ସହିଦଙ୍କ ପରିବାର ପାଇଁ ବଢ଼ିଲା ସହାୟତା ରାଶି; ଏଣିକି ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,4th May,(Bnews): ସହିଦ ଯବାନଙ୍କ ପରିବାରଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁଯାୟୀ ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି । ପୂର୍ବରୁ ସହିଦଙ୍କ ପରିବାର ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ପାଉଥିବା ବେଳେ ଏହାକୁ ଦ୍ୱିଗୁଣିତ କରିଛନ୍ତି ରାଜ୍ୟ ସରକାର । ଏଣିକି ହଯୁଦ୍ଧ ସମୟରେ ସହିଦ ହେଲେ ଯବାନଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ମିଳିବ ।ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର  କାର୍ଗିଲ ଯୁଦ୍ଧ ସମୟରୁ ସହିଦ  ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଥିଲେ ।  ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ ୨୦୧୨ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା  । ହେ​‌ଲେ ବର୍ତ୍ତମାନ ସରମାର ପଳୁଣି ଥରେ ସହାୟତା ରାଶିକୁ ବୃଦ୍ଧି କରି ୧୦ଟଙ୍କା ଧାର୍ଯ୍ୟ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *