ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

 ୩୦ ଜିଲ୍ଲାର ପ୍ରାୟ ୫୦୦ ଶିଶୁ ସାମିଲ

  • ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆଜି ଉଦ୍‌ଘାଟିତ ହୋଇଯାଇଛି।
  • ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ,
  • ମିସନ ଶକ୍ତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ୫ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

ଭୁବନେଶ୍ୱର ୧୨-୧୧-୨୦୨୫(ବି.ଏନ .ଓ ) :  ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିସନ ଶକ୍ତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ୫ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୫୦୦ରୁ ଅଧିକ ଶିଶୁ ଅଂଶଗ୍ରହଣ କରି ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ କୃତ୍ତିବାସ ରାଉତ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରତ୍ୟେକ ଶିଶୁ ମଧ୍ୟରେ ଭରି ରହିଥିବା ପ୍ରତିଭାର ପରିପ୍ରକାଶ ନିମନ୍ତେ ‘ମହକ’ ଏକ ପ୍ରକୃଷ୍ଟ ମଞ୍ଚ ହେବ ବୋଲି ଅତିଥିମାନେ କହିଥିଲେ। ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ସୁପ୍ତ ଭାବରେ ରହିଛି ଓ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପରିବେଶ ନିର୍ମାଣ ହୋଇପାରିଲେ ସେମାନେ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣ ସହ ଦେଶ ଓ ଜାତିର ବିକାଶରେ ଭାଗୀଦାର ହୋଇପାରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ମିସନ ବାତ୍ସଲ୍ୟ ସଫଳତା ଉପରେ ଏକ ବୃତ୍ତଚିତ୍ର ପରିବେଷିତ ହୋଇଥିଲା। ଏଥିସହ ଓଡ଼ିଶାରେ ଶିଶୁ ସୁରକ୍ଷା ଯାତ୍ରା ଉପରେ ଆଧାରିତ ଏକ କଫି ଟେବୁଲ୍‌ ବୁକ୍‌କୁ ଅତିଥିମାନେ ଉନ୍ମୋଚିତ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *