ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜ ୨୦୨୨ ଗ୍ରାଣ୍ଡ୍ ଫିନାଲେ କାର୍ଯ୍ୟକ୍ରମ ସହ ରଜ ପର୍ବ ପାଳନ

 ପ୍ରତିଯୋଗିତାର ବିଜେତା ଦେବାଙ୍ଗିନୀ ବେହେରାଙ୍କୁ ସମ୍ମାନିତ କରିବା  ଲାଗି ଓଡ଼ିଶାର ନେକ୍‌ଷସ୍ ଏସ୍‌ପ୍ଲାନେଡ୍ ମଲ୍‌ରେ ଏହି ଅବସରରେ ଯୋଗ  ଦେଇଥିଲେ ସେଲିବ୍ରିଟି ଭୂମିକା ଦାଶ
ଭୁବନେଶ୍ୱର, Bnews,15/6: ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ଲାଇଫ୍‌ଷ୍ଟାଇଲ୍ ମିସ୍‌ ରଜ ୨୦୨୨ର ସଫଳତା ସହିତ ନେକ୍‌ଷସ୍ ଏସ୍‌ପ୍ଲାନେଡ୍ ମଲ୍ ଷ୍ଟୋର୍‌ରେ ତିନି ଦିନିଆ ରଜ ପର୍ବକୁ ପାଳନ କରାଯାଇଛି । ରଜ ପର୍ବ ସହିତ ନାରୀତ୍ୱର ଭାବକୁ ପାଳନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଯିଏ ଗ୍ରାଣ୍ଡ୍‌
ଫିନାଲେରେ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରିଛନ୍ତି । ୨୦୨୨ ମେ’ ୨୭ରେ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ନିଜ ସୋସିଆଲ୍‌ ମିଡିଆ ପେଜ୍‌ରେ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜ ୨୦୨୨ ପ୍ରତିଯୋଗିତା ବିଷୟରେ ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ଯୁବ ମହିଳାମାନଙ୍କୁ ସେମାନଙ୍କ ଫେସନ ଦକ୍ଷତାକୁ ଉପସ୍ଥାପିତ କରିବା ଏବଂ ଇନଷ୍ଟାଗ୍ରାମ୍‌ରେ ନିଜର ସବୁଠୁ ଫେସନେବଲ୍ ଫଟୋ ଅପ୍‌ଲୋଡ୍ କରି ପ୍ରତିଯୋଗିତାରେ ଭାଗ ନେବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ପ୍ରତିଯୋଗିତାରେ ୪୫୦ରୁ ଅଧିକ ଆବେଦନ ଆସିଥିଲା ଯାହାକୁ ସେମାନେ ସୃଷ୍ଟି କରିଥିବା ଲୁକ୍ ଓ ପୋଷ୍ଟକୁ ମିଳିଥିବା ଲାଇକ୍ ଅନୁଯାୟୀ ଅନୁଶୀଳନ କରାଯାଇଥିଲା । ୧୦ ଜଣ ପ୍ରି-ଫାଇନାଲିଷ୍ଟ୍‌ଙ୍କ ନାମ ଜୁନ୍ ୯ରେ ଘୋଷଣା କରାଯାଇଇଥିଲା ଯେଉଁମାନଙ୍କୁ ଲାଇଫ୍‌ଷ୍ଟାଇଲ୍‌ର ନୂତନ ଟ୍ରେଣ୍ଡ୍ ପିନ୍ଧିବା ଲାଗି ନିଜର ରୂପଚର୍ଯ୍ୟା କରିବାକୁ ଆମନ୍ତ୍ରଣ କରାଯାଇଥିଲା । ପ୍ରି ଫାଇନାଲିଷ୍ଟ୍‌ମାନେ ସେମାନଙ୍କ ସେହି ଫଟୋକୁ ଭୋଟିଂ ପର୍ଯ୍ୟାୟ ପାଇଁ ନିଜ ଇନଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଥିଲେ । ସର୍ବାଧିକ ଲାଇକ୍ ହାସଲ କରିଥିବା ଦେବାଙ୍ଗିନୀ ବେହେରାଙ୍କୁ ଦ୍ୱିତୀୟ ସିଜନ୍‌ର ଲାଇଫ୍‌ଷ୍ଟାଇଲ୍ ମିସ୍ ରଜ ୨୦୨୨ ଟାଇଟଲ୍ ପ୍ରଦାନ କରାଯାଇଥିଲା । ଗ୍ରାଣ୍ଡ୍‌
ଫିନାଲେରେ ଭୂମିକା ଦାଶ ଯୋଗ ଦେଇଥିଲେ ଯିଏ ବିଜେତାଙ୍କୁ ୫୦,୦୦୦ ଟଙ୍କା ମୂଲ୍ୟର ଲାଇଫଷ୍ଟାଇଲ୍ ଭାଉଚର ପ୍ରଦାନ କରିଥିଲେ । ଲାଇଫଷ୍ଟାଇଲ୍‌ର ସହକାରୀ ଉପସଭାପତି-ମାର୍କେଟିଂ ରୋହିଣି ହଲ୍‌ଦିଆ କହିଛନ୍ତି ଯେ, “ଓଡ଼ିଶାରେ ନାରୀତ୍ୱ ଭାବକୁ ପାଳନ କରିବାର ଏକ ସ୍ୱତନ୍ତ୍ର ଅବସର ହେଉଛି ରଜ ପର୍ବ । ଏଠାରେ ଉଲ୍ଲେଖନୀୟ ସନ୍ଧାନ ହୋଇନଥିବା ଏବଂ ନୂତନ ପ୍ରତିଭା ସହରରେ ରହିଛନ୍ତି ଯେଉଁମାନେ ଲୋକଲୋଚନକୁ ଆସିବା ଦରକାର ଏବଂ ଆମେ ଲାଇଫ୍‌ଷ୍ଟାଇଲ୍‌ରେ ଏଭଳି ଅଭିଯାନ ଜରିଆରେ ଫେସନ୍ ଓ ଉତ୍ସବକୁ ପାଳନ କରିବାରେ ଗର୍ବ ଅନୁଭବ କରୁଛୁ । ରଜ ପର୍ବ ପାଇଁ ଆମ ଶୁଭକାମନା ଜଣାଉଥିବା ବେଳେ ଏହି ପ୍ରତିଯୋଗିତାକୁ ବଡ଼ ଧରଣରେ ସଫଳ କରିଥିବାରୁ ସମସ୍ତ ପ୍ରତିଯୋଗୀଙ୍କୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଛି ।’’ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସେଲିବ୍ରିଟି ଭୂମିକା ଦାଶ କହିଛନ୍ତି ଯେ, “ଏହି ଅଭିଯାନର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ କାରଣ ପ୍ରତିଯୋଗିତାକୁ ଆରମ୍ଭ କରିବା ସମେତ ଗ୍ରାଣ୍ଡ୍ ଫିନାଲେର ଅଂଶ ହେବା ପାଇଁ ମୁଁ ସୁଯୋଗ ପାଇଛି । ମୁଁ ସମଭାବାପନ୍ନ ମହିଳାମାନଙ୍କୁ ଭେଟିବାର ସୁଯୋଗ ପାଇଛି ଯେଉଁମାନେ ଫେସନ ପ୍ରତି ଉତ୍ସାହ ରଖି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏବଂ ତାହାକୁ ଜିତିବା ଲାଗି ପ୍ରବଳ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିଛନ୍ତି । ଏଠାରେ ମୋତେ ଡାକିଥିବାରୁ ମୁଁ ଲାଇଫ୍‌ଷ୍ଟାଇଲ୍‌କୁ ଧନ୍ୟବାଦ ଦେବାକୁ ଚାହୁଛି ଏବଂ ଓଡ଼ିଶାର ଯୁବ ମହିଳାଙ୍କ ସହିତ ରଜ ପର୍ବ ପାଳନ କରିବାକୁ ଚାହୁଛି ।’’ ଲାଇଫ୍‌ଷ୍ଟାଇଲ୍‌ରେ ଏଥ୍‌ନିକ୍ ଓୟାରର ଶ୍ରେଷ୍ଠ ବର୍ଗମାଳା ରହିଛି ଯାହା ଉତ୍ସବ ଋତୁର ଭାବକୁ ଧରି ରଖିବା ଲାଗି ବେଶ ଉପଯୁକ୍ତ ଯେଉଁଥିରେ କୁର୍ତାର ଦାମ୍ ୫୯୯ ଟଙ୍କା, ଷ୍ଟାଇଲିସ୍ ଟ୍ୟୁନିକ୍ ଦାମ୍ ୯୯୯ ଟଙ୍କା ଓ କୁର୍ତା ସେଟ୍ ଦାମ୍ କେବଳ ୧,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏହି ସମ୍ଭାରକୁ ଓଡ଼ିଶାରେ ଥିବା ଲାଇଫ୍‌ଷ୍ଟାଇଲ୍‌ର ଯେକୌଣସି ଷ୍ଟୋର୍‌ରୁ ସପିଙ୍ଗ୍ କରିହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *