ସଂରକ୍ଷିତ ଜଙ୍ଗଲରୁ ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଠାବ ,ହାତୀ ଆକ୍ରମଣର ଶିକାର ସନ୍ଦେହ ,ପିନ୍ଧି ଯାଇଥିବା ଗଞ୍ଜିରୁ ଚିହ୍ନିଲେ ପରିବାର 

ସଂରକ୍ଷିତ ଜଙ୍ଗଲରୁ ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଠାବ ,ହାତୀ ଆକ୍ରମଣର ଶିକାର ସନ୍ଦେହ ,ପିନ୍ଧି ଯାଇଥିବା ଗଞ୍ଜିରୁ ଚିହ୍ନିଲେ ପରିବାର 

ପରଜଙ୍ଗ: 06.08.23 BREAKING NEWS ODIA (report by nirmal  gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରଖୋଲ ସଂରକ୍ଷିତ ଜଙ୍ଗଲରୁ ନିଖୋଜ ଥିବା ଜନୈକ ବ୍ୟକ୍ତିଙ୍କ କଙ୍କାଳ ଠାବ ହୋଇଛି ।ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ଲକ ସାଆନ୍ଦା ପଞ୍ଚାୟତ ବାଲିପଶି ଗ୍ରାମର ଦୀର୍ଘ ଦିନ ହେବ ନିଖୋଜ ଥିବା ବେଣୁଧର ସାହୁ ୬୦ ବର୍ଷ ନାମକ ବ୍ୟକ୍ତି ବୋଲି ଅନୁମାନ କରାଯାଉଛି । ଖବରରୁ ଜଣାଯାଏ ଉକ୍ତ ଗ୍ରାମର ବେଣୁଧର ଗତ ଜୁଲାଇ ମାସ ୭ ତାରିଖରେ ପାଖ ପଡୋଶୀ କଙ୍କିଳି ଗ୍ରାମକୁ ଟୋଲମଞ୍ଜି ପେଶାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ ।ଫଳରେ ପରିବାର ପରିବାର ପକ୍ଷରୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ବେଣୁଙ୍କର କୌଣସି ସନ୍ଧାନ ମିଳିପାରିନଥିଲା ।ଶିନିବାର ସକାଳେ କଙ୍କିଲି ଗ୍ରାମର କିଛି ଲୋକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଙ୍ଗଲରେ ମଣିଷର କଙ୍କାଳ ପଡ଼ିଥିବାରୁ ଭୟରେ ଗାଆଁକୁ ଯାଇ ଏ ବିଷୟରେ କହିଥିଲେ । ଗାଁ ଲୋକମାନେ ସେଠାକୁ ଯାଇ ଦେହରେ ପିନ୍ଧି ଆସିଥିବା ଗଞ୍ଜିକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ପରିବାରକୁ ଜଣାଇଥିଲେ ।ଖବର ପାଇ ପରିବାର ଓ ସାହି ପଡୋଶୀ ସେଠାରେ ପହଞ୍ଚି ନିଖୋଜ ଥିବା ବ୍ୟକ୍ତିଙ୍କ ଗଞ୍ଜିରୁ ଜାଣିପାରିଥିଲେ । ଯାହା ଫଳରେ ଏ ସମ୍ବନ୍ଧେ ପରିବାର ପୋଲିସକୁ ଜଣାଇଥିଲେ ।ଖବର ପାଇ ପୋଲିସ ଓ ମୁକ୍ତାପଶି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।ଅନ୍ୟ ଦିଗରେ ବେଣୁଧରଙ୍କୁ ହାତୀ ମାରିଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି ।କାରଣ ବାଲିପଶି ଗ୍ରାମ ଓ କଙ୍କିଳି ଗ୍ରାମ ଉଭୟ ପାଖ ପଡୋଶୀ ହୋଇଥିଲେ ସୁଦ୍ଧା ଏହି ଗ୍ରାମର ମଧ୍ୟ ଭାଗରେ ନିଘଞ୍ଚ ଜଙ୍ଗଲ ରହିଛି ।ଏହି ଜଙ୍ଗଲରେ ସଦାସର୍ବଦା ହାତୀ ମାନଙ୍କ ଚଳପ୍ରଚଳ ରାସ୍ତା ।ତେଣୁ ହାତୀ ଆକ୍ରମଣର ଶିକାର ହୋଇ ବେଣୁଧର ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।ଏହାର ପ୍ରକୃତ କାରଣ ଉପରେ ପୋଲିସ ଓ ବନ ବିଭାଗ କର୍ମଚାରୀ ଛାନଭିନ ଚଳାଇଛନ୍ତି । ସାଆନ୍ଦା ପଞ୍ଚାୟତ ବାଲିପଶି ଗ୍ରାମ ପରଜଙ୍ଗ ଥାନା ଅଧିନସ୍ଥ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ହୋଇଥିବା ବେଳେ କଙ୍କିଳି ଗ୍ରାମ କାମାକ୍ଷାନଗର ଥାନା ଅଧୀନରେ ରହିଛି ।ତେଣୁ ଉଭୟ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *