ରାଜ୍ୟ ବଜେଟ – ୨୦୨୧-୨୨ ଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା କରାଯାଇଛି : ସମୀର ମହାନ୍ତି

 ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
 ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ
 ବଜେଟରେ ମହିଳା ସଶକ୍ତିକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ
 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି?
 ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ
ଭୁୁବନେଶ୍ୱର,୨୨/୦୨: ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି ରାଜ୍ୟ ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଚଳିତ ରାଜ୍ୟ ବଜେଟରେ ଚାଷୀଙ୍କ ଉପରେ କୌଣସି ଫୋକସ୍ ଦିଆଯାଇନାହିଁ । ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା ଚାଷୀକୂଳ ପାଇଁ ପରିହାସ । ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି ବୋଲି ବିଜେପି ରାଜ୍ୟ ସଭାପତି ପୁଣି ଥରେ ପ୍ରଶ୍ନ କରିଛନ୍ତି ।
ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ । ସେହିପରି ଏହି ବଜେଟରେ ମହିଳା ସଶକ୍ତିକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ମହିଳା ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର କୌଣସି ବ୍ୟୟ ବରାଦ କରି ନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ଯାହା ବିକାଶ ମୂଳକ କାମ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ବାହ୍ୟ ଋଣ, କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ । ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ । ୨୧ ବର୍ଷର ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *