ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା କେନାଲ ବନ୍ଧ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ।
ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା କେନାଲ ବନ୍ଧ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ।
ନିମାପଡ଼ା /ଭୁବନେଶ୍ୱର ୦୭-୦୧-୨୦୨୫ (ବି.ଏନ .ଓ ) :(ବସନ୍ତ ଦାସ) ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ପ୍ରାଚୀ ଡିଭିଜନ ନିଆଳି ସବ୍ ଡିଭିଜନ ଅନ୍ତର୍ଗତ କୁଣ୍ଢେଇ ଡିଷ୍ଟ୍ରିବ୍ୟୁଟାରିର ବାମପଟ ନିଆଳି ଚାରିଛକ ରାସ୍ତାର ପୁରୁଣା ଫାଣ୍ଡିଛକ ଠାରୁ ସିରିକୋଇଲି ରାସ୍ତା ସମ୍ପ୍ରସାରଣ ଓ ମରାମତି କରାଯିବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରାଚୀଡ଼ିଭିଜନ ରଘୁନାଥ ସ୍ବାଇଁ ,ସହକାରୀ ଅଧିକ୍ଷଣ ଯନ୍ତ୍ରୀ ନିଆଳି ସୁଧାକର ମଲ୍ଲିକ ,ବିଭାଗୀୟ ସହକାରୀ ଯନ୍ତ୍ରୀ ଉପାଲି ପ୍ରିୟଦର୍ଶିନୀ ,ଦାମୋଦର ପାଢ଼ୀ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା , ମିନଲତା ମହାନ୍ତି ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ମହିଳା କର୍ମୀ ମାନେ ଯୋଗ ଦେଇ ଥିଲେ ।
ଏହି ରାସ୍ତାଟି ଦୀର୍ଘ ଦିନ ହେବ ମରାମତି ଅଭାବରୁ ମରଣ ଜନ୍ତା ରେ ପରିଣତ ହୋଇଥିଲା ।ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାସ୍ତା ଉପରେ ନିର୍ଭର କରୁଥିବା ବ୍ରହ୍ମକୁଣ୍ଡି ,ଦଣ୍ଡିକେରା ଓ ସୁଧ ଶିରିକୋଇଲି ଅଞ୍ଚଳର ଲୋକମାନେ ସୁବିଧାରେ ଯାତାୟାତ କରିପାରିବେ ।ଏହି ରାସ୍ତା ନିର୍ମାଣ ଲାଗି ୬୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ ରାସ୍ତାର ଲମ୍ବ ୩ କିଲୋମିଟର ଓ ପ୍ରଶସ୍ତ ,୫ ମିଟର ହେବ ବୋଲି ଜଣାପଡିଛି ।ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଠିକାଦାର ବାବୁରାମ ନାୟକ ସୂଚନା ଦେଇଛନ୍ତି ।ଚାରି ଛକ ସାମ୍ବାଦିକ ସଙ୍ଘ ପକ୍ଷରୁ ମନ୍ତ୍ରୀ ଙ୍କୁ ସଂଘର. ସଭାପତି ପ୍ରଫୁଲ କର, ସମ୍ପାଦକ ବସନ୍ତ ଦାସ ଓ କାର୍ଯ୍ୟକାରୀ ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଫୁଲ ସାହୁ ବସନ୍ତ ମଲ୍ଲ, ବିଜୟ ବେହେରା ପ୍ରମୁଖ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ ।