ସିଏମସିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ଅର୍ଗାନାଇଜରମାନଙ୍କର ସମୀକ୍ଷା ବୈଠକ

NEWS BY MALAYA PARIJA(CUTTACK)

କଟକ:22.11.23(B.N.O.): ସିଏମସିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ଅର୍ଗାନାଇଜରମାନଙ୍କର ଏକ ସମୀକ୍ଷା ବୈଠକ ମେୟରଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟରଙ୍କ ସମେତ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ପ୍ରଲୟା ବେହେରା, ଡେପୁଟି କମିଶନର ଶ୍ୱେତାପଦ୍ମ ଡି.ଶତପଥୀ, ସିନିଅର କମ୍ୟୁନିଟି ଅର୍ଗାନାଇଜର ଅଳକା ସିଂହଙ୍କ ସମେତ ସମସ୍ତ କମ୍ୟୁନିଟି ଅର୍ଗାନାଇଜର ଉପସ୍ଥିତ ଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡିକର ସମସ୍ତ ପ୍ରକାର ସୁବିଧା କିପରି ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସେହିପରି ଡେପୁଟି କମିଶନର ଶ୍ରୀମତୀ ଶତପଥୀ ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ବିଷୟରେ ମେୟରଙ୍କୁ ଅବଗତ କରାଇଥିଲେ । ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ଶ୍ରୀମତୀ ବେହେରା ମଧ୍ୟ ଯୋଜନା ଗୁଡିକର ସଠିକ କାର୍ଯ୍ୟକାରିତା ସମୟାନୁସାରେ ସାରିବାକୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଏହି କ୍ରମରେ ସମସ୍ତ କମ୍ୟୁନିଟି ଅର୍ଗାନାଇଜର ସମସ୍ତ ପ୍ରକାର କାର୍ଯ୍ୟ ସଠିକ ସମୟରେ ସାରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *