ଶିଶୁମନ୍ଦିର ତରଫରୁ ସମୀର ଗୁରୁଜୀଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ଶିଶୁମନ୍ଦିର ତରଫରୁ ସମୀର ଗୁରୁଜୀଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ନିଆଳୀ/କଣ୍ଟାପଡା– ୨୧-୦୯-୨୦୨୫(ବି.ଏନ .ଓ ) :(ବିଶ୍ୱମ୍ବର ସେନାପତି) ନିଆଳୀ ବ୍ଳକ ଅନ୍ତର୍ଗତ ବଢିଆସାହି ଶିଶୁ ମନ୍ଦିର ପରିସରରେ ସ୍ବର୍ଗତ ଗୁରୁଜୀ ସମୀର କୁମାର ସ୍ବାଇଁଙ୍କ ର ଅମର ଆତ୍ମାର ଶାନ୍ତି ନିମନ୍ତେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉକ୍ତ ବିଦ୍ୟାଳୟରେ ୨୦୧୦ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷଧରି ନିଜର ଉଚ୍ଚଶ୍ରେଣିୟ ଶିକ୍ଷ୍ୟକତାରେ ସେ ବିଦ୍ୟାଳୟର ସମସ୍ତ ଗରୁଜୀ,ଗୁରୁମା ପରିଚାଳନା କମିଟିର ସମସ୍ତ ସଦସ୍ୟ, ଏବଂ ଶିକ୍ଷ୍ୟା ଦାନ ଭିତରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ସେ ଜଣେ ଛାତ୍ର ବତ୍ସଳ, ସ୍ନେହି, ପରୋପକାରୀ ବ୍ୟକ୍ତି ଥିବାବେଳେ ତାଙ୍କର ଅକାଳ ବିୟୋଗରେ ଦ୍ୱିପାଞ୍ଚଳ ସହିତ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ଚତୁର୍ଦ୍ଦଶାହରେ ଅମର ଆତ୍ମାର ସଦ୍ ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା ସହିତ ନାମ ସଂକୀର୍ତ୍ତନ, ଭଜନ ଇତ୍ୟାଦି କରାଯାଇ ବିଦ୍ୟାଳୟ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗରୁଜୀ,ଗୁରୁମା, ପରିଚାଳନା କମିଟିର ସମସ୍ତ କାର୍ଯ୍ୟ କର୍ତ୍ତା ଅଭିଭାବକ,ଶୁଭେଛୁ ବାହାନଚାଳକ ଙ୍କ ସମେତ ବହୁ ବୁଧିଯିବି ସ୍ଥାନିୟ ନେତୃବୃନ୍ଦଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ସମ୍ପାଦନ ହୋଇଥିଲା ‌।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *