ସଂକ୍ରମଣ ସ୍ଥିତି ଚିନ୍ତାଜନକ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,18th April (B News): ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏହା ଚିନ୍ତାଜନକ ସ୍ଥିତିରେ ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମିଶ୍ର କହିଛନ୍ତି ଯେ, ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଦୈନିକ କରୋନା ସଂକ୍ରମଣ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଛି । ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ମାତ୍ର ୭-୮ଟି ଜିଲ୍ଲାରେ ଏବେ କୋଭିଡ୍ ସଂକ୍ରମଣ ମାମଲାର ଖବର ରହିଛି । ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ନୁହେଁ । ଏବେ ଦେଶର ବିଭିନ୍ନ ଭାଗରେ ସଂକ୍ରମଣ ବଢ଼ିବାକୁ ଚତୁର୍ଥ ଲହର ବୋଲି କୁହାଯାଇନପାରେ । ଓଡ଼ିଶାରେ ଗତ ୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରୁ ମାତ୍ର ୧୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୩ଟି ଜିଲ୍ଲା ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ ରହିଛି । ଅନ୍ୟପକ୍ଷରେ ସୋମବାର ଦିଲ୍ଲୀରେ ୫୧୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ ସହରରେ ୪୬୧ଟି ମାମଲା ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶ ସରକାର ଆଜିଠୁ ଲକ୍ଷ୍ନୌ ଓ ୬ଟି ସୀମାବର୍ତ୍ତୀ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସମଗ୍ର ଦେଶରେ ଆଜି ୨୧୮୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଯାହାକି ଗତକାଲି ମାତ୍ର ୧୧୫୦ରେ ସୀମିତ ଥିଲା । ଗତ ପ୍ରାୟ ମାସକ ମଧ୍ୟରେ ଭାରତରେ ଗୋଟିଏ ଦିନରେ ଏତେ ପରିମାଣରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *