ରାଜନୈତିକ ପସାପାଲିରେ ଲିଙ୍ଗିପୁର ଗ୍ରାମପଂଚାୟତ ନେତା ଓ ଅଫିସରଙ୍କ ଅସାଧୁ ମେଂଟ ଲିଙ୍ଗିପୁର ପଂଚାୟତ ପାଇଁ ସ୍ଥାୟୀ ପିଇଓ କେବେ?

ଭୁବନେଶ୍ୱର,15th May,(Bnews): ରାଜଧାନୀ ଉପକଣ୍ଠ ଧଉଳି ଥାନା ଅଧିନସ୍ଥ ଲିଙ୍ଗିପୁର ଗ୍ରାମପଂଚାୟତକୁ ଉନ୍ନତି କରିବା ବଦଳରେ ବିଡିଓ ମହାଶୟ କିପରି ଭାବେ ୨୬ଟି ୱାର୍ଡକୁ ଗୋଟିଏ ପିଇଓ ବଦଳୀ କରି ଦାୟିତ୍ୱ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ରୁ ଶିଶୁପାଳ ଗ୍ରାମପଂଚାୟତଠାରୁ ଲିଙ୍ଗିପୁର ଗ୍ରାମପଂଚାୟତ ଅଲଗା ହୋଇଛି । ଏହାର ୧୩ ଗୋଟି ୱାର୍ଡ ରହିଅଛି । ଶିଶୁପାଳଗଡର ବି ୧୩ଟି ୱାର୍ଡ ରହିଅଛି । ଜଣେ ପିଇଓ ୨ଟି ଦୁଇଟି ଦାୟିତ୍ୱରେ ରହିଲେ ଉନ୍ନୟନମୂଳକ କାର୍ଯ୍ୟ ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ । ଏହାକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର ଓ ବଦଳୀରେ ସ୍ୱଚ୍ଛତାର ଅଭାବ ପରିଲକ୍ଷିତ ହୋଇଛି । କାହା ସ୍ୱାର୍ଥରେ ଏବଂ କେଉଁ ନିୟମ ବଳରେ ଏଭଳି ପଦକ୍ଷେପ । ପଂଚାୟତ ଗୁଡିକରେ ସମସ୍ୟା କମିବା ପରିବର୍ତେ ଦିନକୁ ଦିନ ବଢିିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଉଳ୍ଳେଖନୀୟ ଯେ ଗତ ୪ ମେ’ ୨୦୨୨ ଦିନ ଭୁବନେଶ୍ୱର ବିଡିଓ ତାଙ୍କର ବଦଳୀ ଆଦେଶ ସଂଖ୍ୟା ୨୧୦୯ରେ ୧୪ ଜଣ ପିଇଓଙ୍କୁ ବଦଳୀ କରିଥିଲେ, ତା ମଧ୍ୟରୁ ସିରିୟଲ ନଂ ୧୪ରେ ଥିବା ପିଇଓଙ୍କୁ ଶିଶୁପାଳଗଡ ଓ ଲିଙ୍ଗିପୁର ଦାୟିତ୍ୱ ଦିଆଯାଇଛି । ଏଠାରେ ଉଲ୍ଳେଖଯୋଗ୍ୟ ଯେ ଶିଶୁପାଳ ଓ ଲିଙ୍ଗିପୁର ଗ୍ରାମପଂଚାୟତ ମୋଟ ୧୩ଟି ଲେଖାଏଁ ୱାର୍ଡ ରହିଛି । ସମୁଦାୟ ୨୬ଟି ୱାର୍ଡକୁ କେଉଁ ଭାବରେ ବିଡିଓ ମହାଶୟ ଗୋଟିଏ ପିଇଓଙ୍କୁ ତରବରିଆ ଭାବରେ ଦାୟିତ୍ୱ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲିଙ୍ଗିପୁର ଗ୍ରାମ ପଂଚାୟତ କ’ଣ ସରକାରଙ୍କର ସାବତ ପୁଅ କି ? ରାଜ୍ୟ ସରକାର ପଂଚାୟତସ୍ତରକୁ ସୁଦୃଢ କରିବା ପାଇଁ ପଂଚାୟତରେ ସବୁ ସୁବିଧା ସୁଯୋଗ ଦେବା ପାଇଁ ଅପ୍ରାଣ ଉଦ୍ୟମ କରୁଥିବାବେଳେ ଗୋଟିଏ ପିଇଓଙ୍କୁ ୨ଟି ଦାୟିତ୍ୱ ଦେଇ ବିଡିଓ ମହାଶୟ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ସେ ନିଜେ ଜାଣିଥିବେ । ଗ୍ରାମ ପଂଚାୟତରେ ଆସୁଥିବା ବିଭିନ୍ନ ୱାର୍ଡର ସମସ୍ୟା ଯୋଉଭଳିଆ ଭାବେ ସମାଧାନ ହୋଇପାରିବ ତାହା ବୋଧେ ବିଡିଓଙ୍କୁ ମହାଶୟଙ୍କ ଭୃକ୍ଷେପ ନାହିଁ । ରାସନ୍ କାର୍ଡଠୁ ଆରମ୍ଭ କରି ଭତା ବଂଟନ, ପାନୀୟ ଜଳ, ରାସନ ସାମଗ୍ରୀ, ପ୍ରତି ୱାର୍ଡର ମାସିକିଆ ବୈଠକର ବିବରଣୀ ରଖିବା ଏବଂ ତାଙ୍କର ସମସ୍ୟା ସମାଧାନକୁ ନେଇ ସଂରପଚ ଏବଂ ବ୍ଳକ କାର୍ଯ୍ୟାଳୟକୁ ପଂହଚାଇବା ଇତ୍ୟାଦି ତାଙ୍କର ମୁଖ୍ୟ କାର୍ଯ୍ୟ । ଏଠାରେ ଗୋଟିଏ ଉଲ୍ଳେଖନୀୟ ଘଟଣା ସାଧାରଣ ପ୍ରଶାସନ ବିଭାଗର ଆଦେଶ ସଂଖ୍ୟା ୧୧୮୧୮/ଝଉଝ, ଏପ୍ରିଲ ୩୦ରେ ବିଡିଓଙ୍କ ବଦଳୀ ଆଦେଶ କିନ୍ତୁ ଆଶ୍ଚର୍ଯ୍ୟର କଥା ସେହିଦିନ(ଚଋଙ) ପଂଚାୟତ ଏକ୍ୟୁଜିକୁଟିଭ ଅଫିସରଙ୍କ ବଦଳିର ଆଦେଶ କରାଯାଇଛି । କି ସଂଯୋଗ କଣ ଉଦ୍ଦେଶ୍ୟ? କାହା ସ୍ୱାର୍ଥରେ ଚଋଙମାନଙ୍କ ବଦଳୀ ଏକାଦିନେ । ଏହି ବଦଳୀ ଆଦେଶ ୦୪.୦୫.୨୨ରେ ସମସ୍ତ ଚଋଙଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଏବଂ ସେଥିରେ ନିର୍ଦ୍ଦେଶ ଦିଆଯାଇଛି, ତିନି ଦିନ ଭିତରେ ଦାୟିତ୍ୱ ହସ୍ତାନ୍ତର କରି ନୂତନ ଭାବେ ବଦଳୀ ହୋଇଥିବା ଯାଗାରେ ଯୋଗଦାନ କରିବେ । ଏଣୁ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ବଦଳୀ ତାଲିକାକୁ କେନ୍‌ସଲ୍ କରିବାକୁ ସବୁ ସ୍ତରରୁ ଦାବୀ ହେଉଛି । ଏବଂ କେଉଁ ପରିସ୍ଥିତିରେ ଏକାଦିନେ ଆଦେଶ ବାହାରିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏହି ଅକ୍ଷମଣୀୟ କାର୍ଯ୍ୟାନୁଷ୍ଠାରେ ଦାୟତ୍ୱହୀନତା କାରଣରୁ କାହିଁକି ସମ୍ପୃକ୍ତ ଅଧିକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ? ଏ ଦିଗରେ ପଂଚାୟତରାଜ ବିଭାଗ ସମସ୍ତ ଘଟଣାକୁ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜନସାଧାରଣଙ୍କର ସ୍ୱାର୍ଥ ଦୃଷ୍ଟିୁରୁ ଲିଙ୍ଗିପୁର ପଂଚାତୟରେ ଅଲଗା ଭାବେ ପିଇଓ ଅବସ୍ଥାପିତ କରାଯାଉ । ଭୁବନେଶ୍ୱର ବିଡିଓଙ୍କୁ ହ୍ୱାଟସ୍‌ଆପ୍ ଦ୍ୱାରା ଏହି ନିର୍ଦ୍ଦେଶ ପରେ ପ୍ରତକ୍ରିୟା ପାଇଁ ଆମ ପ୍ରତିନିଧି ଜାଣିବାକୁ ଚାହିଁଥିଲେ ମଧ୍ୟ ବିଡିଓ ମହାଶୟ ନୀରବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *