*ସିଏସଏମ ଟେକ୍ନୋଲୋଜିସ ପକ୍ଷରୁ ‘ସିଏସଏମ ପ୍ରିମିୟର ଲିଗ୍’ ଆରମ୍ଭ* –

 

ଭୁବନେଶ୍ବର,29/5, Bnews:  ଆଇଟି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରତିଷ୍ଠାନ ସିଏସଏମ ଟେକ୍ନୋଲୋଜିସ ପକ୍ଷରୁ ‘ସିଏସଏମ ପ୍ରିମିୟର ଲିଗ୍’ ଆରମ୍ଭ ହୋଇଛି। ଲୋକପ୍ରିୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଢାଞ୍ଚାରେ ଏହା ଖେଳାଯିବ। ଆମେ ଆଶା କରୁଛୁ ଏହା ଆଇପିଏଲ ଭଳି ଲୋକମାନଙ୍କ ଦ୍ଵାରା ଆଦୃତ ହେବ।
ଚଳିତ ମାସ (ମେ ୨୭) ରୁ ‘ସିଏସଏମ ପ୍ରିମିୟର ଲିଗ୍ ଆରମ୍ଭ ହୋଇ ଜୁନ ୩ ତାରିଖରେ ଶେଷ ହେବ। ଏଥିରେ ଅଂଶ ଗ୍ରହଣ କରୁଥିବା ସିଏସଏମର ୧୨ ଟି ଟିମ୍ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ। ଲିଗର ଉଦଘାଟନୀ ଦିବସର ୩ଟି ମ୍ୟାଚ ଡେକାନ୍ ଗ୍ଲାଡିଏଟର୍ସ ଏବଂ ଆନାଲିଟିକ୍ସ ଆଥଲେଟ୍ସ, ବ୍ଲାକ୍ କୋବ୍ରା ଏବଂ ଡିବି ୱିଙ୍ଗ୍ସ, ରାଇଜିଙ୍ଗ ଷ୍ଟାର୍ସ ଏବଂ ସୋଲ୍ ସ୍ପାର୍ଟାନ୍ସ ମଧ୍ୟରେ ଖେଳାଯିବ। ପରେ ସ୍ପାର୍ଟାନ୍ସ ଇଲେଭେନ, ଚ୍ୟାଲେଞ୍ଜର୍ସ ଓଟିଟି, ୱିକିଡ ହଣ୍ଟର୍ସ, ବ୍ଲାକ୍ ଡାଇମଣ୍ଡ, ରାଇଜିଂ ଷ୍ଟାର୍ସ ଏବଂ ଏକ୍ସକାଲିବର୍ଷ ପରି ଦଳ ପରସ୍ପରକୁ ଭେଟିବେ।ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରିଥିବା ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ଏବଂ ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଉଦଯାପନୀ ଉତ୍ସବରେ ବିଜୟୀ ଦଳଗୁଡିକୁ ପୁରସ୍କୃତ କରାଯିବ।

ଏହି ଲିଗର ସମସ୍ତ ମ୍ୟାଚ ଭୁବନେଶ୍ବର ଇନ୍ଫୋସିଟିସ୍ଥିତ ସିଏସଏମ ଟେକ୍ନୋଲୋଜି କ୍ୟାମ୍ପସରେ ଅନୁଷ୍ଠିତ ହେବ। କର୍ମମୟ ଜୀବନରେ ସମନ୍ଵୟ ରକ୍ଷା କରି କର୍ମଚାରୀଙ୍କ ଜୀବନରେ ଉତ୍ସାହ ଭରିବା ସିଏସଏମ ପ୍ରିମିୟର ଲିଗର ଲକ୍ଷ୍ୟ। ବୃତ୍ତିଗତ ଦକ୍ଷତା ବାହାରେ ସମସ୍ତ କର୍ମଚାରୀ ‘Life at CSM’ ମନ୍ତ୍ର ଉପରେ ବିଶ୍ଵାସ କରନ୍ତି ଯାହାକି ସେମାନଙ୍କର ସ୍ଵଭାବ ଏବଂ ବ୍ୟକ୍ତିତ୍ବକୁ ପ୍ରତିପାଦିତ କରୁଛି। କର୍ମକ୍ଷେତ୍ରର ସୁସ୍ଥ ବାତାବରଣ ସହ ସୃଜନଶୀଳତା ଏବଂ ଶୁକ୍ରବାରକୁ ଉତ୍ସାହପ୍ରଦ କରିବା ଉପରେ ଆମେ ଗୁରୁତ୍ଵ ଦେଇଛୁ।

*ସିଏସଏମ ଟେକ୍ନୋଲୋଜିସ ସମ୍ପର୍କରେ –*

ଗଭ-ଟେକ ସଲ୍ଯୁସନ ସହ ଏକ ପ୍ରମୁଖ ଆଇଟି ପରାମର୍ଶଦାତା କମ୍ପାନୀ ଭାବେ ସିଏସଏମ ଟେକ୍ନୋଲୋଜିର ସ୍ଵତନ୍ତ୍ର ପରିଚୟ ରହିଛି। ଭାରତ ତଥା ଆଫ୍ରିକାର କୃଷି, ଖଣି, ଖାଦ୍ୟ ଯୋଗାଣ, ଶିକ୍ଷା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦି କ୍ଷେତ୍ରରେ ଅଭିନବ ସମାଧାନ ଦିଗରେ ସିଏସଏମ କାମ କରିଆସିଛି। ଏଥି ସହ ବୈଷୟିକ ଜ୍ଞାନ କୌଶଳ ବିକାଶ ଏବଂ ଡିଜିଟାଲ୍ ରୂପାନ୍ତରଣ ପାଇଁ ଉଦ୍ୟୋଗଗୁଡିକୁ ଆମେ ପ୍ରୋତ୍ସାହିତ କରିଆସୁଛୁ।

ଯୋଗାଯୋଗ
ଜୟଜିତ୍ ଦାଶ
ପରିଚାଳକ- କର୍ପୋରେଟ୍ କମ୍ୟୁନିକେଶନ, ମାର୍କେଟିଂ
ଫୋନ- ୯୯୩୮୩୦୧୨୦୧, ୯୬୬୮୦୭୧୭୫୧

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *