ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ କଟକ ଜିଲ୍ଲା ପରିଦର୍ଶନ।
ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ କଟକ ଜିଲ୍ଲା ପରିଦର୍ଶନ।

କଟକ ୦୪-୦୮-୨୦୨୪(ବି.ଏନ୍.ଓ)– ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ଏବଂ ଜିଲ୍ଲା ଦାୟିତ୍ୱରେ ଥିବସଦସ୍ୟା ଶ୍ରୀମତି ଅନୀତା ବେହେରା ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ଆବାସିକ କେନ୍ଦ୍ର, କିଶୋର ନିଶାମୁକ୍ତି କେନ୍ଦ୍ର ଏବଂ ଶିଶୁ ଯତ୍ନ ଅନୁଷ୍ଠାନପରିଦର୍ଶନ କରିଛନ୍ତି । ସେମାନେ ଶିଶୁଭବନ ପରିସରରେ ଥିବା ରମାଦେବୀ ଶିଶୁ ବିହାର ସମେତ ଆଶ୍ରୟ ଦ ସେଲଟର, ଭିନ୍ନକ୍ଷମପିଲାମାନଙ୍କର ଆବାସିକ ଅନୁଷ୍ଠାନ, ସେକ୍ଟର ୧୦ରେ ଥିବା ଅନ୍ଧ ମୁକ ବଧିର ଆବାସିକ ଅନୁଷ୍ଠାନ, ଚୌଦ୍ୱାରସ୍ଥିତ ପରିବର୍ତନ ନିଶାମୁକ୍ତି କେନ୍ଦ୍ର ଏବଂ ଭରସା ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ଅନ୍ତେବାସୀ ଏବଂ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ଚୌଦ୍ୱାର ଥାନା ଏବଂ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଡିସିପି କଟକଙ୍କ ସେମାନେ ଆଲୋଚନା କରି ପିଲାମାନଙ୍କ ସହ ଘଟୁଥିବାବିଭିନ୍ନ ଘଟଣାରେ ତ୍ୱରିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ବିଭିନ୍ନ ଆନୁଷଙ୍ଗିକ ଅସୁବିଧାଦୂର କରିବା ଦିଗରେ ପୋଲିସମାନଙ୍କର ସହଯୋଗର ଆବଶ୍ୟକତା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଳା ସାମାଜିକ ସୁରକ୍ଷାଅଧିକାରୀ ଶ୍ରୀ ମନୋଜ ରଥ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତୀ ମହାନ୍ତି ସମନ୍ୱୟ ରକ୍ଷା ପୂର୍ବକ ପରିଦର୍ଶନ ସମୟରେ ଆୟୋଗଙ୍କ ସହ ରହିଥିଲେ ।