ଶୀତର ପହିଲି ସ୍ପର୍ଶ ପାଇ ଉଦଯାପିତ ହେଲା କୋଣାର୍କ ଉତ୍ସବ।
ଶୀତର ପହିଲି ସ୍ପର୍ଶ ପାଇ ଉଦଯାପିତ ହେଲା କୋଣାର୍କ ଉତ୍ସବ।
ଭାରତନାଟ୍ୟମର ତାଳେ ତାଳେ ଦର୍ଶକ ବିଭୋର।
ଉଦଯାପିତ ୧୪ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ।
କୋଣାର୍କ/ଭୁବନେଶ୍ୱର ୦୫-୧୨-୨୦୨୪ (ବି.ଏନ .ଓ ) :(ସଞ୍ଜୟ କୁମାର ସ୍ୱାଇଁ ) କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଆୟୋଜିତ ୩୫ତମ କୋଣାର୍କ ଉତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା “ବ୍ଲାକ ପାଗୋଡ଼ା “, “ସୂର୍ଯ୍ୟ ମନ୍ଦିର”, “ଅର୍କ କ୍ଷେତ୍ର” ସବୁର ମୂଳରେ କିନ୍ତୁ ପ୍ରତିଭାତ ହେଉଛି ଓଡିଶାର କଳା ସ୍ଥାପତ୍ୟର ଅପୂର୍ବ ଗାରିମା ଓ ଓଡିଆ ଅସ୍ମିତାର ନିଛକ ପ୍ରତିଛବି। ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ କଲିକତାରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ଼ୋନା ଗାଙ୍ଗୁଲୀ ଓ ତାଙ୍କ “ଦୀକ୍ଷା ମଞ୍ଜରି” ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ। ନୃତ୍ୟଶିଳ୍ପୀ ଡ଼ୋନା ଓ ତାଙ୍କ ସାଥି କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଶୈଳୀକୁ “ସୂର୍ଯ୍ୟବନ୍ଦନା”, ମଙ୍ଗଳା ଚରଣ – ଶାନ୍ତାକାରମ,ପଲ୍ଲବୀ- ସବେରି ଏବଂ ଦୁର୍ଗା ନୃତ୍ୟ ଶୈଳୀରେ ପରିବେ
ଷଣ କରିଥିଲେ। ଓଡିଶୀ ନୃତ୍ୟର ରୂପ,ରସ,ଛନ୍ଦ,ରାଗ ନୃତ୍ୟାଙ୍ଗନାମାନଙ୍କ ଅଙ୍ଗାରାଗ ଓ ରୂପ ଲାବଣ୍ୟରେ ଅତ୍ୟନ୍ତ ମନମୁଗ୍ଧକର ଭାବରେ ପର୍ଯ୍ୟଟକ ମାନଙ୍କୁ ବିମୋହିତ କ
ରିଥିଲା । ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଓ ଡ଼ୋନା ଗାଙ୍ଗୁଲି ଥିବା ବେଳେ ସଙ୍ଗୀତରେ ସହଯୋଗ କରିଥିଲେ ପଣ୍ଡିତ ଭୁବନେଶ୍ଵର ମିଶ୍ର ଓ ଗୁରୁ ଦେବାଶିଷ ସର୍କାର
ଦ୍ୱିତୀୟରେ ତଥା କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ସୁଦୂର ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡ୍ଯାନ୍ସ କଲେକ୍ଟଟିଭ୍ ଅନୁଷ୍ଠାନ ଶିଳ୍ପୀ ମାନେ ପରିବେଷଣ କରିଥିଲେ ଭାରତନାଟ୍ୟମ୍ । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ପଦ୍ମଶ୍ରୀ ଗୀତାଚନ୍ଦ୍ରନ ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କର ମନ ଓ ପ୍ରାଣକୁ ବେଶ ଛୁଇଁ ପାରିଥିଲା । ମଲ୍ଲାରି, ସକ୍ଷୀ- ସ୍ୱରମ ଓ “ରାସ” ମଧ୍ୟରେ “ପ୍ରଭାହତୀ” ନୃତ୍ୟ ଶୈଳୀ ଓ ନୃତ୍ୟ ସଂରଚନା ଭାରତନାଟ୍ୟମ୍ ନୃତ୍ୟରେ ଜୀବନ୍ୟାସ ଦେଉଥିଲା ଆଉ ଦର୍ଶକ ମାନଙ୍କୁ ଅଭିଭୂତ କରାଇଥିଲା ।ସେହିପରି ୧୪ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଉଦଯାପନୀ ସନ୍ଧ୍ୟା।ଅନ୍ତିମ ସନ୍ଧ୍ୟାରେ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ମାଣବସା ଗୁରୁବାର, ମହିଳାମାନଙ୍କ ପାଇଁ ଥିଲା ବୈଷୟିକ ଉତ୍ତାପ ଏବଂରାଜ୍ୟ ବାହାରୁ ଆସିଥିବା ବାଲୁକାଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ମନ୍ଦି ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ମନ୍ଦି
ର ମାଲିନୀ ଓଡିଶା । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ କୂଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା।କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ଓଡିଶାର ପ୍ରମୁଖ ଆୟକର ଆୟୁକ୍ତ ରାହୁଲ କରନ, ପର୍ଯ୍ୟଟନ ବିଭାଗର ସଚିବ ବଲୱାନ୍ତ ସିଂ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପି ମଲ୍ଲ ପ୍ରମୁଖ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପଦାଧିକାରୀ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀର ପଦାଧିକାରୀ ମାନେ ଉତ୍ସବଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର ସଂଯୋଜନା କରିଥିଲେ।