ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦଘାଟିତ

ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,23/4/(Knews) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍‌ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ, ଏହା ଏକ ପରମ୍ପରା ହୋଇଯାଇଛି। ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ। ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମୋର ଦୃଢ ବିଶ୍ୱାସ, ଏ ବର୍ଷ ଆମର ଜନଜାତିମାନଙ୍କ ଉତ୍ପାଦିତ ଜିନିଷଗୁଡିକ ବହୁତ ଭଲ ବ୍ୟବସାୟ କରିବ। ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।କରୋନା ପାଇଁ ଦୁଇ ବର୍ଷ ପରେ ଆଜି ଆଦିବାସୀ ମେଳା ଆରମ୍ଭ ହୋଇ ଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ମେଳା ହୋଇପାରି ନ ଥିଲା। ଖୁସିର କଥା, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ମହାମାରୀର ପ୍ରଭାବ କମିଛି। ସାଧାରଣ ଜୀବନଯାତ୍ରା ଆରମ୍ଭ ହୋଇଛି। ତେବେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇଦେଇଥିଲେ। ଆଜିର ଉଦ୍‌ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଲେ ଯେ ଜନଜାତି ଭାଇଭଉଣୀଙ୍କୁ ସାଂସ୍କୃତିକ ତଥା ସାମାଜିକ ଭାବଧାରାରେ ସଂପୃକ୍ତ କରିବାର ଆଭିମୁଖ୍ୟ ନେଇ ଏପରି ମେଳା ଆୟୋଜିତ ହୋଇଛି। ଜନଜାତିଙ୍କ କଳା ଓ କାରିଗରୀ ତଥା ସୃଜନଶୀଳ ରୁଚିର ପ୍ରସାର ଏବଂ ସଂରକ୍ଷଣରେ ଏହି ମେଳା ଯଥେଷ୍ଟ ସହାୟକ ହେବ। ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥିମାନଙ୍କ କରକମଳରେ ଆଦିବାସୀ ଜର୍ଣ୍ଣାଲ, ବାଇଗା ଓ କୋଲି ଟ୍ରାଇବ ଉପରେ ଆଧାରିତ ଫୋଟୋ ହ୍ୟାଣ୍ଡବୁକସ୍‌, ଏସ୍‌ଟି ପପୁଲେସନ୍‌ ଆନାଲିସିସ୍‌ ଏବଂ ଏସ୍‌ସି ପପୁଲେସନ୍‌ ଆନାଲିସିସ୍‌ ଉନ୍ମୋଚିତ ହୋଇଥିଲା।ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି। ଆଦିବାସୀ ହାଟରେ ବିିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକି୍ରବଟାର ବ୍ୟବସ୍ଥା ହୋଇଛି। ଏଠାରେ ୧୦୪ଟି ଷ୍ଟଲ ରହିଛି। ଏଠାରେ ଆଇଟିଡ଼ିଏ ଓ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି। ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ। ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଆବଣ୍ଟନ କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *