ରାଜ୍ୟବ୍ୟାପି ବ୍ରହ୍ମବୃକ୍ଷ ସ୍ଥାପନ ମହୋତ୍ସବ ଯାତ୍ରା ।

ରାଜ୍ୟବ୍ୟାପି ବ୍ରହ୍ମବୃକ୍ଷ ସ୍ଥାପନ ମହୋତ୍ସବ ଯାତ୍ରା ।

କଟକ, : 15.08.23 BREAKING NEWS ODIA (Riport by Radhakanta dash) ସମଗ୍ର ବିଶ୍ଵରେ ଜଳବାୟୁ ପରିବର୍ତନ ଯୋଗୁଁ ଧରାପୃଷ୍ଠରେ ମଣିଷ ସମାଜ ତିଷ୍ଠିବା କଷ୍ଟକର ହୋଇପଡିଲାଣି । ଏହାର ଆଶୁ ସମାଧାନ ପାଇଁ ରେକି ମିସନର ପ୍ରତିଷ୍ଠାତା ଶ୍ରୀ ସନ୍ଥ ଗୁରୁଜୀଙ୍କ ଦିଗଦର୍ଶନରେ ରାଜ୍ୟର ଦେବଗଡ ଜିଲ୍ଲାରୁ ଆରମ୍ଭ ହୋଇଛି ବ୍ରହ୍ମବୃକ୍ଷ ସ୍ଥାପନ ମହୋତ୍ସବ ଯାତ୍ରା । ଏହି ବ୍ରହ୍ମବୃକ୍ଷ ମଧ୍ୟରେ ବର ଓ ଅସ୍ଵସ୍ଥ ଆଦି ଅନ୍ତର୍ଭୁକ୍ତ । ଜଳ ସଂରକ୍ଷଣ, ଜଳବାୟୁର ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ, ମଣିଷ ଚେତନାର ଶୁଦ୍ଧି ଓ ରୋଗ ପ୍ରତିଷେଧକ ବୃଦ୍ଧି ଆଦିକୁ ନିୟନ୍ତ୍ରଣ କରିଥାଏ ଏହି ବ୍ରହ୍ମବୃକ୍ଷ । ପ୍ରତି ୫ ଶହ ମିଟର ବ୍ୟବଧାନରେ ଏହାକୁ ରୋପଣ କରାଗଲେ ଆମ ପରିବେଶ ସମ୍ପୂର୍ଣ ଭାବେ ପ୍ରଦ୍ୟୁଷଣମୁକ୍ତ ହୋଇପାରିବ ବୋଲି ଶ୍ରୀସନ୍ଥ କହିଥିଲେ ।ଏହି ଅବସରରେ ଆଜି (ସୋମବାର) ସକାଳ ୬ ଘଟିକାରୁ ଶ୍ରୀସନ୍ଥଙ୍କ ନିର୍ଦ୍ଦେଶରେ ଗୁରୁସେନାମାନେ ବିରାଟ ପଟୁଆରରେ ଶ୍ରୀରାମ ନଗର ସ୍ଥିତ ଆଶ୍ରମରୁ ବାହାରି କଟକ ଚଣ୍ଡିମନ୍ଦିର ଓ ଝାଞ୍ଜିରମଙ୍ଗଳା ମନ୍ଦିରରୁ ଆଜ୍ଞାମାଳ ନେଇ ଚାଉଳିଆଗଞ୍ଜ ସ୍ଥିତ ଅପାଣିଆରେ ବିରତି ନେଇ ନେମାଳ ଅଭିମୁଖେ ଯାତ୍ରା କରିଥିଲେ । ପରେ ପରେ ଦିନ ୧ ଘଟିକାରୁ ନେମାଳରୁ ଦେବଗଡ ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଗୁରୁଜୀ ପ୍ରଣୟ କିଶୋର ବରାଳ(ବାପି) ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଗୁରୁଭାଇ ତଥା ସାମ୍ବାଦିକ ଭାରତ ଭୂଷଣ ରାୟ ପ୍ରଚାର ପ୍ରସାର ଭାର ବହନ କରିଥିଲେ । ଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ବ ଲିପୁ ପୃଷ୍ଟି ଆନ୍ତରିକତାର ସହିତ ତୁଲାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *