ଶତାବ୍ଦୀ ଟେ ଗଲା ଅପସରି

________
ଭଲଲାଗେ ହୃଦୟ ମୋ ମେଲିଦେବା ଲାଗି
ନରମ ଯେଉଁ ଗବାକ୍ଷେ ତୁମେ ଆତଯାତ,
ଭଲ ଲାଗେ, ପଢ଼େ ସେଇ ଟୁକୁରା କାଗଜ
ଅବିନାଶୀ ହଜିଲା ସେ ପ୍ରୀତିର ଅତୀତ।

ସହର ଶୋଇଲା ପରେ ସେଇଠି ଆରମ୍ଭେ
ଗୋପନ ପ୍ରଣୟ ଆମ ନିଶି ଆସାଦ୍ୟରେ,
ପିଆଲା ଓଠରେ ତୁମ ଚୁପି ଚୁପି କଥା
ଅନ୍ତର୍ମନ ମୋର ଜିଣିନିଏ ନିଃସର୍ତ୍ତରେ।

ତୁମ ପ୍ରେମ ସଞ୍ଚିଥିଲା ଶ୍ୟାମଳ ସପନ
ଗଢ଼ୁଥିଲି ବାଲିଘର ରାତିର ତନ୍ଦ୍ରାରେ,
ଅଭିଶପ୍ତ ଥିଲା କି ସେ ମିଳନ ଅଧ୍ୟାୟ
ଭଗ୍ନ ଆଜି ଆଶା କାହା ନିର୍ମମ ପ୍ରହାରେ।।

ସ୍ମୃତି ଚିହ୍ନ ହୃଦୟରେ ସାଇତିବା ଲାଗି
ଲହୁକୁ କରିଛି ଲୁହ, ପାରିନାହିଁ ମାରି,
ତୁମେ ଗଲା ପରେ ଦୂରେ ଜାଣ କି ସେଦିନୁଁ
ଶତାବ୍ଦୀ ଟେ କ୍ଷଣକେ ମୋ ଗଲା ଅପସରି।।।

@ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ୍।
ସହଦେବଖୁଣ୍ଟା, ବାଲେଶ୍ଵର
୭୭୮୮୯୭୭୨୭୬
ପିନ୍-୭୫୬୦୦୧

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *