ଲଗାଣ ବର୍ଷାରେ ବେହାଲ ପରଜଙ୍ଗ ଅଞ୍ଚଳ , ଆଣ୍ଠୁଏ ପାଣି ଉପରେ ବ୍ଲକ କାର୍ଯ୍ୟାଳୟ ପରିସର ।

ଲଗାଣ ବର୍ଷାରେ ବେହାଲ ପରଜଙ୍ଗ ଅଞ୍ଚଳ , ଆଣ୍ଠୁଏ ପାଣି ଉପରେ ବ୍ଲକ କାର୍ଯ୍ୟାଳୟ ପରିସର ।

ପରଜଙ୍ଗ :02.08.23 BREAKING NEWS ODIA(report by nirmala gadanayak) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସର ଲଗାଣ ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଜଳମଗ୍ନ ପରିବେଶ ଦେଖିବାକୁ ମିଳିଛି ।ଉକ୍ତ ବ୍ଲକ ଅଧିନରେ ୨୧ ପଞ୍ଚାୟତ ରହିଛି ବ୍ଲକ ପ୍ରଶାସନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଘର ଢ଼ିଙ୍କି କୁମ୍ଭୀର ଦୃଶ୍ୟ ପ୍ରମାଣିତ କରିଛି ।ଯଦି ନିଜ ଘର ଅସଜଡା ତେବେ ଅନ୍ୟ କାହାକୁ କହିବ । ଚଳିତ ବର୍ଷ ଅଞ୍ଚଳରେ ଦୁଇ ଦିନ ଧରି ରେକର୍ଡ ସଂଖ୍ୟକ ଲଗାଣ ବର୍ଷା ଲାଗି ରହିଛି ।ଏହାର ପ୍ରଭାବରେ ଚାଷ ଜମି ,କୂଅ ପୋଖରୀ ରାସ୍ତାଘାଟ ,ନଦୀନାଳ ସବୁଠି ଜଳମଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ବର୍ଷାରେ ବ୍ଲକ କାର୍ଯ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ରହିଥିବାରୁ ଆଣ୍ଠୁଏ ଉପରେ ପାଣି ଜମିରହିଥିବାରୁ ବ୍ଲକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବ୍ଲକର ବିଡ଼ିଓ , ଜେଇ ,ଆସିଷ୍ଟାଣ୍ଟ ଇଂଜିନିୟର ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଠାରେ କିପରି ପରିସରରୁ ପାଣି ନିଷ୍କାସନ ହୋଇ ପାରିବ ସେ ଦିଗରେ ତୁରନ୍ତ ଚିନ୍ତାଶୀଳ ରହିବା ଦରକାର । ଯଦି ବ୍ଲକ କାର୍ଯ୍ୟାଳୟ ପରିସରରେ ଏପରି ଦୂରବସ୍ଥା ସମସ୍ୟା ହେବ ତେବେ ବ୍ଲକରେ ଅନ୍ୟ ସମସ୍ୟା କିଭଳି ହେଉଥିବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *