ଲଗାଣ ବର୍ଷାରେ ଭୁଷୁଡ଼ିଲା ମାଟିକାନ୍ଥ ।

ଲଗାଣ ବର୍ଷାରେ ଭୁଷୁଡ଼ିଲା ମାଟିକାନ୍ଥ ।

ପରଜଙ୍ଗ:02.08.23  BREAKING NEWS ODIA (report by nirmala gadanayak)  ଚଳିତ ବର୍ଷ ୨ ଦିନ ଧରି ରେକର୍ଡ ସଂଖ୍ୟକ ଲଗାଣ ବର୍ଷା ଅଞ୍ଚଳରେ ଜାରି ରହିଛି ।ମଙ୍ଗଳବାର ସନ୍ଧ୍ୟା ସମୟରୁ ବୁଧବାର ଦିନ ତମାମ ଲଗାଣ ବର୍ଷା ଯୋଗୁଁ ଚାଷ ଜମି ,ରାସ୍ତାଘାଟ ,କୂଅ ପୋଖରୀ ନଦୀ ନାଳ ସବୁଠି ଜଳମଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ।ଏପରି ସ୍ଥଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଗ୍ରାମରେ ଏକ ଅସହାୟ ପରିବାରର ଲଗାଣ ଜନିତ ବର୍ଷା ପ୍ରଭାବରେ ମାଟିକାନ୍ଥ ଭୁଷୁଡି ପଡିବା ପ୍ରମାଣିତ ହୋଇଛି ।ଗ୍ରାମର ବଳଭଦ୍ର ସାହୁଙ୍କ ପୁଅ ଶ୍ରୀକାନ୍ତ ସାହୁ ୩୦ ବର୍ଷ ନାମକ ବ୍ୟକ୍ତିଙ୍କ ବସବାସ କରୁଥିବା ଘରର ଏକ କାନ୍ଥ ଭୁଷୁଡି ପଡିବାରୁ ପରିବାର ଆତଙ୍କିତ ହେବା ସହ ଚଳିବା ପାଇଁ ଚିନ୍ତାର କାରଣ ହୋଇଛି।ଏପରି ଲଗାଣ ବର୍ଷାରେ ପରିବାର କିପରି ଘରେ ଆଶ୍ରୟ ନେବ ସେଥି ଲାଗି ସରାଙ୍ଗ ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ଦାସ ଅସହାୟ ପରିବାର ପାଖରେ ପହଞ୍ଚି କୁଆଳୁ ଆରଆଇଙ୍କୁ ଅବଗତ କରିବାରୁ ଜରିପାଲ ଯୋଗାଇଦିଆଯାଇଛି ।ଏତଦ୍ ବ୍ୟତୀତ ଏହି ଅସହାୟ ପରିବାରକୁ ଘର ମରାମତି ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସମିତି ସଭ୍ୟ ଶ୍ରୀ ଦାସ ଓ ଗ୍ରାମର ଯୁବସଂଗଠନର ସଦସ୍ୟ ପ୍ରେମାନନ୍ଦ ସାହୁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *