ସଇନ୍ଧା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡାଉଦଯାପିତ l

ସଇନ୍ଧା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡାଉଦଯାପିତ l

NEWS BY UMAKANTA JENA (CUTTACK)

କଟକ:16.12.23 (B.N.O) ସଦର ଥାନା ଅନ୍ତର୍ଗତ ଉରାଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସଇନ୍ଧା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ଉଦଯାପନୀ ସଭାରେ ଚାରି ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଆଶାଲତା ବେହେରା ମୁଖ୍ୟ ଅତିଥି,ବିଶିଷ୍ଟ ଶିକ୍ଷାବିତ ଡଃ ଶରତ କୁମାର ରଥ ମୁଖ୍ୟ ବକ୍ତା,, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ସୁକଦେବ ମଲ୍ଲିକ, ପରିଚାଳନା କମିଟି ସଭାପତି ଶୁଭଶ୍ରୀ ନାୟକ, ସମ୍ପାଦକ ପ୍ରଦୀପ୍ତ କୁମାର ସାହୁ, ପ୍ରମୁଖ ଯୋଗ ଦେଇ କ୍ରୀଡାରେ ପ୍ରଥମ , ଦିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହି କ୍ରୀଡାକୁ କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ମଞ୍ଜରୀ ସାହୁ ଓ ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ମାଧବ ରାୟ ସିଂ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଅଜୟ କୁମାର ସାହୁ, ଅମ୍ରିତା ସେଠୀ,ସୀମା ମହାନ୍ତି, ମହେଶ୍ୱତା ମିଶ୍ର, ଜୟଶ୍ରୀ ମହାନ୍ତି, ପ୍ରଭାସିନୀ ସୁତର, ସୁକାନ୍ତ ରାଉତ, ରଶ୍ମୀ ପ୍ରଭା ଦାସ,ସ୍ବାଟି ମହାନ୍ତି, ଦେବେନ୍ଦ୍ର ନାୟକ, ଲକ୍ଷ୍ମୀ ନାରାୟଣ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *