ରୁଷ୍‌-ୟକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ପୋଲାଣ୍ଡ୍ ରଙ୍ଗମଞ୍ଚର ଭୂମିକା

ପୋଲାଣ୍ଡ୍ ରଙ୍ଗମଞ୍ଜ: କଳାକାର, ଅଭିନେତା, ଗାୟକଙ୍କର ଏକ ବୃହତ୍ ଗୋଷ୍ଠୀ ୟୁକ୍ରେନ୍ ନାଗରିକ/ଶରଣାର୍ଥୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ।
ଯୁଦ୍ଧ କୌଣସି ବି ପରିସ୍ଥିତିରେ ଅନ୍ତିମ ବିକଳ୍ପ ନୁହେଁ ।

ପୋଲାଣ୍ଡ । ଏହି ଦେଶ ନିଜ ଜଟିଳ ଇତିହାସ ସହିତ ବର୍ତ୍ତମାନର ଚିତ୍ତାକର୍ଷକ ଉପସ୍ଥିତି ଜରିଆରେ ପୋଲାଣ୍ଡ ରଙ୍ଗମଞ୍ଚ ଦୁନିଆରେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛି । ବିଶ୍ୱର ଅନେକ ଚମତ୍କାର ଥିଏଟର କଳାକାର ପୋଲାଣ୍ଡରୁ ଆସିଛନ୍ତି । ରହସ୍ୟର କେବେ ମଧ୍ୟ ସମାଧାନ କରାଯିବା ଉଚିତ୍ ନୁହେଁ। ଥିଓରୀ ଅଫ୍ ଆର୍ଟ ଜରିଆରେ ଏହାକୁ ଅନୁଭବ କରାଯାଇପାରେ । ଚିତ୍ରକଳା, ନାଟକ, ନୃତ୍ୟ ଓ ସଂଗୀତ ମାଧ୍ୟମରେ ବ୍ୟକ୍ତି ନିଜ ଭାବନାରେ ହିଁ ନିଜ ୟୁନିକ୍‌ନେସ୍‌ର ପ୍ରମାଣିତ କରିପାରେ । ବ୍ୟକ୍ତି ନିଜ ଆଧ୍ୟାତ୍ମିକତା ଭାବନା ଜରିଆରେ ରହସ୍ୟର ଉପସ୍ଥିତି ଶିଶୁସୁଲଭ ଆଶ୍ଚର୍ଯ୍ୟ ଓ ଆଗ୍ରହ ସହକାରେ ଅନୁଭବ କରିପାରେ । ଏହି କଥା ନାଟକରେ, ଚିତ୍ରକଳାରେ, ନୃତ୍ୟ ତଥା ସଂଗୀତରେ ଅଧିକ ଅନୁଭବ କରାଯାଇପାରେ । ପରିବେଷଣ କଳା ହିଁ ରହସ୍ୟର ଉପସ୍ଥିତିକୁ ଭେଦିପାରେ । ଏହା କହନ୍ତି ପୋଲାଣ୍ଡର ସାହିତ୍ୟ, ଚିତ୍ରକଳା, ନାଟକ, ଦାର୍ଶନିକ, ଫଟୋଗ୍ରାଫର, ଥିଓରିଷ୍ଟ, ଔପନ୍ୟାସିକ ତଥା ଅଭିନେତା ଷ୍ଟାନ୍‌ସଲ ଇଗ୍ନାସୀ । ପୋଲାଣ୍ଡର ୱାର୍‌ସା ସହରରେ ଜଣେ ଚିତ୍ରକର ପରିବାରରେ ଜନ୍ମିତ ଇଗ୍ନାସୀ ପୋଲାଣ୍ଡ୍ ଥିଏଟର୍‌ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ।
ଆଜି ସେହି ପୋଲାଣ୍ଡ୍ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ପୋଲାଣ୍ଡ୍ ଥିଏଟର୍‌ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ସେଠାକାର ରଙ୍ଗମଞ୍ଚର ସ୍ଥିତି କ’ଣ?
ଯଦି ଆପଣ ପୋଲାଣ୍ଡ୍‌ରେ ଅଛନ୍ତି । ପୋଲିସ୍ ଥିଏଟର୍ ଦେଖିବାକୁ ଇଚ୍ଛା କରିଛନ୍ତି କିନ୍ତୁ ଭାଷା ଜାଣିନାହାନ୍ତି; ତେବେ ପୋଲିସ୍ ଥିଏଟର୍ ଦେଖିବାକୁ ଯିବା ଆପଣଙ୍କ ସମୟର ଅପଚୟ ବୋଲି ଭାବି ପାରନ୍ତି। କିନ୍ତୁ ଏ କଥା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଯଦି ବିଶ୍ୱର କୌଣସି ରଙ୍ଗମଞ୍ଚ ଲୋଭନୀୟ ନାଟକ ପ୍ରସ୍ତୁତ୍ କରୁଥାଏ; ତାହା ବି ଭାଷାର ବାଧକରେ, ତେବେ ପୋଲିସ୍ ଥିଏଟର୍‌ର ନାମ ସର୍ବାଗ୍ରେ ଉଚ୍ଚାରଣ କରାଯିବ। ପୋଲିସ୍ ରଙ୍ଗମଞ୍ଚ ଭାଷା ଅତିରିକ୍ତ ଅନେକ ସଫଳ ନାଟକ ପରିବେଷଣ କରିଆସିଛି; ଯେଉଁଠି ନାଟକର ଭାଷା ବୁଝିବାକୁ ଭାଷା ଏକ ବାଧକ ରୁପେ ଠିଆ ହୋଇନାହିଁ ।
ବାସ୍ତବରେ କୁହାଯାଇଥାଏ କି ନାଟକର କୌଣସି ଭାଷା ନାହିଁ। ଏହି ଆପ୍ତବାକ୍ୟକୁ ଚରିତାର୍ଥ କରିଛି ପୋଲିସ୍ ରଙ୍ଗମଞ୍ଚ । ପୋଲିସ୍ ରଙ୍ଗମଞ୍ଚ ଅନେକ କ୍ଲାସିକାଲ୍ ନାଟକ ମଞ୍ଚାୟନ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ନିଜ ଦେଶ, ନିଜ ସାହିତ୍ୟ, ନିଜ ପ୍ରଥା, ଚଳଣୀ ତଥା ସଂସ୍କୃତିକୁ ପ୍ରତିପାଦନ କରିଛି।

୧୬୩୨ ମସିହାରେ ପୋଲିସ୍‌ର ୱାର୍‌ସା ରାଜ୍ୟରେ ତତ୍‌କାଳୀନ ରାଜା କିଙ୍ଗ୍ ୱାଲାସ୍ଲାଙ୍କ ପୃଷ୍ଠପୋଷକତାରେ ପ୍ରତିଷ୍ଠା ହୋଇଥିଲା ୱାର୍‌ସା ଥିଏଟର୍ । ରାଜା ନିଜେ ଇଟାଲିଆନ୍ ଅପେରାର ଜଣେ ମୁଗ୍‌ଧ ପ୍ରଶଂସକ ଥିଲେ । ଯାହା ରାଜାଙ୍କ ଦରବାରରେ ପରିଚାଳିତ ହେଉଥିଲା ।
ପୋଲିସ୍ ରଙ୍ଗମଞ୍ଚର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଥିଲା ୧୭୬୫ ମସିହାରୁ । ତତ୍‌କାଳୀନ ରାଜା କିଙ୍ଗ୍ ଷ୍ଟେନ୍‌ସ୍ଲା ଅଗଷ୍ଟଙ୍କ ପୃଷ୍ଠପୋଷକତାରେ । ସେ ସାଧାରଣ ଜନତାଙ୍କ ପାଇଁ ୱାର୍‌ସାରେ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ୧୮୨୫ ମସିହାରେ ଦେଶର ପ୍ରଥମ ଅପେରା ହାଉସ୍ ପ୍ରତିଷ୍ଠା କରାଯାଇଥିଲା।
ଏହି ୱାର୍‌ସା ଥିଏଟର୍ ସମ୍ପ୍ରତି ରୁଷ୍‌-ୟୁକ୍ରେନ୍ ଯୁଦ୍ଧି ପରିପ୍ରେକ୍ଷୀରେ ଆଗେଇ ଆସିଛି ମାନବୀୟ ସହାୟତାର ପାଇଁ । ପୋଲାଣ୍ଡର୍ ୩୦ ରାଜ୍ୟରୁ କଳାକାରମାନେ ଗତ ଶନିବାର ଅର୍ଥାତ୍ ୧୩, ମାର୍ଚ୍ଚରେ ଏକ ବୃହତ୍ ଶୋ’ର ଆୟୋଜନ କରିଛନ୍ତି। ଶୋ’ରୁ ଆଦାୟ ଅର୍ଥ ୟୁକ୍ରେନ୍‌ରେ ଯୁଦ୍ଧ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରାଯିବ ବୋଲି ୱାର୍‌ସା ଥିଏଟର୍ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
ଆମେ ସାରା ପୋଲାଣ୍ଡ ଅଧବାସୀ ବିଶେଷ କରି କଳାକାର ବର୍ଗ ଏକାଠି ଅଛୁ। ଏକାଠି ହୋଇଛୁ। ୟୁକ୍ରେନ୍‌ର ସାଧାରଣ ଜନତାଙ୍କ ସହାୟତା ପାଇଁ । ଦେଶର ଅନେକ ଥିଏଟର୍ ଗ୍ରୁପ୍ ନିଜ ନିଜର ସମସ୍ତ ଜମାପୁଞ୍ଜି ୟୁକ୍ରେନ୍‌ବାସୀଙ୍କ ସହାୟତା ପାଇଁ ଦାନ କରିଛନ୍ତି । ସମସ୍ତ କଳାକାର ଦେଶର ବିଭିନ୍ନ ପ୍ରାନ୍ତରେ ଶୋ’ର ଆୟୋଜନ କରୁଛନ୍ତି । ଆଦାୟ ଅର୍ଥ ଦାନ କରିଦିଆଯାଉଛି ମାନବୀୟ ସହାୟତା ଉଦ୍ଦେଶ୍ୟରେ । ଏଥିସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ କ୍ରାଉଡ୍ ଫଣ୍ଡିଂ ଜରିଆରେ ଅର୍ଥ ସଂଗୃହୀତ କରିବାର ଅଭିଯାନ ଜାରିରହିଛି ।
କେବଳ ସେତିକି ନୁହେଁ; ୟୁକ୍ରେନ୍‌ରୁ ସର୍ବାଧିକ ଅଧିବାସୀ ଶରଣାର୍ଥୀ ଭାବେ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ସେହି ଶରଣାର୍ଥଙ୍କ ଦୁଃଖକୁ ସାମୟିକ ଭାବେ ଲାଘବ କରିବା ପାଇଁ ଶରଣାର୍ଥୀ ଶିବିରରେ ନାଟକର ଆୟୋଜନ କରିଛି ୱାର୍‌ସା ଥିଏଟର । ୱାର୍‌ସା ଥିଏଟର୍‌ରେ କାର୍ଯ୍ୟରତ ଅନେକ ଅଭିନେତା ତଥା ଥିଏଟର୍ ହାଉସ୍‌ର ନିର୍ଦ୍ଦେଶକ ମୂଳତଃ ୟୁକ୍ରେନ୍ ବଂଶୋଦ୍ଭବ । ସେ ଦେଶର ଅଧିବାସୀଙ୍କ ଦୟନୀୟ ଅବସ୍ଥା ଆମକୁ ବ୍ୟଥିତ କରିଛି । ଏହା ଆମ ନିଜ ସହ ଘଟୁଥିବାର ଆମେ ଅନୁଭବ କରୁଛୁ ବୋଲି ସେମାନେ କହିଛନ୍ତି।
ଆଗାମୀ ୨୩ ତାରିଖରେ ପୋଲାଣ୍ଡ୍‌ର ଅନେକ ଥିଏଟର୍ ହାଉସ୍ ଏକତ୍ରିତ ଭାବେ ଏକ ମେଗା ଶୋ’ର ଆୟୋଜନ କରିବାକୁ ସ୍ଥିର କରିଛନ୍ତି। ଏହି ଶୋ’ରୁ ଆଦାୟ ସମସ୍ତ ଅର୍ଥ ୟୁକ୍ରେନ୍ ଶରଣାର୍ଥୀଙ୍କ ସହାୟତା ପାଇଁ ଯୋଗାଇ ଦିଆଯିବ।
ବ୍ରୁସ୍ ଜିୟାଇୟୋ, ପୋଲାଣ୍ଡର ପିଆନୋ ବାଦକ; ଯିଏ ଗତବର୍ଷ ୧୮ତମ ଅନ୍ତର୍ଜାତୀୟ ପିଆନୋ ଚମ୍ପଆନ୍‌ସିପ୍ ଜିତିଥିଲେ, ଗତ ସପ୍ତାହରେ ଦୁଇଟି ପିଆନୋ ଶୋ’କରିଛନ୍ତି। ଶୋ’ରୁ ସଂଗୃହୀତ ସମସ୍ତ ଅର୍ଥ ୟୁକ୍ରେନ୍‌ର ଯୁଦ୍ଧ ପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ପୋଲାଣ୍ଡର ସିନ୍‌ଫୋନିଆ ଭାର୍ସୋଭିନା, ଅନ୍ୟତମ ପ୍ରସିଦ୍ଧ ଥିଏଟର୍ ଗ୍ରୁପ୍ । ପ୍ରତିବର୍ଷ ପ୍ରଥା ଅନୁସାରେ ଅନୁଷ୍ଠାନର ଜନ୍ମ ବାର୍ଷିକୀ ପାଳନ କରିଥାଏ। ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଇଁ ଶୋ’ର ଆୟୋଜନ କରାଯାଇଛି । ଏହି ଶୋ’ରୁ ଆଦାୟ ସମସ୍ତ ଅର୍ଥ ଯୁଦ୍ଧ ପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ ବୋଲି ଗ୍ରୁପ୍‌ର ପ୍ରମୁଖ ଜାନୁସ୍‌ଜ ମାରିନୋସ୍କି କହିଛନ୍ତି।
ଏଇ ଦେଶର କେବଳ ରଙ୍ଗକର୍ମୀ ନୁହନ୍ତି, ସେଲିବ୍ରିଟି, ସିନେମା ଅଭିନେତା-ଅଭିନେତ୍ରୀ ଓ ଶୋବିଜ୍ ଷ୍ଟାର୍ ମିଳିତ ଭାବେ ଏକ ଶୋଭାଯାତ୍ରା ଆୟୋଜନ କରି ଅର୍ଥ ସଂଗ୍ରହ କରିଛନ୍ତି।

By Debadatta Pati

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *