ସହରାଂଚଳରେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଅନୁମୋଦନ ଦେଶ ତଥା ରାଜ୍ୟରେ ପ୍ରଥମ: ପୌରପାଳିକାର ଜିଲ୍ଲା ସ୍ତରୀୟ। କମିଟି ବୈଠକରେ ଅନୁମୋଦନ

 ସହରାଂଚଳରେ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଅନୁମୋଦନ ଦେଶ ତଥା ରାଜ୍ୟରେ ପ୍ରଥମ: ପୌରପାଳିକାର ଜିଲ୍ଲା ସ୍ତରୀୟ କମିଟି ବୈଠକରେ ଅନୁମୋଦନ ।

ଢେଙ୍କାନାଳ: ୦୫/୦୮-BREAKING NEWS ODIA (report by sanjya kumar sahoo)  ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ପୌରପାଳିକାର ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କରିଛନ୍ତି । ଏହି ଅବସରରେ ସେ ଢେଙ୍କାନାଳ ପୌରପାଳିକା ଅଂଚଳରେ ୩୪ ଜଣ ଆଦିବାସୀ ଜନସାଧାରଣମାନଙ୍କୁ ଜାଗା ମିଶନ ଯୋଜନା ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଅନୁମୋଦନ ଦେଇଛନ୍ତି । ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପ ଦେଶ ତଥା ରାଜ୍ୟରେ ପ୍ରଥମ । ଯାହାକି ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ମୁଖ୍ୟସ୍ରୋତରେ ଯୋଡିବା ପାଇଁ ସହାୟକ ହେବ । ଏହାସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସାହାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଢେଙ୍କାନାଳ ପୌରପାଳିକାର ଇଂଜିନିଅର ଶ୍ରୀମତି ରଶ୍ମିତା ମିଶ୍ର ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପିପିଟି ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ସେ ସୂଚନା ପ୍ରଦାନ କରିଥିଲେ ଯେ, ପୌରପାଳିକା ଅଂଚଳ ଅନ୍ତର୍ଗତ କାଠଗଡାର ନୂଆସାହି ଓ ପାର୍ବତିସାହି ଏବଂ ମହିଷାପାଟର ମାଣିଆବନ୍ଧ ଓ ଦଳେଇସାହିର ମୋଟ ୩୪ ଜଣ ଆଦିବାସୀ ହିତାଧିକାରୀଙ୍କୁ ଜଙ୍ଗଲ ନୀତି ନିୟାମକ ୨୦୦୬ ଅନୁସାରେ ଏବଂ ରାଜ୍ୟ ସରକାରଙ୍କ ଜାଗା ମିଶନ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର(ରାଜସ), ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର, ପୌରପାଳିକାର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ରାଜସ୍ୱ ନିରିକ୍ଷକ ତ୍ରୈଲୋକ ମହାକୁଡ, ସିଟି ମିଶନ ମ୍ୟାନେଜର ସୁଶ୍ରୀ ପ୍ରତ୍ୟୁଷ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *