ସାରଦା ଏକାଡେମୀର ଶୈକ୍ଷୀକ ବିକାଶ ପାଇଁ ସମୀକ୍ଷା ବୈଠକ ।

ସାରଦା ଏକାଡେମୀର ଶୈକ୍ଷୀକ ବିକାଶ ପାଇଁ ସମୀକ୍ଷା ବୈଠକ ।

ଜଗତସିଂହପୁର/ ତିର୍ତ୍ତୋଲ :-10.09.23 (BREAKING NEWS ODIA ) ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ , କନକପୁର ସ୍ଥିତ ସାରଦା ଏକାଡେମୀ ର ପୁରାତନ ଛାତ୍ରସଂସଦ ର ସଭାପତି ଡକ୍ଟର ଅମରେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଏହି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷାପ୍ରଦାନ ସହିତ ଉନ୍ନୟନ ମୂଳକ ଓ ଗଠନ ମୂଳକ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ , ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ଶନିବାର ଦିନ ଅପରାହ୍ନ ରେ ଏକାଡେମୀର ଐତିହ୍ୟ ପ୍ରାସାଦ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ, ଏକାଡେମୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଶିକ୍ଷା କମିଟିର କର୍ମକର୍ତ୍ତା ସଦସ୍ୟ ଓ ଅଭିଭାବକ ମାନେ ଯୋଗଦେଇ , ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆଲମୁନି ର ଉପଦେଷ୍ଟା ସୁଭାଷ ଚନ୍ଦ୍ର ମହାନ୍ତି , ସମ୍ପାଦକ ଗୋଲକ ବିହାରୀ ପଲାଇ , କୋଷାଧ୍ୟକ୍ଷ ଦୀପକ କୁମାର ସିଂହ , ସଦସ୍ୟ ଆଇନଜିବି ରଞ୍ଜନ କୁମାର ପଣ୍ଡା , ଆଇନଜୀବି ମହେଶ ମହାନ୍ତି , ସ୍ଥାନୀୟ ଅଞ୍ଚଳର ସରପଞ୍ଚ ରେବତୀ ମହାନ୍ତି, ସମିତି ସଭ୍ୟ ଅଜୟ କୁମାର ରାଉଳ , ସମାଜସେବୀ ଅଶୋକ କୁମାର ମହାନ୍ତି , ଶିକ୍ଷାକମିଟି ସଭାପତି ଗୋଲକ ବିହାରୀ ମହାରଣା , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି , ଶିକ୍ଷୟତ୍ରୀ ଅନିନ୍ଦୀତା ମିଶ୍ର , ଅପର୍ଣ୍ଣା ପଣ୍ଡା , କ୍ରୀଡାଶିକ୍ଷକ ଅନୁଜ ସ୍ଵପ୍ନଜିତ୍ ନାୟକ , ମାନସ କୁମାର ପୃଷ୍ଟି , ଚପଳା ସେନାପତି ଓ ଯଜ୍ଞଦତ୍ତ ରଥ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି , ଅଧିକ ଶ୍ରେଣୀ ଗୃହର ଆବଶ୍ୟକତା , ଉନ୍ନତ ପାଠାଗାର ନିର୍ମାଣ , ସାଇକେଲ ଷ୍ଟାଣ୍ଡ ର ନବୀକରଣ , ବିଦ୍ୟାର୍ଥୀ ମାନଙ୍କ ପାଇଁ ଆବଶ୍ୟକୀୟ ଟଏଲଟ୍ ର ବ୍ୟବସ୍ଥା ଓ ଚତୁଃପାର୍ଶ୍ଵ ରେ ଥିବା ପ୍ରାଚୀର ଉପରେ ତାରକଣ୍ଟାବାଡ ର ବ୍ୟବସ୍ଥା କରାଯିବା ସମ୍ପର୍କରେ, ସବିଶେଷ ଆଲୋଚନା କରାଯାଇ, ଏହାର ଆଶୁ ସମାଧାନ ନିମନ୍ତେ କେତେକ ଗଠନ ମୂଳକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *