ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକ ମାର୍କ ମାକ୍ୱେର୍ଜ୍‌ଙ୍କ ୧୦୦ତମ ପୋଡିୟମ୍ ଫିନିସ୍‌

ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକ ମାର୍କ ମାକ୍ୱେର୍ଜ୍‌ଙ୍କ ୧୦୦ତମ ପୋଡିୟମ୍ ଫିନିସ୍‌

ଭୁବନେଶ୍ୱର: ନିଜ ଶେଷ ରେସ୍‌ର ଦୀର୍ଘ ୩୫୭ ଦିନ ପରେ ରେପ୍‌ସଲ୍ ହୋଣ୍ଡା ଟିମ୍‌ର ପ୍ରମୁଖ ଚାଳକ ମାର୍କେ ମାକ୍ୱେର୍ଜ୍ ୧୦୦ତମ ପ୍ରିମିୟର ଶ୍ରେଣୀର ପୋଡିୟମ୍‌ ଫିନିସ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱର ଚତୁର୍ଥ ଚାଳକ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଅଷ୍ଟ୍ରେଲିଆନ୍ ଗ୍ରାଣ୍ଡ୍ ପ୍ରିକ୍ସର ମୋଟୋ ଜିପି ୨୦୨୨ର ରାଉଣ୍ଡ୍ ୧୮ରେ ତାଙ୍କୁ ଏହି ସଫଳତା ମିଳିଛି । ତାଙ୍କ ପୂର୍ବରୁ କେବଳ
ଭାଲେଂଟିନୋ ରୋସି, ଜୋର୍ଜ ଲୋରେଞ୍ଜୋ ଏବଂ ଦାନି ପେଡ୍ରୋସା ୧୦୦ ପୋଡିୟମ୍ ଫିନିସ୍ ସଫଳତା ପାଇଥିଲେ । ସମସ୍ତ ପ୍ରକାରର ଗ୍ରାଣ୍ଡ ପ୍ରିକ୍ସରେ ମାକ୍ୱେର୍ଜଙ୍କ ମୋଟ ପୋଡିୟମ୍ ଫିନିସ୍ ୫୯ରେ ପହଂଚିଛି । ଏଥି ସହିତ ସେ ସ୍ପେନ୍‌ର କିମ୍ବଦନ୍ତୀ ଚାଳକ ଆଂଜେଲ୍ ନିଏଟୋଙ୍କ ସମକକ୍ଷ ହୋଇଛନ୍ତି । ଫିଲିପ୍ ଆଇଲ୍ୟାଣ୍ଡ୍ ସର୍କିଟ୍‌ରେ ୨୭ ଲ୍ୟାପ୍ ବିଶିଷ୍ଟ ଏହି ରେସ୍‌କୁ ସାମ୍ନାରେ ରହି
ମାକ୍ୱେର୍ଜ୍ ଆରମ୍ଭ କରିଥିଲେ । ପ୍ରଥମ ଭାଗରେ ସେ ଜୋର୍ଜ ମାର୍ଟିନ୍‌ଙ୍କ ପଛରେ ଥିଲେ । ଶେଷ ବେଳକୁ ଶୀର୍ଷ ସ୍ଥାନ ପାଇଁ ସାତ ଆଡ଼ୁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଦ୍ୱିତୀୟ ସ୍ଥାନରେ ରହି ସେ ରେସ୍ ଶେଷ କରିଥିଲେ । ଆଠ ଥର ବିଶ୍ୱ ଚାମ୍ପିଆନ୍‌ସିପ୍‌ ଜିତିଥିବା ମାକ୍ୱେର୍ଜ୍‌ଙ୍କ ଏହା ଥିଲା ୧୦୦ତମ ପ୍ରିମିୟର ଶ୍ରେଣୀ ପୋଡିୟମ୍‌ ଫିନିସ୍ । ନିଜ ମୋଟୋଜିପି କ୍ୟାରିୟରରେ ୩୧ତମ ଥର ପାଇଁ ସେ ପୋଡିୟମ୍‌ରେ ପହଂଚିଥିଲେ । ଶେଷ ଥର ପାଇଁ ୨୦୨୧ରେ ଏମିଲିଆ ରୋମଗ୍ନା ଗ୍ରାଣ୍ଡ ପ୍ରିକ୍ସରେ ସେ ପୋଡିୟମ ଫିନିସ୍ କରିଥିଲେ । ସେହି ସମୟରେ ଆଘାତ ଲାଗିଥିବା ତାଙ୍କ ହାତରେ ଚତୁର୍ଥ ଅସ୍ତ୍ରୋପଚାର ହୋଇଥିଲା । ପଲ୍ ଏସ୍‌ପାରଗାରୋ ଶ୍ରେଷ୍ଠ ୧୦ରେ ରହିବାକୁ ଉଦ୍ୟମ କରିଥିଲେ । ପ୍ରଥମ ଭାଗରେ ସେ ୧୪ତମ ସ୍ଥାନରେ ଥିଲେ । କିନ୍ତୁ ଶେଷ ବେଳକୁ ୧୧ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ଏହା ପରେ ମାଲେସିଆର ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ହେବାକୁ ଥିବା ରେସ୍‌ରେ ରେପ୍‌ସଲ୍ ହୋଣ୍ଡା ଟିମ୍ ଅଂଶଗ୍ରହଣ କରିବ । ଏହି ଅବସରରେ ମାର୍କ ମାକ୍ୱେର୍ଜ୍ କହିଛନ୍ତି ଯେ, “ଆଜି ଏକ ବହୁତ ଭଲ ରେସ୍‌
ଥିଲା । ମୁଁ ତାହାକୁ ଉପଭୋଗ କରିଥିଲି । ପୋଡିୟମ୍‌ରେ ପହଂଚିବା ଏକ ଚମତ୍କାର ଅନୁଭବ ଥିଲା । ପ୍ରାରମ୍ଭିକ ସମୟରେ ମୁଁ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଉପରେ ଧ୍ୟାନ ଦେଇଥିଲି । ଶେଷ ଲ୍ୟାପ୍‌ରେ କିନ୍ତୁ ଆଲେକ୍ସ ରିନ୍‌ସ ବହୁତ ଭଲ ରେସ୍ କରିଥିଲେ । ସବୁ
କ୍ଷଣକୁ ମୁଁ ଉପଭୋଗ କରିଥିଲି । ପ୍ରତି ଟର୍ଣ୍ଣ ବିଶେଷ କରି ଟର୍ଣ୍ଣ ୨ରେ ମେସିନ୍‌ ବହୁତ ଭଲ କାମ କରିଥିଲା । ଆମେ ଭଲ ପ୍ରଦର୍ଶନ କରିଛୁ କିନ୍ତୁ ଆଗକୁ ଆହୁରି କାମ ବାକି ଅଛି । ୧୦୦ ପ୍ରିମିୟର ଶ୍ରେଣୀ ପୋଡିୟମ୍ ହାସଲ କରିବା ଏକ ପ୍ରମୁଖ ମାଇଲଖୁଂବ ଏବଂ ନିଏଟୋଙ୍କ ସହ ସମକକ୍ଷ ହେବା ଏକ ବଡ଼ ସ୍ୱୀକୃତି ।’’

ଚକ୍ସରଗ୍ଦଗ୍ଦ ଜରକ୍ଷରବଗ୍ଦର

ୠକ୍ଟକ୍ସ ଜ୍ଞକ୍ଟକ୍ସର ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ, କ୍ଟ୍ରକ୍ଷରବଗ୍ଦର ମକ୍ଟଦ୍ଭଗ୍ଧବମଗ୍ଧ କ୍ଟ୍ରଙ୍କଭକ୍ଷସମ.କ୍ସରକ୍ଷବଗ୍ଧସକ୍ଟଦ୍ଭଗ୍ଦଅଷକ୍ଟଦ୍ଭୟବ୨ଙ୍ଗଷରରକ୍ଷରକ୍ସଗ୍ଦସଦ୍ଭୟସବ.ମକ୍ଟଜ୍ଞ
ପଲ୍ ଏସ୍‌ପାରଗାରୋ କହିଛନ୍ତି ଯେ, “ଆମର ଏହି ରେସ୍ ଗତ ରେସ୍ ଭଳି ଥିଲା ।
ଆମେ ଯେତିକି କ୍ଷୀପ୍ର ହେବ ବୋଲି ଭାବୁଥିଲୁ ରେସ୍ ତା’ଠାରୁ ଧୀମା ରହିଲା ।
ପିଲିପ ଆଇଲ୍ୟାଣ୍ଡ୍‌ରେ ଅଧିକ ଅସ୍ଥିରତା ଦେଖାଦିଏ । ଚଳିତ ସପ୍ତାହକୁ ଆମେ ଭଲ
ଭାବେ ଆରମ୍ଭ କରିଛୁ । ମାତ୍ର କ୍ୟୁ୨ରେ ପଛରେ ରହିବା ଆମକୁ ଆଘାତ
ଦେଇଛି । ଏହି ଋତୁର ଆଉ ଦୁଇଟି ରେସ୍ ବାକି ଅଛି । ଆମ ଆଗକୁ
ବଢ଼ିବା ଜାରି ରଖିବୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *