ଶ୍ରୀଗୁଣ୍ଡିଚା ମହୋତ୍ସବର ଉଦଯାପନୀ ସନ୍ଧ୍ୟା

   ଶ୍ରୀଗୁଣ୍ଡିଚା ମହୋତ୍ସବର ଉଦଯାପନୀ ସନ୍ଧ୍ୟା
 
              ବାହୁଡ଼ା ଯାତ୍ରାରେ ବିଶ୍ଵର ସମସ୍ତ ଦୁଃଖଦ୍ଵନ୍ଦ ବହୁଡ଼ିଯାଉ
 
 
କଟକ, ତା୨୭।୦୬(ନି.ପ୍ର) : କୋଟି ବ୍ରହ୍ମାଣ୍ଡର ମଉଡମଣି  ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା  ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଉଦଯାପନୀ ଉତ୍ସବ ମହାସମାରୋହରେ  ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ କର୍ପୋରେଟର ଇଂ ଚୌଧୁରୀ ସୁବ୍ରତ ଘଡ଼ାଇଙ୍କ ଅଧ୍ୟକ୍ଷତାରେ  ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ   ସିଏମସି ମେୟର ସୁବାସ ସିଂହ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ବିଶିଷ୍ଟ ଅତିଥି  ସିଡିଏର ଅଧକ୍ଷ ଅନିଲ ସାମଲ,  ମୁଖ୍ୟବକ୍ତା  ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା,  ସମ୍ମାନିତ ଅତିଥି  ଅର୍ବାନ ବ୍ୟାଙ୍କର ନିର୍ଦ୍ଦେଶକ ନୀଳମଣି କର,  କର୍ପୋରେଟର ପ୍ରଳୟା  ବେଉରା, ମୀନା ସାହୁ, ଅରବିନ୍ଦ ଜେନା ପ୍ରମୁଖ ଯୋଗଦେଇ  ପ୍ରଦ୍ଵିପ ପ୍ରଜ୍ବଳନ କରି ଶେଷ ସନ୍ଧ୍ୟାକୁ ଉଦଘାଟନ କରି ଜଗନ୍ନାଥଙ୍କ ଲୀଳାର କୌଣସି  ଅନ୍ତ ନାହିଁ ଏବଂ ସମଗ୍ର ବିଶ୍ଵର ଦୁଃଖ ଆଉ ଦ୍ଵନ୍ଦ ବାହୁଡ଼ା ଯାତ୍ରାରେ ବାହୁଡ଼ିଯାଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ମହୋତ୍ସବ କମିଟି ତରଫରୁ ସମସ୍ତ ଅତିଥିଙ୍କୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଏବଂ ତୁଳସୀ ବୃକ୍ଷ ପ୍ରଦାନ କରି  ସମ୍ବର୍ଦ୍ଧିତ କରାଯାଇଥିଲା ।  
              ସଭାକାର୍ଯ୍ୟ ପ୍ରାମ୍ଭରରେ  ମହ୍ଲାର ଅନୁଷ୍ଠାନର ଗୁରୁ ଅନିଲ ଜେନାଙ୍କ ନେତୃତ୍ବରେ ସୁନାମଧନ୍ୟ କଣ୍ଠଶିଳ୍ପିଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା । ପରେ ପରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ତରଫରୁ  ଓଡ଼ିଶା ଚିତ୍ରକଳା ଏକାଡେମୀର  ଶିଳ୍ପୀ ଯଶଶ୍ଵି ମହାପାତ୍ରଙ୍କ ନେତୃତ୍ବରେ  ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଓ ସ୍ୱାଭିମାନ ଲେଙ୍କାଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଶିଳ୍ପୀଙ୍କୁ ମୋ ମନର ଜଗନ୍ନାଥଙ୍କ ଚିତ୍ରକୁ କ୍ୟାନଭାଷରେ ଅଙ୍କନ କରିଥିବା ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
                ଏହି ମହୋତ୍ସବରେ   ବରିଷ୍ଠ ନାଗରିକ ମଞ୍ଚର ସଭାପତି ରବୀନ୍ଦ୍ରନାଥ ମହାନ୍ତି, ରବି ନାରାୟଣ ସତପଥି, ଶରତ ଚନ୍ଦ୍ର କୁଣ୍ଡୁ,  ରାଧାକାନ୍ତ ଶତପଥୀ, ଇନ୍ଦୁ ଦାସ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଜୟ ଦାସ, ଜ୍ଞାନରଞ୍ଜନ ଦାସ, ସୁବଶିସ ଦାସ,  ନିରୁପମା ପତି, ପ୍ରହ୍ଲାଦ ମହାନ୍ତି, ଶରତ ଚନ୍ଦ୍ର ଦାସ, ଦେଶରାଜ ନନ୍ଦ, ବରଦା ପ୍ରସାଦ ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ଅଭୟ ପରିଜା, ଲେନିନ ପ୍ରଭା, ରାକେଶ ତ୍ରିପାଠୀ, ସୁଶାନ୍ତ ଘୋଷ ଏବଂ ଏହି ସମସ୍ତ କାର୍ଯ୍ୟକୁ ସଫଳତାର ସହ ତୁଲାଇ ଆସୁଥିବା ସେଚ୍ଛାସେବୀ ଶାଇ ସୌରଭ ଜେନା, ଦେଶରାଜ ନନ୍ଦ, ଲେନିନ ପ୍ରଭା, ନିରୁପମା ପତି, ସରୋଜ ସ୍ବାଇଁ, ଦେବଦତ୍ତ ଆଚାର୍ଯ୍ୟ, ଲୋକରଞ୍ଜନ୍ ଦାସ, ଶିବାଶିଷ ଦାସ, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନୀଳମଣି କର,ପ୍ରଦୀପ୍ତ ମହାନ୍ତିଙ୍କ ସମେତ ବହୁ କର୍ମକର୍ତା ଓ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ମହୋତ୍ସବର କମିଟିର ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ  ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *