ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପ୍ରାଚୀ ପ୍ରଜ୍ଞା ପରିଷଦର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର
ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପ୍ରାଚୀ ପ୍ରଜ୍ଞା ପରିଷଦର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର…

ନିଆଳୀ ୦୮-୧୦-୨୦୨୫(ବି .ଏନ .ଓ ) 🙁 ବିଶ୍ୱମ୍ବର ସେନାପତି) ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପ୍ରାଚୀ ପ୍ରଜ୍ଞା ପରିଷଦର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଵେଛାସେବୀ ଅନୁଷ୍ଠାନଯୁବ ଜାଗ୍ରତ ମଞ୍ଚ ସହଯୋଗରେ ୫-୧୦-୨୦୨୫ ଦିନ ସ୍ଥାନୀୟ ଆମ୍ରପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମାନ୍ୟବର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଗଗନ ବିହାରୀପତି ସ୍ଥାନୀୟ କୁରାଙ୍ଗ ଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୋହିଣୀ ଭୋଇ, ଚଳଚ୍ଚିତ୍ର ଅଭିନେତା ସମୀର କୁମାର ତ୍ରୀପାଠି ପ୍ରମୁଖ ଯୋଗଦେଇ ଶିବିରଟିକୁ ଉଦ୍ଘାଟନ କରିଥିଲେ।ଏହି ଶିବିରଟିକୁ ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଶ୍ରୀଅଶ୍ଵିନୀ କୁମାର ମହାପାତ୍ର, ସଭାପତିହଂସନାଥ ସାହୁ, ଇଞ୍ଜିନିୟର ସୁଶାନ୍ତ କୁମାର ତ୍ରିପାଠୀ, ଆଡଭୋକେଟ କବି ନାରାୟଣ ଜେନା, ଅନୁପ କୁମାରଶାସମଲ, ପଣ୍ଡିତ ଅଜୟ କୁମାର ପତି, ଉମାକାନ୍ତ କର, ସୁବୋଧ କୁମାର ପ୍ରଧାନ,କୈଳାଶ ସାହୁ,ଚନ୍ଦ୍ରମଣି ପ୍ରଧାନ, ଦିଲ୍ଲୀପ କୁମାର ବେହେରା, ରାଧା ଶ୍ୟାମ ମହାନ୍ତି, ବିନାୟକ ବେହେରା, କୃଷ୍ଣଚ଼ନ୍ଦ୍ର ପାଣିଗ୍ରାହୀ, କଳ୍ପତରୁ ଖୁଣ୍ଟିଆ, ପ୍ରତାପ କେଶରୀ ପାତ୍ର, ପ୍ରତାପଚ଼ନ୍ଦ୍ର ପଣ୍ଡା, ସୁଧାଂଶୁ ମହାନ୍ତି, ଧୀରେନ୍ଦ୍ର ସାହୁ, ସୁମିତ୍ରା ଦାସ, ବିଶ୍ଵଜିତବେହେରା, ବିଦ୍ୟାଧର ନାୟକ, ସୁବ୍ରତ ବିଶ୍ୱାଳ, ସନ୍ୟାସୀ ସାହୁ, ବିଷ୍ଣୁ ନାୟକ, ବେଣୁଧର ସାହୁ, ଦେବ ଜ୍ୟୋତି ଆଚାର୍ଯ୍ୟ, ସୁକାନ୍ତ କୁମାର ବେହେରା, ଶରତ ଚନ୍ଦ୍ର ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ପାତ୍ର, ଆଇନିଜୀବିସେଖ ଅବଦୁଲ ବାରି ପ୍ରମୁଖପରିଚାଳନା କରିଥିଲେ।ଏହି ଶିବିରରେ ପ୍ରାଚୀ ଉପତ୍ୟକାର ବିଭିନ୍ନ ଅଞ୍ଚଳରୁ ଛାତ୍ରଯୁବ, ମହିଳା ସ୍ଵେଛାସେବୀମାନେ ଯୋଗଦେଇଥିଲେ। ସ୍ବେଛାକୃତ ଭାବରେ ରକ୍ତଦାନ କରିଥିବା ଦାତା ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ସଂପୂର୍ଣ୍ଣ ଶିବିରଟିକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଇଂଞ୍ଜିନିୟର ସୁଶାନ୍ତ କୁମାର ତ୍ରିପାଠିସଂଯୋଜନା କରିଥିବାବେଳେ ଅନୁଷ୍ଠାନର ଉପସଭାପତି ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଅନୁଷ୍ଠାନକୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

