ସୁଇସାଇଡ୍ ନୋଟ୍

 

ଯଦି କେବେ ଲେଖିବାର ସୁଯୋଗ ମିଳିବ
ନିଜ ପାଇଁ ସୁଇସାଇଡ୍ ନୋଟ୍‌!
ଲେଖନ୍ତି ମୁଁ ଅକ୍ଷୟ ମହାନ୍ତିର ଗୀତ ,
ଅମୃତା ପ୍ରୀତମ୍‌ର ଗପ,
ମୋ ପ୍ରିୟ କବିର କବିତା ।
(ଜାଣେ ମୁଁ ମୋତେ ପଚାରିବ ନାହିଁ ତା’ର ନାଁ)

ମୁଁ ଆଙ୍କନ୍ତି ସେ ନୋଟ୍‌ରେ ଅସୀମ ବସୁଙ୍କ ଚିତ୍ର,
ଅଭିନୟ, ମଞ୍ଚସଜା ଓ ସ୍ୱର ।

ଶେଷଥର ପାଇଁ ଡାକନ୍ତି ତାକୁ ମଙ୍ଗୁଳି ଛକ,
ସେ ଆସନ୍ତା ତା ସ୍କୁଟିରେ ବସି
ଆମେ ପିଅନ୍ତୁ ସେଠି ଲସି ।
ତା ହଳଦୀ ଗୁରୁଗୁରୁ ହାତରେ ମୁଁ ଦିଅନ୍ତି ଚୁମା,
ପୁଲିସ୍ କାଟନ୍ତା ଜରିମାନା ।

କେହି ଯଦି କୁହନ୍ତା କି,
ସେ କରିପାରିଲାନି ମୋ ପାଇଁ କିଛି,
ଜବାବ୍ ଦିଅନ୍ତି ତାକୁ ତୁ କିଛି ବି କରନା
ଥା ମୋ ପାଖେ ସେମିତି ।

ହଁ କେହି ଯଦି ଲେଖି ଦିଅନ୍ତା
କି ମୁଁ ସଂସାରୀ ନଥିଲି, ନଥିଲି ଭୋଗୀ, ରୋଗୀ ।
ମୋତେ ବିଶ୍ୱାସ କରୁଥିଲେ ଲୋକମାନେ,
ହେଲେ ମୁଁ ହରାଇ ଚାଲିଥିଲି ବିଶ୍ୱାସ ମୋ ନିଜ ଭିତରେ ।

କେବେ ଯଦି ମୋ ଆତ୍ମହତ୍ୟା କରିବାର କାରଣ ଲେଖାଯାଏ..
ତ, ଲେଖାଯାଉ କି
ସେ ଏକ ଡରୁଆ ଥିଲା,
ଭାଙ୍ଗିଯିବାର ଡର ଥିଲା
ବଦଳେଇଦେବା ପାଇଁ ମଶାଲ ଜାଳି ବାହାରୁଥିଲା
ନିଜ ଭିତରେ ଅସହାୟତାର ଘୋର ଅନ୍ଧାର ଥିଲା ।

By Debadatta Pati

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *