ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

#କଟକ:05.09.23( BREAKING NEWS ODIA )Report by Bijay kumar panda : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିବା ବେଳେ ଦୀର୍ଘ ୩୦ବର୍ଷର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ୱତନ୍ତ୍ର ଦକ୍ଷତା ରହିଛି । ଜଷ୍ଟିସ ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮ମସିହାରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ସେହିଭଳି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ୨୦୦୪ ମସିହାରେ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାର ବିଭାଗରେ ଯୋଗ ଦେଇଥିଲେ । ୨୦୧୩ ରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡରରେ ଯୋଗ ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେଷାଗତ ଭାବମୂର୍ତ୍ତି ରହିଛି । ଜଷ୍ଟିସ ଆନନ୍ଦ ୧୯୬୪ ମସିହାରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *