ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ଓଡ଼ିଶାରେ ରଜ ପର୍ବ ପାଳନ କରିବା ପାଇଁ ମିସ୍ ରଜ ସିଜନ ୨ ପ୍ରତିଯୋଗିତାର ଶୁଭାରମ୍ଭ

Bhubaneswar,30th May,(Bnews): 
ଓଡ଼ିଶା ଯୁବପିଢ଼ିଙ୍କ ଶ୍ରେଷ୍ଠ ଷ୍ଟାଇଲ ଭାବକୁ ପାଳନ କରିବା ଲାଗି ୫୦ ହଜାର ଟଙ୍କା ମୂଲ୍ୟର ପୁରସ୍କାର ଜିତିବା ନିମନ୍ତେ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜ ୨୦୨୨ ପ୍ରତିଯୋଗିତାର ଶୁଭାରମ୍ଭ ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍‌ଷ୍ଟାଇଲ୍ ପକ୍ଷରୁ ରଜ ପର୍ବକୁ ପାଳନ କରିବା ଲାଗି ଭୁବନେଶ୍ୱରରେ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜର ଦ୍ୱିତୀୟ ସିଜନ ବିଷୟରେ ଘୋଷଣା କରାଯାଇଛି । ଲାଇଫଷ୍ଟାଇଲ୍ ମିସ ରଜ ୨୦୨୨ ପ୍ରତିଯୋଗିତାରେ ସହରର ଯୁବ ମହିଳାମାନଙ୍କ ଅଭିଳାଷ ଓ ସ୍ୱତନ୍ତ୍ର ଫେସନର ସମ୍ବେଦନଶୀଳତାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ନାରୀତ୍ୱକୁ ପାଳନ କରିବାର ଏହି ତିନି ଦିନିଆ ଉତ୍ସବକୁ ମିସ ରଜ ପର୍ବ ପ୍ରତିଯୋଗିତା ସିଜନ ୨ ଜରିଆରେ ଲାଇଫଷ୍ଟାଇଲ୍ ପାଳନ କରିବ । ଏହି ପ୍ରତିିଯୋଗିତା ବିଷୟରେ ଲୋକପ୍ରିୟ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ତାଙ୍କ ସୋସିଆଲ ମିଡିଆରେ ମେ’ ୨୭ରେ ଘୋଷଣା କରିଛନ୍ତି । ନିଜର ଷ୍ଟାଇଲିସ ଫଟୋକୁ ଇନଷ୍ଟାଗ୍ରାମରେ ହାସଟ୍ୟାଗ୍ ଓ ଅଖସଲରଗ୍ଦଗ୍ଧଚ୍ଚକ୍ଷରଝଗ୍ଧକ୍ଟକ୍ସରଗ୍ଦ ବ୍ୟବହାର କରି ଅପ୍‌ଲୋଡ୍ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଲାଇଫଷ୍ଟାଇଲ ମିସ ରଜନ ୨୦୨୨ ଭୁବନେଶ୍ୱରର ଯୁବ ମହିଳାମାନଙ୍କୁ ସ୍ୱାଗତ କରୁଛି । ଆବେଦନଗୁଡ଼ିକୁ ଷ୍ଟାଇଲିସ ଲୁକ୍ ସୃ୍‌ଷ୍ଟି ଓ ପୋଷ୍ଟକୁ ମିଳିଥିବା ଅଧିକ ଲାଇକ୍ ଆଧାରରେ ଅନୁଶୀଳନ କରାଯିବ । ଜୁନ୍ ୯ରେ ୧୦ ପ୍ରାକ୍‌-ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯିବ ଏବଂ ଲାଇଫଷ୍ଟାଇଲର ନୂତନ ଟ୍ରେଣ୍ଡ୍ ସହ ତାଙ୍କୁ ଷ୍ଟାଇଲିସ ଭାବେ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ପରିବର୍ତନ କରାଯିବ ଏବଂ ପେସାଦାର ଭାବେ ତାଙ୍କ ଫଟୋ ଉଠାଯିବ । ପ୍ରାକ୍‌-ଫାଇନାଲିଷ୍ଟମାନେ ସେହି ଫଟୋକୁ ଭୋଟିଂ ପର୍ଯ୍ୟାୟ ପାଇଁ ନିଜ ଇନଷ୍ଟାଗ୍ରାମରେ ଅପ୍‌ଲୋଡ୍ କରିବେ । ସର୍ବାଧିକ ଭୋଟ ପାଇଥିବା ଆବେଦନକୁ ବିଜୟୀ ଘୋଷଣା କରାଯିବା ସହ ଜୁନ୍ ୧୫ରେ ଏହି ପ୍ରତିଯୋଗିତା ଶେଷ ହେବ । ଏସ୍‌ପ୍ଲାନେଡ୍ ୱାଲ୍ ମଲ୍‌ରେ ଥିବା ଲାଇଫଷ୍ଟାଇଲ୍ ଷ୍ଟୋର୍‌ରେ ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେବ ଏବଂ ଅନ୍ୟ କେହି ନୁହେଁ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଲାଇଫ୍‌ଷ୍ଟାଇଲ୍ ମିସ୍ ରଜ ପର୍ବ ୨୦୨୨ ଘୋଷଣା କରିବେ ଓ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ହସ୍ତାନ୍ତର କରିବେ । ବିିଭିନ୍ନ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମ ଜରିଆରେ ଏହି ପ୍ରତିଯୋଗିତାର ବ୍ୟାପକ ପ୍ରଚାର କରାଯିବ ।
ଭୁବନେଶ୍ୱରର ସମସ୍ତ ଯୁବ ଫେସନପ୍ରେମୀ ଯେଉଁମାନେ ସଫଳ ମଡେଲ ହେବାକୁ ଚାହୁଛନ୍ତି ସେମାନଙ୍କୁ ନିଜର ଶ୍ରେଷ୍ଠ ଫେସନ ଭାବକୁ ମାନ୍ୟତା ପ୍ରଦାନ କରିବା ଲାଗି ଲାଇଫଷ୍ଟାଇଲ୍ ମିସ୍ ରଜ ୨୦୨୨ ଉପଯୁକ୍ତ ମଂଚ ପ୍ରଦାନ କରୁଛି ।
ଏହି ପ୍ରତିଯୋଗିତା ବିଷୟରେ ଘୋଷଣା କରି ସେଲିବ୍ରିଟି ଭୂମିକା ଦାଶ କହିଛନ୍ତି ଯେ, “ଲାଇଫଷ୍ଟାଇଲ ମିସ ରଜ ୨୦୨୨ ପ୍ରତିଯୋଗିତାର ଦ୍ୱିତୀୟ ସିଜନ ପାଇଁ ଲାଇଫଷ୍ଟାଇଲ ସହିତ ଯୋଡ଼ି ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି । ଭୁବନେଶ୍ୱରର ଯୁବ ମହିଳାମାନଙ୍କ ସହ ଯୋଡ଼ି ହେବା ଲାଗି ବ୍ରାଣ୍ଡ୍ ପାଇଁ ଏହା ଶ୍ରେଷ୍ଠ ଉପାୟ । ସୁଲଭ ମୂଲ୍ୟ ବର୍ଗମାଳା ସହିତ ସବୁ ବର୍ଗରେ ସଦ୍ୟତମ ଓ ଟ୍ରେଣ୍ଡି ଫେସନ ସମ୍ଭାର ପାଇଁ ଲାଇଫଷ୍ଟାଇଲ ଜଣାଶୁଣା । ନିଜର ରଜ ପର୍ବ ସପିଙ୍ଗ ପାଇଁ ଏସପ୍ଲାନେଡ୍ ୱାନ୍ ମଲ୍‌ର ଲାଇଫଷ୍ଟାଇଲ ଷ୍ଟୋର ପରିଦର୍ଶନ କରନ୍ତୁ ।
ଲାଇଫଷ୍ଟାଇଲର ସହକାରୀ ଉପସଭାପତି (ମାର୍କେଟିଂ) ରୋହିନି ହଲଦିଆ କହିଛନ୍ତି ଯେ, “ଭୁବନେଶ୍ୱରରେ ରଜ ପର୍ବ ଉତ୍ସବ ପାଳନ କରିବା ଆମ ପାଇଁ ଏକ ଶ୍ରେଷ୍ଠ ଅନୁଭବ । ଅଂଶଗ୍ରହଣକାରୀମାନଙ୍କ ଅଭିଳାଷ ଓ ଉତ୍ସାହ ଏହି ପ୍ରତିଯୋଗିତାର ଶକ୍ତିକୁ ବାସ୍ତବରେ ବଢ଼ାଇଛି । ଲାଇଫଷ୍ଟାଇଲ ଏହାର ଟ୍ରେଣ୍ଡି ଉତ୍ସବ ସମ୍ଭାର ଓ ଲାଇଫଷ୍ଟାଇଲ ମିସ୍ ରଜ ୨୦୨୨, ଗର୍ବର ସହିତ ଭୁବନେଶ୍ୱରର ଯୁବ ମହିଳାମାନଙ୍କ ସହ ନାରୀତ୍ୱ ପ୍ରତି ବାସ୍ତବ ଭାବକୁ ପାଳନ କରୁଛି ।’’
ଲାଇଫଷ୍ଟାଇଲ ପକ୍ଷରୁ ଜୀବନ୍ତ ରଙ୍ଗ ଓ ଆଧୁନିକ ରୂପରେଖ ସହିତ ଏଥନିକ ଓୟାରର ଶ୍ରେଷ୍ଠ ବର୍ଗମାଳା ପ୍ରଦାନ କରାଯାଉଛି ଯାହା ଉପଯୁକ୍ତ ଭାବେ ଉତ୍ସବ ଋତୁର ଭାବକୁ ଧରି ରଖୁଛି । ମୂଲ୍ୟ ଉଲ୍ଲାସକୁ କେବଳ ଆହୁରି ବଢ଼ାଉଥିବା ବେଳେ କୁର୍ତାର ମୂଲ୍ୟ ୫୯୯ ଟଙ୍କାରୁ, ଷ୍ଟାଇଲିସ ଟ୍ୟୁନିକ ୯୯୯ ଟଙ୍କାରୁ ଏବଂ କୁର୍ତା ସେଟ୍ ମୂଲ୍ୟ କେବଳ ୧୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏହି ସମ୍ଭାରକରୁ ଓଡ଼ିଶାର ଯେକୌଣସି ଲାଇଫଷ୍ଟାଇଲ ଷ୍ଟୋରରୁ କିଣିହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *