚମତ୍କାର । ଏଥିର ସବୁଠୁ ଭଲ ଅଂଶ ହେଉଛନ୍ତି ସୌରଭ
ଗାଙ୍ଗୁଲି ଯାହାଙ୍କ ଭଳି ଜଣେ ମହାନ କ୍ରୀଡ଼ାବିତ୍‌ଙ୍କୁ କୌତୁକିଆ
ଭୂମିକାରେ ଦେଖିବାକୁ ମିଳିବ ଓ ପ୍ରଥମ ଥର ପାଇଁ ତାଙ୍କ ବ୍ୟଙ୍ଗ ପାଶ୍ୱର୍
ସ୍କ୍ରିନ୍‌ରେ ଆସିବ । ତାଙ୍କ ସହଯୋଗ ଓ ମୂଲ୍ୟ ଯୋଗ ଏହି ସିନେମା ତିଆରି
କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆହୁରି ଉପଭୋଗ୍ୟ କରଥିଲା । ସେ ଜଣେ
ନିର୍ଦେଶକଙ୍କ ସ୍ୱପ୍ନର ଅଭିନେତା ଏବଂ ନିଜର ପ୍ରାକୃତିକ ବ୍ୟଙ୍ଗ ଜରିଆରେ
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଭବିଷ୍ୟତରେ ଏଭଳି ଆହୁରି ସ୍ୱତନ୍ତ୍ର ସିନେମା
ତିଆରି କରିବାକୁ ଆମେ ଚାହିଁରହିଛୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *