ସଂସ୍କୃତି ଏବଂ ପରମ୍ପରା -ମଞ୍ଚସ୍ଥ ହେଲା ନାଟକ କୁମ୍ଭକର୍ଣ୍ଣ ବଧ

ବୌଦ୍ଧ,  : ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ବୁଧବାର ଦିନ ଦଶମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ କୁମ୍ଭକର୍ଣ୍ଣ ବଧ । ଇନ୍ଦ୍ରଜିତର ନାଗଫାସରୁ ଶ୍ରୀରାମ ଲକ୍ଷ୍ମଣ ମୁକ୍ତି ପାଇବା ପରେ ଇନ୍ଦ୍ରଜିତ ଫେରିଯାଇଥିବା ବେଳେ ଅନ୍ୟ ପୁତ୍ର ଓ ନାତିଙ୍କୁ ହରାଇ ରାବଣ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ରାବଣ ନିଜର ସାନଭାଇ କୁମ୍ଭକର୍ଣ୍ଣକୁ ଯୁଦ୍ଧ କରିବାକୁ ଡାକାଇବା ସହ ଶୋଇଥିବା ଅବସ୍ଥାରେ ଉଠାଇଛି । କୁମ୍ଭକର୍ଣ୍ଣ ଛଅମାସ ଶୋଇଥାଏା ଛଅ ମାସ ପରେ ଉଠିବା ପରେ ଯୁଦ୍ଧ କରିଗଲେ ତାର ସମକକ୍ଷ କେହି ହୋଇନଥାନ୍ତି । କିନ୍ତୁ ଅଦିନରେ ଉଠିଲେ ମରଣ ତାର ସୁନିଶ୍ଚିତ । କୁମ୍ଭକର୍ଣ୍ଣ ବଧ ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି । କୁମ୍ଭକର୍ଣ୍ଣ ନାଟକ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *