ରେଡ୍‌ବ୍ଲୁ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ଏଇପିଏସ୍ ଜରିଆରେ ଚାଷୀଙ୍କ ପାଇଁ ପିଏମ୍‌-କିଷାନ ସବ୍‌ସିଡି ଉଠାଣକୁ ସହଜ କରିଛି ସ୍ପାଇସ୍ ମନି

ରେଡ୍‌ବ୍ଲୁ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ଏଇପିଏସ୍ ଜରିଆରେ ଚାଷୀଙ୍କ ପାଇଁ ପିଏମ୍‌-କିଷାନ ସବ୍‌ସିଡି ଉଠାଣକୁ ସହଜ କରିଛି ସ୍ପାଇସ୍ ମନି

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଭାରତ ସରକାର ଯୋଗ୍ୟ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌- କିସାନ) ଆର୍ଥିକ ଲାଭର ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଡିଜି ସ୍ପାଇସ୍‌ ଟେକ୍ନୋଲୋଜିର ସହଯୋଗୀ ସଂସ୍ଥା ତଥା ଗ୍ରାମାଚଂଳର ଲୋକମାନଙ୍କ ପାଖରେ ବ୍ୟାଙ୍କ୍ ସେବା ପହଂଚାଇବାରେ ବିପ୍ଳବ ଆଣିଥିବା ଅଗ୍ରଣୀ ସଂସ୍ଥା ସ୍ପାଇସ୍ ମନି ଏହାର ୧୦,୦୦୦,୦୦ ଅଧିକାରୀ (ବ୍ୟବସାୟୀ/ ଅଣୁ ଉଦ୍ୟୋଗୀ)ଙ୍କ ବ୍ୟାପକ ନେଟ୍‌ୱର୍କ ଜରିଆରେ ଚାଷୀ ଓ ସେମାନଙ୍କ ପରିବାରକୁ ସବ୍‌ସିଡି ରାଶି ଉଠାଣରେ ସହାୟକ ହେଉଛି । ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ଗୁଡ଼ିକୁ ଲାଲ ନୀଳ ରଙ୍ଗରେ ରଙ୍ଗ କରିବା ଲାଗି ସ୍ପାଇସ୍‌
ମନିର ଅଭିଯାନ ସହ ସବ୍‌ସିଡି ରାଶି ଉଠାଇବା ପାଇଁ ଆଉଟ୍‌ଲେଟ୍‌କୁ ଚିହ୍ନଟ କରିବା ଚାଷୀ ଓ ସେମାନଙ୍କ ପରିବାର ଲାଗି ସହଜ ହୋଇଛି । ଭାରତ ସରକାରଙ୍କ ୧୦୦% ପାଣ୍ଠି ସହ ଏକ କେନ୍ଦ୍ରୀୟ କ୍ଷେତ୍ରର ସ୍କିମ୍ ‘ପିଏମ୍‌ କିସାନ’୨୦୧୮ ଡିସେମ୍ବର ୧ରୁ କାର୍ଯ୍ୟକ୍ଷମ ହୋଇଛି । ଏହି ସ୍କିମ୍‌ରେ ବାର୍ଷିକ ୬୦୦୦ ଟଙ୍କାର ଆୟ ସହାୟତାକୁ ତିନିଟି କିସ୍ତିରେ ଭାଗ କରି ପ୍ରଦାନ କରାଯାଉଛି ଯାହାକୁ ସ୍ୱାମୀ, ସ୍ତ୍ରୀ ଓ ଅଣପ୍ରାପ୍ତ ବୟସ୍କ ପିଲାମାନଙ୍କ ଜମି ଥିବା ଚାଷୀ ପରିବାରର ବ୍ୟାଙ୍କ୍ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଊଛି । ସବ୍‌ସିଡି ରାଶିକୁ ସରକାର ସିଧାସଳଖ ବ୍ୟାଙ୍କ୍ ଖାତାରେ ହସ୍ତାନ୍ତର କରୁଥିବା ବେଳେ ପାରମ୍ପରିକ ବ୍ୟାଙ୍କ୍ ଶାଖାର ଅଭାବ ଏହି ପରିବାରଗୁଡ଼ିକ ପାଇଁ ପାଣ୍ଠିକୁ ହାସଲ କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି । ଗ୍ରାମୀଣ ଫିନ୍‌ଟେକ୍‌ଗୁଡ଼ିକ ସେମାନଙ୍କ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ ଜରିଆରେ ଏହି ଆହ୍ୱାନର ମୁକାବିଲା କରୁଛନ୍ତି ଏବଂ ଚାଷୀ ଓ ସେମାନଙ୍କ ପରିବାର ପାଖରେ ପିଏମ୍ କିସାନ ସବ୍‌ସିଡି ପହଂଚାଉଛନ୍ତି । ଏ ସମ୍ପର୍କରେ ସ୍ପାଇସ୍‌ମିନର ସହ ପ୍ରତିଷ୍ଠାତା ଓ ସିଇଓ ସଂଜୀବ କୁମାର କହିଛନ୍ତି
ଯେ, “ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରେ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା ପହଂଚାଇ ବ୍ୟାଙ୍କ୍ ପାଖରେ ପହଂଚିପାରୁନଥିବା ଗ୍ରାମାଚଂଳର ଲୋକମାନଙ୍କୁ ସଶକ୍ତ କରିବା ଲାଗି ସ୍ପାଇସ୍ ମନିରେ ଆମେ ପ୍ରତିବଦ୍ଧ ରହିଛୁ । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୨ତମ କିସ୍ତି ବଂଟନ କରିବା ସହିତ ଚାଷୀ ଓ ସେମାନଙ୍କ ପରିବାର ସବ୍‌ସିଡି ରାଶିକୁ ଏକ ନିୟୁତ ଅଧିକାରୀଙ୍କ ବ୍ୟାପକ ନେଟ୍‌ୱର୍କ ସହାୟତାରେ ଏଇପିଏସ୍ ଜରିଆରେ ନିକଟତମ ସ୍ପାଇସ୍‌ ମନି ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ରୁ ହାସଲ କରୁଛନ୍ତି ।’’
ଭାରତର ୯୫% ଗ୍ରାମୀଣ ପିନ୍‌କୋଡ୍‌ରେ ୨,୫୦,୦୦୦ ଗ୍ରାମ, ୧୮୦୦୦ ପିନ୍‌କୋଡ୍‌, ୭୦୦ ଜିଲ୍ଲା ଏବଂ ୫୦୦୦ ବ୍ଲକ୍‌ରେ ଥିବା ନିୟୁତାଧିକ ଅଧିକାରୀଙ୍କ ଜରିଆରେ ୧୦ କୋଟିରୁ ଅଧିକ ପରିବାରକୁ ସେବା ପ୍ରଦାନ କରି ଗ୍ରାମୀଣ ଭାରତରେ ଡିଜିଟାଲ୍ ଓ ଆର୍ଥିକ ସେବାକୁ ଆଗକୁ ବଢ଼ାଉଛି ସ୍ପାଇସ୍ ମନି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *