ସରକାରୀ ଆଟିଆଇ ପରିସରରେ ଦଳଗତ ହାତୀପଲ୍ଲ ।

ସରକାରୀ ଆଟିଆଇ ପରିସରରେ ଦଳଗତ ହାତୀପଲ୍ଲ ।

ପରଜଙ୍ଗ :23.08.23 BREAKING NEWS ODIA (Report by Nirmal gadanayak)  ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦୀର୍ଘ ଦିନ ଅବସାନ ପରେ ପୁଣି ହାତୀ ମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳିଲାଣି । ଦୀର୍ଘ ଦିନ ହେବ ଅଞ୍ଚଳରେ ହାତୀ ଉପଦ୍ରବ ହ୍ରାସ ପାଇଥିବାରୁ ଲୋକଙ୍କ ଧନ ଜୀବନ,ରାସ୍ତାଘାଟ ଚଳପ୍ରଚଳ ରହୁଥିଲା ।ବର୍ତ୍ତମାନ ହାତୀ ମାନଙ୍କ ଦଳଗତ ଦେଖି ଲୋକଙ୍କ ମନରେ ଛନକା ପଶିଯାଇଛି ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପରଜଙ୍ଗ ବଜାରରୁ ଭାଲୁମୁଣ୍ଡା ଛକ ଅଭିମୁଖେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ।ଏହି ରାସ୍ତା ପାର୍ଶ୍ଵକୁ ଲାଗି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରହିଛି ।ଏହାରି ଭିତରେ ମଙ୍ଗଳବାର ସକାଳ ସମୟରେ ହାତୀପଲ୍ଲଙ୍କୁ ବାଟୋଇ ମାନେ ଦେଖି ଭୟଭୀତ ହୋଇ ଯାଇଥିଲେ ତତ୍ ସହିତ ଅନୁଷ୍ଠାନରେ ରହୁଥିବା କର୍ମଚାରୀ ଓ ଛାତ୍ର ଛାତ୍ରୀ ସିସି ଟିଭି ଫୁଟେଜରୁ ଦେଖି ଭୟରେ ବାହାରକୁ ବାହାରି ପାରିନଥିଲେ। ମଙ୍ଗଳବାର ଥିଲା ଭାଲୁମୁଣ୍ଡା ସାପ୍ତାହିକ ହାଟ ।ଏହି ହାଟକୁ ବେପାରୀ ,ଖାଉଟି ଉକ୍ତ ରାସ୍ତା ଦେଇ ଯାତାୟତ କରିବାକୁ ପଡ଼ିଥାଏ ।ଲୋକଙ୍କ ଯାତାୟତରେ ଗହଳିଚହଳି ଦେଖି ହାତୀ ମାନେ ଅନୁଷ୍ଠାନର ମୁଖ୍ୟ ଗେଟ ଦେଇ ରାସ୍ତାର ଅପରପାର୍ଶ୍ବକୁ ପଳାଇଯାଇ ଏଜ ନିଛାଟିଆ ବଣଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ରାସ୍ତାରେ କିଛି ଦିନ ଧରି ନିର୍ଭୟରେ ଲୋକମାନେ ଯାତାୟତ କରୁଥିବା ବେଳେ ବର୍ତ୍ତମାନ ଯାତାୟତ କରିବା ପାଇଁ ଭୟ କଲେଣି ।ହାତୀ ଉପଦ୍ରବ ଯୋଗୁଁ ପ୍ରତି ବର୍ଷ ଏହି ସମୟରେ ଫସଲ ନଷ୍ଟ, ଧନ ଜୀବନ ହାନୀ ଘଟିଥାଏ ।ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ବେଳଥାଉ ସଜାଗ ନହେଲେ ପୂର୍ବ ଦିନ ପରି ଘଟଣା ଘଟିବା ଆଶଙ୍କା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *