ଶାନ୍ତି ମେମୋରିଆଲ ହସ୍ପିଟାଲରେ ଇଂଟରଭେନ୍‌ସନାଲ ରେଡିଓଲୋଜି ଦ୍ୱାରା ବିରଳ ମସ୍ତିଷ୍କ ଆନ୍ୟୁରିଜମ ଚିକିତ୍ସା

ଭୁବନେଶ୍ୱର, ,21st April,(Bnews) : ମସ୍ତିଷ୍କରେ ଆନ୍ୟୁରିଜମ୍ ଏକ ଜଟିଳ ନ୍ୟୁରୋଭାସ୍କୁଲାର ରୋଗ ଯେଉଁଥିରେ ଥରେ ରକ୍ତସ୍ରାବ ହେବାପରେ ତାହା ମାରାତ୍ମକ ପ୍ରମାଣିତ ହୋଇପାରେ । ମସ୍ତିଷ୍କ ଆନ୍ୟୁରିଜମ ରେ ରକ୍ତସ୍ରାବ ଗୁରୁତର ମସ୍ତିଷ୍କ ଆଘାତ ର କାରଣ ହୋଇଥାଏ, ଯାହାକୁ ସବରଆକ୍ନଏଡ ହାମରେଜ(ଏସଏଏଚ) ବୋଲି କୁହାଯାଏ । ଆନ୍ୟୁରିଜମାଲ ଏସଏଏଚ ରେ ଆକ୍ରାନ୍ତ ୩୦% ରୋଗୀ ପ୍ରକୃତରେ ଡାକ୍ତରଖାନାରେ ପହଂଚିପାରିନଥାନ୍ତି । କାରଣ ଆନ୍ୟୁରିଜମ ର ପ୍ରଥମ ରକ୍ତସ୍ରାବ ରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ତେଣୁ ଉପଯୁକ୍ତ ଭାବରେ ଗୋଟିଏ ମସ୍ତିଷ୍କ ଆନ୍ୟୁରିଜମ କୁ “ମସ୍ତିଷ୍କ ରେ ବମ୍ବ” ବୋଲି କୁହାଯାଇଥାଏ । ସାଧାରଣତଃ ମସ୍ତିଷ୍କ ଆନ୍ୟୁରିଜମ ଚିକିତ୍ସା ରେ ମସ୍ତିଷ୍କ କୁ ଖୋଲିବା, ଆନ୍ୟୁରିଜମ କୁ ଖୋଜିବା ଏବଂ ଆନ୍ୟୁରିଜମ ର କ୍ଲିପିଙ୍ଗ ଅନ୍ତର୍ଭୁକ୍ତ ରହିଥାଏ । ଏକ ମସ୍ତିଷ୍କ ଆନ୍ୟୁରିଜମ ର କ୍ଲିପିଙ୍ଗ ପ୍ରାୟତଃ ଜଟିଳ ହୋଇଥାଏ ଏବଂ ଏଥିରେ ଗମ୍ଭୀର ପ୍ରତିକ୍ରିୟା ରହିଥାଏ । ତେଣୁ ଚିକିତ୍ସା ବିଜ୍ଞାନ ମସ୍ତିଷ୍କ ଆନ୍ୟୁରିଜମ୍ ର ସର୍ବନିମ୍ନ ଆକ୍ରମଣକାରୀ ଚିକିତ୍ସା ଦିଗରେ ଗତି କରିଛି, ଯାହାକୁ “କଏଲିଙ୍ଗ ଅଫ ବ୍ରେନ ଆନ୍ୟୁରିଜମ୍‌” କୁହାଯାଏ । ଲେଗ୍ ରକ୍ତ ବାହିକା ରେ ଗୋଟିଏ ପଙ୍କଚର ବା ଛିଦ୍ରକରଣ ମାଧ୍ୟମରେ ମସ୍ତିଷ୍କ ଆନ୍ୟୁରିଜମ୍ ର କଏଲିଙ୍ଗ କରାଯାଇଥାଏ । କଏଲିଙ୍ଗ ଅସ୍ତ୍ରୋପଚାର ହେଉଛି ମସ୍ତିଷ୍କ ଆନ୍ୟୁରିଜମ କୁ ଚିକିତ୍ସା କରିବାର ସବୁଠାରୁ ଆଧୁନିକ ଉପାୟ ଏବଂ ଖପୁରି କୁ ଖୋଲିବା ବିନା ଏହା କରାଯାଇଥାଏ । ଏଥିରେ ସଫଳତା ହାର ଅଧିକ ଏବଂ କମ୍ ଜଟିଳତା ରହିଥାଏ ।  ଶାନ୍ତି ମେମୋରିଆଲ ହସ୍ପିଟାଲ ଦେଶର ଏହି ଅଂଶର ନାଗରିକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଟେକ୍ନୋଲୋଜି ଆଣିବା ଲାଗି ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ବାରିପଦାର ୨୩ ବର୍ଷୀୟା ଜଣେ ଯୁବତୀଙ୍କ ହଠାତ ଗୁରୁତର ମୁଣ୍ଡବିନ୍ଧା ହୋଇଥିଲା ଏବଂ ଯାହାପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ଶାନ୍ତି ହସ୍ପିଟାଲ କୁ ଅଣାଯାଇଥିଲା । ଆବଶ୍ୟକୀୟ ଅନୁସନ୍ଧାନ ରୁ ଜଣାପଡ଼ିଲା ଯେ ତାଙ୍କ ମସ୍ତିଷ୍କ ର ମଧ୍ୟ ଭାଗରେ ୨୨ ଏମଏମ ର ଏକ ବଡ଼ ଭାଙ୍ଗିଯାଇଥିବା ମସ୍ତିଷ୍କ ଆନ୍ୟୁରିଜମ୍ ରହିଛି । ଏହା ଦ୍ୱାରା ଜୀବନ ପ୍ରତି ବିପଦ ରହିଥାଏ ଏବଂ ଏବଂ ଏହାକୁ ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ ଥିଲା । ଯାହାପରେ ସଙ୍ଗେସଙ୍ଗେ ଡା ଶିବଶଙ୍କର ଦଳାଇଙ୍କ ଦେତୃତ୍ୱରେ, ଡା. ଶ୍ରୀଜଏ ପଟ୍ଟନାୟକ, ଡା.ରେଖା ଦାସ, ଡା. ଅଭଜିତ ପୃଷ୍ଟି, ଡା. ପି. ନାଥ ଏବଂ ଡା ପ୍ରିୟା ତିପାଠୀଙ୍କୁ ନେଇ ଗଠିତ ଏକ ଦଳ ଦ୍ୱାରା ଏହି ରୋଗୀଜଣଙ୍କର ଜରୁରୀକାଳୀନ ଆନ୍ୟୁରିଜମ କଏଲିଙ୍ଗ କରାଯାଇଥିଲା । ବିଶେଷଜ୍ଞମାନଙ୍କର ଏହି ଟିମ ଦ୍ୱାରା ଅନେକ ଘଂଟାର ପରିଶ୍ରମ ପରେ ଭାଙ୍ଗିଯାଇଥିବା ୨୨ ଏମଏମ ର ଆନ୍ୟୁରିଜମର ସଫଳ କଏଲିଙ୍ଗ କରାଯାଇଥିଲା । ଯେଉଁଥିପାଇଁ ରୋଗୀଜଣଙ୍କ ଆଜି ଏକ ନୂଆ ଜୀବନ ପାଇପାରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *